SunstarTV
ଲାଞ୍ଚ ନେଇ ସଂସଦରେ ପ୍ରଶ୍ନ ପଚରାଯିବା ଅଭିଯୋଗରେ ସଂସଦର ସଦସ୍ୟତାରୁ ବରଖାସ୍ତ ହୋଇଥିବା ତୃଣମୂଳ କଂଗ୍ରେସ (ଟିଏମସି) ନେତା ମହୁଆ ମୈତ୍ରୀ ନିର୍ବାଚନ ଆୟୋଗଙ୍କ ନିକଟରେ କେନ୍ଦ୍ରୀୟ ଏଜେନ୍ସିରେ ବିରୁଦ୍ଧରେ ଅଭିଯୋଗ କରିଛନ୍ତି। ପଶ୍ଚିମବଙ୍ଗର ନାଦିଆ ଜିଲ୍ଲାର କୃଷ୍ଣନଗରରୁ ଟିଏମସି କଂଗ୍ରେସ ପ୍ରାର୍ଥୀ ମୈତ୍ରୀ ନିର୍ବାଚନ ଆୟୋଗଙ୍କୁ ଏକ ଚିଠି ଲେଖିଛନ୍ତି ଯେଉଁଥିରେ ସେ ତାଙ୍କ ବାସଭବନରେ ସିବିଆଇ ଦ୍ୱାରା କରାଯାଇଥିବା ଆକ୍ରମଣକୁ ବେଆଇନ ବୋଲି କହିଛନ୍ତି। ଏହା ସହିତ ମୈତ୍ରୀ ମଧ୍ୟ ସିବିଆଇ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।
ସିବିଆଇ ତାଙ୍କୁ ହଇରାଣ କରୁଛି ଏବଂ ତାଙ୍କ ନିର୍ବାଚନ ପ୍ରଚାରରେ ବାଧା ସୃଷ୍ଟି କରିବାକୁ ଉଦ୍ୟମ କରୁଥିବା ଅଭିଯୋଗ କରି ଟିଏମସି ନେତା ମୈତ୍ରୀ। ଏହା ସହିତ ସେ ନିର୍ବାଚନ ଆୟୋଗଙ୍କୁ ଏକ ଚିଠି ଲେଖିଛନ୍ତି।
ସୂଚନା ମୁତାବକ ଗତ କାଲି ତୃଣ ମୂଳ କଂଗ୍ରେସର ପୂର୍ବତନ ସାଂସଦ ମହୁଆ ମୈତ୍ରଙ୍କୁ କ୍ୟାସ୍ ଫର୍ କ୍ୱାରି ବା ପ୍ରଶ୍ନ ପାଇଁ ଲାଞ୍ଚ ମାମଲାରେ ମହୁଆଙ୍କ ବାସଭବନରେ ଚଢାଉ କରିଥିଲା ସିବିଆଇ । କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ସିବିଆଇ ଜାଲରେ ପୂର୍ବତନ ଲୋକସଭା ସାଂସଦ ତଥା ଟିଏମସି ନେତ୍ରୀ ମହୁଆ ମୈତ୍ର। ଏହି ମାମଲାରେ ଗତବର୍ଷ ଡିସେମ୍ବର ୮ରେ ମହୁଆଙ୍କ ସଂସଦ ସଦସ୍ୟତା ରଦ୍ଦ ହେବା ପରେ ଏକ ମାମଲା ରୁଜୁ କରିଥିଲା ସିବିଆଇ।
ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, କୋଲକାତା ସମେତ ମୈତ୍ରଙ୍କ ସହ ଜଡିତ ଅନେକ ସ୍ଥାନରେ ସିବିଆଇ ଚଢାଉ କରୁଛି। ଗୁରୁବାର ଦିନ ସିବିଆଇ ମହୁଆ ଙ୍କ ବିରୋଧରେ ନିୟମିତ ମାମଲା ରୁଜୁ କରିଥିଲା। ଏହା ପରେ ସିବିଆଇ ଟିମ୍ ଦକ୍ଷିଣ କୋଲକାତାର ଅଲିପୁର ରେ ଥିବା ମହୁଆ ଙ୍କ ପିତାଙ୍କ ଘରେ ପହଞ୍ଚିଥିଲା।
ସୂଚନା ମୁତାବକ ଶିଳ୍ପପତି ଗୌତମ ଆଦାନୀ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିରୋଧରେ ସଂସଦରେ ପ୍ରଶ୍ନ କରି ସରକାରଙ୍କୁ ଟାର୍ଗେଟ କରିବାକୁ ମହୁଆ ଦୁବାଇର ବ୍ୟବସାୟୀ ଦର୍ଶନ ହିରାନନ୍ଦାନୀଙ୍କଠାରୁ ନଗଦ ଟଙ୍କା ଏବଂ ଉପହାର ନେଇଥିବା ଅଭିଯୋଗ କରିଥିଲେ ବିଜେପି ସାଂସଦ ନିଶିକାନ୍ତ ଦୁବେ।
ମିଳିଥିବା ସୂଚନା ଅନୁଯାୟୀ, ପ୍ରଶ୍ନ ପାଇଁ ଲାଞ୍ଚ ମାମଲାରେ ମାର୍ଚ୍ଚ ୧୯ ତାରିଖରେ ସିବିଆଇ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ ଲୋକପାଳ। ଏହାସହ ୬ ମାସ ମଧ୍ୟରେ ଯାଞ୍ଚ ରିପୋର୍ଟ ଦାଖଲ କରିବା ସହ ପ୍ରତି ମାସରେ ତଦନ୍ତର ଷ୍ଟାଟସ୍ ରିପୋର୍ଟ ପହଞ୍ଚାଇବାକୁ ସିବିଆଇକୁ ନିର୍ଦ୍ଦେଶ ଦେଇଛନ୍ତି ଲୋକପାଳ। ଏହାପରେ ୨୧ ମାର୍ଚ୍ଚରେ ମହୁଆଙ୍କ ବିରୋଧରେ ଏଫଆଇଆର୍ ଦାୟର କରିଥିଲା ସିବିଆଇ। ୨୦୧୯ରେ ଟିଏମସି ଟିକେଟରେ କୃଷ୍ଣାନଗର ସଂସଦୀୟ କ୍ଷେତ୍ରରୁ ନିର୍ବାଚିତ ହୋଇଥିଲେ ମହୁଆ। ଏଥର ନିର୍ବାଚନରେ ମଧ୍ୟ କୃଷ୍ଣାନଗର ଲୋକସଭା ଆସନରୁ ମହୁଆଙ୍କୁ ପ୍ରାର୍ଥୀ କରିଛନ୍ତି ମମତା ଯାହା କିଛି ଦିନ ପୂର୍ବରୁ ଘୋଷଣା ହେଇଛି ।