SUNSTARTV
ଆଉ କିଛି ଦିନର ଅପେକ୍ଷା । ଏହାପରେ ଆରମ୍ଭ ହେବ ଘନ ଘନ ପ୍ରଚାର । ଦଳିୟ ଚିହ୍ନ ସାଙ୍ଗକୁ ଦଳୀୟ ଗୀତରେ କମ୍ପି ଉଠିବ ଗାଁ ଠୁ ସହର । ସବୁଠି ହେବ ଖାଲି ଜୟ ଜୟକାର । ଲୋକସଭା ଠାରୁ ଆରମ୍ଭ କରି ରାଜ୍ୟ ସଭା ପର୍ଯ୍ୟାୟକ୍ରମେ ହେବ ସବୁଠି ନିର୍ବାଚନ । ଏହାକୁ ନେଇ ପ୍ରାର୍ଥୀ ତାଲିକା ଘୋଷଣା ହୋଇସାରିଥିବା ବେଳେ ପ୍ରାର୍ଥୀ ନାମାଙ୍କନ ଦାଖଲ ପାଇଁ ପ୍ରକାଶ ପାଇଛି ବିଜ୍ଞପ୍ତି । ପ୍ରଥମ ପର୍ଯ୍ୟାୟ ମତଦାନ ପାଇଁ ବିଧିବଦ୍ଧ ବିଜ୍ଞପ୍ତି ଜାରି କରିଛନ୍ତି ନିର୍ବାଚନ କମିଶନ । ତେବେ ଏପ୍ରିଲ ୧୯ତାରିଖରୁ ହିଁ ଦେଶରେ ଆରମ୍ଭ ହେବ ପ୍ରଥମ ପର୍ଯ୍ୟାୟ ମତଦାନ । ଏଥିପାଇଁ ମାର୍ଚ୍ଚ ୨୭ ତାରିଖ ଶୁଦ୍ଧା ନାମାଙ୍କନ ଦାଖଲ ଶେଷ ହେବ।
ମିଳିଥିବା ସୂଚନା ଅନୁଯାୟୀ ଆଜିଠୁ ଦାଖଲ ହେବ ଲୋକସଭା ନିର୍ବାଚନ ପାଇଁ ନାମାଙ୍କନ। ଏନେଇ ପ୍ରକଶ ପାଇଛି ବିଜ୍ଞପ୍ତି । ୨୧ଟି ରାଜ୍ୟର ୧୦୨ଟି ଆସନ ପାଇଁ ନିର୍ବାଚନ କମିସନ୍ ବିଜ୍ଞପ୍ତି ପ୍ରକାଶ କରିଛନ୍ତି। ତେବେ ଏପ୍ରିଲ ୧୯ ରେ ପ୍ରଥମ ପର୍ଯ୍ୟାୟ ମତଦାନ ପାଇଁ ପଡିବ ଭୋଟ୍ । ଏଥିପାଇଁ ଆଜିଠାରୁ ଆରମ୍ଭ ହୋଇଛି ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା । ତେବେ ଏହି ୧୦୨ଟି ଆସନ ମଧ୍ୟରେ ତାମିଲନାଡୁର ୩୯ଟି ଆସନ ଥିବାବେଳେ ରାଜସ୍ଥାନର ୧୨ଟି ମଧ୍ୟପ୍ରଦେଶର ୬ଟି ଏବଂ ବିହାର ୪ଟି ଆସନ ରହିଛି ।
ଏହା ବ୍ୟତୀତ ସିକ୍କିମ, ତ୍ରିପୁରା, ମିଜୋରାମ , ଛତିଶଗଡ଼ , ନାଗାଲାଣ୍ଡ , ଜାମ୍ମୁ କାଶ୍ମୀର , ଆଣ୍ଡାମାନ ଏବଂ ନିକୋବର ଦ୍ବୀପପୁଞ୍ଜ , ଲାକ୍ଷାଦ୍ଵୀପ ଏବଂ ପୁଡୁଚେରୀରେ ପ୍ରତ୍ୟେକ ଗୋଟିଏ ଲେଖାଁଏ ଆସନ ପାଇଁ ଅନୁଷ୍ଠିତ ହେବ ଭୋଟ । ତେବେ ଗତ ମାର୍ଚ୍ଚ ୧୬ରେ ଲୋକସଭା ନିର୍ବାଚନ ନେଇ ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରିଥିଲେ ନିର୍ବାଚନ କମିସନ୍ । ଯେଉଁଥିରେ ୭ଟି ପର୍ଯାୟରେ ନିର୍ବାଚନ ହେବ ବୋଲି ଦିଆଯାଇଥିଲା ସୂଚନା । ଏପ୍ରିଲ ୧୯ ରୁ ଭୋଟ ଆରମ୍ଭ ହୋଇ ଜୁନ ୧ରେ ସରିବ । ଏହାପରେ ଜୁନ ୪ ରେ ହେବ ଭୋଟ ଗଣତି ଓ ସେହି ଦିନ ହିଁ ଫଳାଫଳ ପ୍ରକାଶ ପାଇବ ।
ଚଳିତ ବର୍ଷ ନିର୍ବାଚନ ନିରପେକ୍ଷ , ମୁକ୍ତ, ଏବଂ ନିରାପଦ ହେବ ବୋଲି ନିର୍ବାଚନ ଆୟୋଗ କହିଛନ୍ତି। ତେବେ ଆଜି ଠାରୁ ମାର୍ଚ୍ଚ ୨୭ ପର୍ଯନ୍ତ ପ୍ରଥମ ପର୍ଯ୍ୟାୟ ଭୋଟ ପାଇଁ ନାମାଙ୍କନ ଦାଖଲ କରାଯିବ । ଏହା ପରେ ମାର୍ଚ୍ଚ ୨୮ ରେ କରାଯିବ ନାମାଙ୍କନ ଯାଞ୍ଚ ଏବଂ ମାର୍ଚ୍ଚ ୩୦ ତାରିଖରେ ପ୍ରାଥୀ ପ୍ରତ୍ୟାହାର ପାଇଁ ଶେଷ ତାରିଖ ବୋଲି ନିର୍ବାଚନ କମିଶନ ସୂଚନା ଦେଇଛନ୍ତି ।