SunstarTV
ଗୁରୁଗ୍ରାମ କୋର୍ଟ ୟୁଟ୍ୟୁବର୍ ଏବଂ ବିଗ୍ ବସ୍ OTT ୨ ବିଜେତା ଏଲଭିଶ ଯାଦବଙ୍କୁ ଜାମିନ ପ୍ରଦାନ କରିଛନ୍ତି। ବନ୍ୟଜନ୍ତୁ ସୁରକ୍ଷା ଆଇନ ୧୯୭୨ ଅନୁଯାୟୀ ଏକ ମାମଲାରେ ତାଙ୍କୁ ମାର୍ଚ୍ଚ ୧୭ ରେ ଗିରଫ କରାଯାଇଥିଲା।
ସୂଚନା ମୁତାବକ ସାପ ବିଷ ଯୋଗାଣ ମାମଲାରେ ପଚରାଉଚରା କରିବା ପାଇଁ ନୋଏଡା ପୋଲିସ ୟୁଟ୍ୟୁବର୍ ଏଲଭିଶ ଯାଦବଙ୍କୁ ଗିରଫ କରିଥିଲା । ନୋଏଡା ପୋଲିସର ବରିଷ୍ଠ ଅଧିକାରୀମାନେ ମଧ୍ୟ ଘଟଣାସ୍ଥଳରେ ଉପସ୍ଥିତ ଥିଲେ । ପୋଲିସ ଏଲଭିଶଙ୍କଙ୍କୁ ପଚାର ଉଚୁରା କରିବା ସହ ଗିରଫ କରିଥିଲା ।
ଡିସିପି ନୋଏଡା ବିଦ୍ୟା ସାଗର ମିଶ୍ର ୟୁଟ୍ୟୁବର୍ ଏବଂ ବିଗ୍ ବସ୍ OTT ୨ର ବିଜେତା ଏଲଭିଶ ଯାଦବଙ୍କୁ ଗିରଫ ନେଇ ସୂଚନା ଦେଇଥିଲେ । ତାଙ୍କୁ କୋର୍ଟରେ ହାଜର କରାଯାଇଥିଲା । ଦିଲ୍ଲୀ-ଏନସିଆରର ପାର୍ଟୀରେ ସାପ ବିଷ ଯୋଗାଇବା ପାଇଁ ଅନ୍ୟ ପାଞ୍ଚ ଜଣଙ୍କ ସହ ଏଲଭିଶ ଯାଦବଙ୍କୁ ବୁକ୍ କରାଯାଇଥିଲା। ସୂଚନାମୁତାବକ ଜଣେ ପଶୁ କଲ୍ୟାଣ କାର୍ଯ୍ୟକର୍ତ୍ତା ଏ ବାବଦରେ ଅଭିଯୋଗ କରିଥିଲେ। ଏହି ଘଟଣାରେ ପୋଲିସ ପୂର୍ବରୁ ଏଲଭିଶ ଯାଦବଙ୍କୁ ମଧ୍ୟ ପଚରାଉଚରା କରିଥିଲା ଏବଂ ମାମଲାର ତଦନ୍ତ ଚାଲିଥିଲା।
କେଉଁଠାରୁ ହେଉଥିଲା ସାପ ଚାଲାଣ :
ଏହି ମାମଲାରେ ପୋଲିସ ଅନେକ ଅଭିଯୁକ୍ତଙ୍କୁ ମଧ୍ୟ ଗିରଫ କରିଥିଲା ଯେଉଁଥିରେ ଅଭିଯୁକ୍ତ ଏଲଭିଶ ଯାଦବ ପାର୍ଟିରେ ବଦରପୁରରୁ ସାପ ଆଣିଥିବାର ସୂଚନା ଦେଇଥିଲେ। ଅଭିଯୁକ୍ତ ରାହୁଲ ପୋଲିସକୁ କହିଛନ୍ତି ଯେ ଚାହିଦା ଅନୁଯାୟୀ ସେ ସାପ ଏବଂ ବିଷର ବ୍ୟବସ୍ଥା କରୁଥିଲେ, ଚାହିଦା ଅନୁଯାୟୀ ସେ ସାପ ସହିତ , ପ୍ରଶିକ୍ଷକ ଏବଂ ଅନ୍ୟାନ୍ୟ ଜିନିଷ ଯୋଗାଉଥିଲେ। ସେ ଏହାକୁ ଦିଲ୍ଲୀର ବଦରପୁର ନିକଟ ଏକ ଗାଁରୁ ଆଣିଥିଲେ, ଯାହାକୁ ସାପର ଗଡ଼ ବୋଲି ବିବେଚନା କରାଯାଏ ।
ନାଲି ଡାଏରୀ ରେ କଣ ଲେଖା ଥିଲା :
ଏହା ସହିତ ହରିୟାନଭି ଗାୟକ ଫାଜିଲପୁରିଆଙ୍କ ନାମ ମଧ୍ୟ ଏହି ମାମଲାରେ ଆସିଥିଲା। ଏହି ମାମଲାରେ ଅଭିଯୁକ୍ତ ରାହୁଲଙ୍କ ଘରୁ ଏକ ଲାଲ ଡାଏରୀ ଉଦ୍ଧାର କରାଯାଇଥିଲା ଯେଉଁଥିରେ ସାପୁଆଙ୍କ ସଂଖ୍ୟା, ବୁକିଂ ଏବଂ ପାର୍ଟିରେ ଯୋଗ ଦେଇଥିବା ଲୋକଙ୍କ ନାମର ବିବରଣୀ ରେକର୍ଡ କରାଯାଇଥିଲା। ଏଲଭିଶ ଏବଂ ଫଜଲପୁରିଆ ମଧ୍ୟରେ ହୋଇଥିବା ବୈଠକର ବିବରଣୀ ମଧ୍ୟ ଡାଏରୀରେ ରେକର୍ଡ କରାଯାଇଥିଲା। ଡାଏରୀରେ ଏଲଭିଶଙ୍କ ନୋଏଡାସ୍ଥିତ ଫିଲ୍ମ ସିଟି ଏବଂ ଛତ୍ରପୁରର ଫାର୍ମ ହାଉସ୍ ପାର୍ଟି ବିଷୟରେ ମଧ୍ୟ ଉଲ୍ଲେଖ କରାଯାଇଥିଲା। ଏହି ଡାଏରୀରେ ସାପ, ବିଷ, ବଲିଉଡ ଏବଂ ୟୁଟ୍ୟୁବ ପାଇଁ ରେଭ ପାର୍ଟିକୁ ପଠାଯାଇଥିବା ପ୍ରଶିକ୍ଷକଙ୍କ ବିଷୟରେ ଉଲ୍ଲେଖ କରାଯାଇଥିଲା, ଯେଉଁଥିରେ ପ୍ରତ୍ୟେକ ପୃଷ୍ଠାରେ ପାର୍ଟିର ଦିନ, ସଂଗଠକଙ୍କ ନାମ, ସ୍ଥାନ, ସମୟ ଏବଂ ଦେୟ ବିବରଣୀ ଲେଖାଯାଇଥିଲା।