Sunstar Tv
Health Tips: ଗୁଡ଼ ଓ ଭଜା ଚଣା ମଧ୍ୟ ଏମିତି ଦୁଇଟି ଖାଦ୍ୟ, ଯେଉଁଥିରେ ଅନେକ ପୋଷକ ତତ୍ତ୍ୱ ଭରପୂର ମାତ୍ରାରେ ରହିଛି। ଗୁଡ଼ ଓ ଚଣା ଏକାସାଙ୍ଗରେ ଖାଇଲେ ଏହା ସ୍ୱାସ୍ଥ୍ୟ ପାଇଁ ଅନେକ ଆଶ୍ଚର୍ଯ୍ୟଜନକ ଫାଇଦା ଦେଇଥାଏ।
ଏଥିସହିତ ଭଜା ଚଣା ମଧ୍ୟ ସ୍ୱାସ୍ଥ୍ୟ ପାଇଁ ବହୁତ ଲାଭଦାୟକ। ଚଣାରେ ପ୍ରୋଟିନ୍ ଭରପୂର ମାତ୍ରାରେ ରହିଥାଏ, ଅନ୍ୟପକ୍ଷରେ ଗୁଡ଼ ଆଇରନର ସର୍ବୋତ୍ତମ ଉତ୍ସ। ଏହା ଦ୍ୱାରା ଶରୀରରେ ରକ୍ତର ଅଭାବ ହୁଏ ନାହିଁ। ଆସନ୍ତୁ ଜାଣିବା, ଗୁଡ଼ ଓ ଭଜା ଚଣାକୁ ଏକାସାଙ୍ଗରେ ଖାଇଲେ ସ୍ୱାସ୍ଥ୍ୟ ପାଇଁ କଣ ଫାଇଦା ମିଳିଥାଏ।
ଗୁଡ଼ ଏବଂ ଚଣା ଖାଇବାର ସ୍ୱାସ୍ଥ୍ୟ ଫାଇଦା ଜାଣନ୍ତୁ…
୧. ନିକଟରେ ପ୍ରକାଶିତ ଏକ ଖବର ଅନୁଯାୟୀ, ଭଜା ଚଣା ଶ୍ୱାସ ରୋଗର ଚିକିତ୍ସାରେ ଲାଭଦାୟକ। ରାତିରେ ଶୋଇବା ପୂର୍ବରୁ ଅଳ୍ପ ଭଜା ଚଣା ଖାଆନ୍ତୁ ଏବଂ ତା’ପରେ ଏକ ଗ୍ଲାସ ଉଷୁମ କ୍ଷୀର ପିଅନ୍ତୁ। ଆପଣଙ୍କୁ ଅନେକ ଫାଇଦା ମିଳିବ। ଉଭୟ ଗୁଡ଼ ଏବଂ ଚଣା ଜିଙ୍କ୍ ଥାଏ, ଯାହା ତ୍ୱଚାର ସ୍ୱାସ୍ଥ୍ୟରେ ଚମକ ଆଣିଥାଏ।
୨. ଭଜା ଚଣା ଏବଂ ଗୁଡ଼ର ମିଶ୍ରଣ ପ୍ରୋଟିନ୍ ଏବଂ କାର୍ବୋହାଇଡ୍ରେଟ୍ ର ଏକ ପାୱାରହାଉସ୍, ଯାହା କେବଳ ପ୍ରଦୂଷଣ ଜନିତ ରୋଗରୁ ମୁକ୍ତି ପାଇବାରେ ସାହାଯ୍ୟ କରିନଥାଏ, ବରଂ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବାରେ ମଧ୍ୟ ସାହାଯ୍ୟ କରିଥାଏ, ଦାନ୍ତ କ୍ଷୟକୁ ରୋକିଥାଏ।
୩. ଗୁଡ଼ ଓ ଚଣା ଏକାସାଙ୍ଗରେ ଖାଇବା ଦ୍ୱାରା ରୋଗ ପ୍ରତିରୋଧକ ଶକ୍ତି ବଢ଼ିଥାଏ। ଶରୀରରେ ଜମା ହୋଇଥିବା ଚର୍ବିକୁ କମ୍ କରିଥାଏ।
୪. ପ୍ରତିଦିନ ସୀମିତ ପରିମାଣରେ ଗୁଡ଼ ଓ ଭଜା ଚଣା ଖାଇବା ଦ୍ୱାରା ଶରୀରକୁ ପ୍ରଚୁର ଶକ୍ତି ମିଳିଥାଏ। ଏହା ଶରୀରକୁ ଶକ୍ତି ଯୋଗାଇଥାଏ। ରକ୍ତହୀନତାରେ ପୀଡିତ ଲୋକମାନେ ଏହାକୁ ନିଶ୍ଚୟ ସେବନ କରିବା ଉଚିତ୍ ।
୫. ଋତୁସ୍ରାବ ସମୟରେ ମହିଳାଙ୍କ ଶରୀରରେ ରକ୍ତର ଅଭାବ ରହିଥାଏ, ଏହାକୁ ପୂରଣ କରିବା ପାଇଁ ଗୁଡ଼ ଓ ଚଣାର ମିଶ୍ରଣ ଖାଇବା ନିହାତି ଆବଶ୍ୟକ । କାରଣ ଗୁଡ଼ ଆଇରନ୍ ଓ ଚଣା ପ୍ରୋଟିନ୍ ର ଭରପୂର ଉତ୍ସ।