SunstarTV
ବିଗିଡ଼ିଲା ବରିଷ୍ଠ ବିଜେଡି ନେତା ଡାକ୍ତର ଦାମୋଦର ରାଉତଙ୍କ ସ୍ୱାସ୍ଥ୍ୟାବସ୍ଥା । ତାଙ୍କର ବ୍ରେନ ଡେଡ୍ ହୋଇଯାଇଥିବା ନେଇ ସୂଚନା ଦେଲେ ପୁଅ ସମ୍ବିତ ରାଉତରାୟ । ବର୍ତ୍ତମାନ ଦାମ ଙ୍କୁ ସଂକଟାପନ୍ନ ଅବସ୍ଥାରେ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ମିଳୁଥିବା ସୂଚନା ଅନୁସାରେ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଦାମୋଦର ରାଉତ ଗୁରୁତର ଥିବା ନେଇ ସୂଚନା ଦେଇଛନ୍ତି ପୁଅ ସମ୍ବିତ ରାଉତ । ଗୁରୁତର ଅବସ୍ଥାରେ ଭୁବନେଶ୍ଵରସ୍ଥିତ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ଦାମ। ତେବେ ଏହା ପୂର୍ବରୁ ଗତ ୧୮ତାରିଖରେ ତାଙ୍କୁ ହୃଦଘାତ ହୋଇଥିବା ନେଇ ସୂଚନା ଦେଇଛନ୍ତି ପୁଅ ସମ୍ବିତ ।
ସେ କହିଛନ୍ତି ହୃଦଘାତ ପରେ ତାଙ୍କୁ ତୁରନ୍ତ କ୍ୟାପିଟାଲ ହସ୍ପିଟାଲ ନିଆଯାଇଥିଲା। ମେଡିକାଲ ନେବା ବାଟରେ ତାଙ୍କର ହୃଦଘାତ ହୋଇଥିଲା। କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି ହେବାପରେ ଦାମ ରାଉତଙ୍କୁ CPR ଦିଆଯାଇ ନଥିବା ସମ୍ବିତ ରାଉତରାୟ ଅଭିଯୋଗ କରିଛନ୍ତି। ସିପିଆର ନ ଦେବାରୁ ତାଙ୍କ ଅବସ୍ଥା ସଂକଟାପନ୍ନ ହୋଇଥିଲା। ଏବେ ଯାହା ସୂଚନା ମିଳୁଛି ତାଙ୍କ ବ୍ରେନ ଡେଡ ହେଇଛି।
ଯଦି ରାଜନୈତକ କ୍ୟାରିୟର ଉପରେ ନଜର ପକାଇବା ତେବେ ଦାମ ରାଉତ ବିଜେଡିର ଟାଣୁଆ ନେତା ଥିଲେ। ଏହାସହ ସେ ୭ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ଗତ ୨୦୧୯ ନିର୍ବାଚନ ସମୟରେ ସେ ବିଜେପିରେ ଯୋଗ ଦେଇଥିଲେ । ପରେ ସେ ବିଜେପିରୁ ନିର୍ବାଚନ ମଧ୍ୟ ଲଢି ହାରିଯାଇଥିଲେ । ନିକଟରେ ବିଜେଡି ତାଙ୍କ ଉପରୁ ନିଲମ୍ବନ ନିର୍ଦ୍ଦେଶ ମଧ୍ୟ ପ୍ରତ୍ୟାହାର କରିଥିଲା।
ପ୍ରଥମେ ଜନତା ଦଳ ଓ ପରବର୍ତ୍ତୀ ସମୟରେ ବିଜେଡିରୁ ବିଧାୟକ ଭାବେ ନିର୍ବାଚିତ ହେବା ସହ ନବୀନଙ୍କ ସରକାରରେ ମନ୍ତ୍ରୀ ଭାବେ ମଧ୍ୟ ଦାୟିତ୍ୱ ତୁଲାଇଥିଲେ ଦାମ ରାଉତ। ପରବର୍ତ୍ତୀ ସମୟରେ ବିବାଦୀୟ ମନ୍ତବ୍ୟ ଦେଇ ଶାସକ ଦଳକୁ ବିପଦରେ ପକାଇଥିଲେ ଡାକ୍ତର ରାଉତ। ଯେଉଁଥିପାଇଁ ତାଙ୍କୁ ମନ୍ତ୍ରୀ ପଦ ହରାଇବାକୁ ପଡ଼ିଥିଲା।ସେଥିପାଇଁ ତାଙ୍କୁ ଦଳରୁ ବିଦା ହେବାକୁ ପଡ଼ିଥିଲା।