SunstarTV
ବଳ ଜୁଟାଉଛି ବିଜେପି । ଆଗାମୀ ୨୦୨୪ ନିର୍ବାଚନ ପାଇଁ ଦଳ ଗୁଡିକ ନିଜ କସରତ କରୁଛନ୍ତି । ବହୁଛି ନିର୍ବାଚନୀ ହାୱା ଆଉ ଏହା ଭିତରେ ଅନେକ ନେତା ଦଳ ଡିଆଁ କରୁଛନ୍ତି। କିଏ ଶାସକ ଦଳ ଛାଡି ବିଜେପି ରେ ଯୋଗ ଦେଉଛି ତ କିଏ କଂଗ୍ରେସ ଛାଡି ବିଜେଡି ରେ ।
ଭର୍ତ୍ତୃହରି ମହତାବଙ୍କ ପରେ ଏବେ ବିଜେଡି ଛାଡୁଛନ୍ତି ଅନୁଭବ ମହାନ୍ତି । ଯାହା ଶୁଣିବାକୁ ମିଳୁଛି ସେ ଖୁବ ଶୀଘ୍ର ବିଜେଡି ଛାଡି ବିଜେପି ରେ ଯୋଗ ଦେଇ ପାରନ୍ତି । ଗଣମାଧ୍ୟମର ଚର୍ଚ୍ଚା ଅନୁସାରେ କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତି ବିଜେଡି ଛାଡି ପାରନ୍ତି ।
ବିଜେପି ଏକାକୀ ଲଢିବ ବୋଲି ସୂଚନା ମିଳିଥିବା ବେଳେ ଏବେ ଜଣେ ପରେ ଜଣେ ହେବି ଓ୍ବେଟ ନେତା ବିଜେଡି ଛାଡି ବିଜେପିରେ ମିଶୁଛନ୍ତି । ଆଉ ଯାହା ଶୁଣିବାକୁ ମିଳୁଛି ଅନୁଭବ ମହାନ୍ତି ଖୁବ ଶୀଘ୍ର ଦଳ ଛାଡି ପାରନ୍ତି । କିନ୍ତୁ ଏହାକୁ ନେଇ କୌଣସି ସଠିକ ସୂଚନା ଆସିନାହିଁ ଯଦିଓ ଚର୍ଚ୍ଚା ଖୁବ ଜୋରହେଉଛି ।
ତେବେ ଆଜି ବିଜେଡିରେ ଯୋଗ ଦେଇଛନ୍ତି ଇରାନୀ ରାୟ । ବିଜେପିରୁ ଇସ୍ତଫା ଦେବା ପରେ ସେ ଆଜି ବିଜେଡିରେ ଯୋଗ ଦେଇଛନ୍ତି । ଇରାନୀଙ୍କ ଅଭିଯୋଗ ଅନୁସାରେ ଗତ ୮ରୁ ୯ମାସ ଧରି ତାଙ୍କୁ ଦଳରେ ଅଣଦେଖା କରାଯାଉଥିଲା । ତାଙ୍କ ସ୍ବାମୀ ଲାଲାମନୋଜ ରାୟଙ୍କୁ ମଧ୍ଯ ଦଳୀୟ ନେତୃତ୍ବ ଅଣଦେଖା କରିବା ସହ ବିନା ଆଲୋଚନା ଜିଲ୍ଲା ବିଜେପି ସଭାପତି ପଦରୁ ହଟାଇଦେଇଥିଲେ । ଇରାନୀ ୨୦୧୯ ମସିହାରେ ନୟାଗଡ଼ ନିର୍ବାଚନ ମଣ୍ଡଳୀରୁ ବିଜେପିର ବିଧାୟକ ପ୍ରାର୍ଥୀ ଭାବେ ଲଢେଇ କରିଥିଲେ ।