Sunstar TV
ଭୁବନେଶ୍ୱର : ଏଣିକି ଗାଡ଼ିରେ ଲାଗିବ (ଭିଏଲଟିଡି) । ରାସ୍ତାରେ ଯାତାୟାତ କରୁଥିବା ସମସ୍ତ କମର୍ସିଆଲ ଗାଡ଼ି ଗୁଡିକରେ ଭେଇକଲ ଲୋକେସନ ଟ୍ରେସିଂ ଡିଭାଇସ୍ ଲାଗିବ । ଆଉ ଠକି ପାରିବେନି ଗାଡ଼ି ଚାଳକ । ଏହାଦ୍ଵାରା ମାଲିକ ମାନେ ଅଶ୍ୱସ୍ଥି ପାଇବେ । ଏହି ନିୟମ ଚଳିତ ବର୍ଷ ଜାନୁଆରୀ ମାସରୁ ପ୍ରଚଳିତ ହୋଇଥିଲେ ମଧ୍ୟ ଏବେ ଏହି ନିୟମ କଡ଼ାକଡ଼ି ହେବ । ତେବେ ରାଜ୍ୟ ସରକାରଙ୍କ ଦ୍ଵାରା ଏହି ଡିଭାଇସ୍ କୁ ସଫଳତାର ସହ ଟେଷ୍ଟିଙ୍ଗ କରାଯାଇଛି । ଏହି ଡିଭାଇସକୁ ପ୍ରସ୍ତୁତ କରିଥିବା ଏବଂ ରାଜ୍ୟ ସରକାରଙ୍କ ସହ ଅନୁବନ୍ଧିତ ହୋଇଥିବା ଏହି ଡିଭାଇସର ପ୍ରସ୍ତୁତ କର୍ତ୍ତା କହିଛନ୍ତି ଯେ, ଏହି ଡିଭାଇସ୍ ଗାଡ଼ିରେ ଲାଗିଲେ ଗାଡ଼ିର ବେଗ ଠାରୁ ଆରମ୍ଭ କରି ତା’ର ଗତିବିଧି ଉପରେ ନଜର ରଖାଯାଇ ପାରିବ । ଅପରପକ୍ଷରେ ଏହି ଡିଭାଇସର ବହୁଳ ବ୍ୟବହାର କଡାକଡି ହେବା ଦ୍ୱାରା ସମସ୍ତ କମର୍ସିଆଲ ଗାଡ଼ି ଗୁଡ଼ିକ ଉପରେ ନଜର ରହିବ ଯାହାଦ୍ଵାରା ଜନଜୀବନ ରକ୍ଷା ହେବା ସହ ଅପରାଧିକ କାର୍ଯ୍ୟକଳାପ ଗୁଡ଼ିକର ତଦନ୍ତ ସମୟରେ ବେଶ୍ ଉପଯୋଗୀ ହୋଇ ପାରିବ ।