SunstarTV
ଯଦି ଆପଣ ମଧ୍ୟ ସଂପୂର୍ଣ୍ଣ ଶୁଦ୍ଧ ଶାକାହାରୀ ଏବଂ ଯେଉଁଠାରେ ନନ ଭେଜ ଖାଦ୍ୟ ମଧ୍ୟ ପରିବେଷଣ କରାଯାଏ ସେହି ସ୍ଥାନରେ ଖାଇବା ଠାରୁ ଦୂରେଇ ରୁହନ୍ତି, ତେବେ ଆପଣଙ୍କ ପାଇଁ ଏକ ଖୁସି ଖବର ଅଛି । ଜୋମାଟୋ ସହ-ପ୍ରତିଷ୍ଠାତା ତଥା ସିଇଓ ଦୀପିନ୍ଦର ଗୋୟଲ ମଙ୍ଗଳବାର ଦିନ କହିଛନ୍ତି ଯେ ସେ ତାଙ୍କ ପ୍ଲାଟଫର୍ମରେ ‘ଶୁଦ୍ଧ ଭେଜ୍ ଫ୍ଲାଇଟ୍’ ଏବଂ ‘ଶୁଦ୍ଧ ଭେଜ୍ ମୋଡ୍’ ଲଞ୍ଚ କରିଛନ୍ତି। ଏହି ଶୁଦ୍ଧ ଭେଜ୍ ମୋଡ୍ ରେ, ଗ୍ରାହକଙ୍କ ପାଇଁ ଏହିପରି ରେଷ୍ଟୁରାଣ୍ଟଗୁଡିକ ଅନ୍ତର୍ଭୂକ୍ତ କରାଯିବ, ଯାହା କେବଳ ଶାକାହାରୀ ଖାଦ୍ୟ ପରିବେଷଣ କରେ ଏବଂ ନନ ଭେଜ୍ ଖାଦ୍ୟ ପରିବେଷଣ କରୁଥିବା ରେଷ୍ଟୁରାଣ୍ଟଗୁଡିକ ଏହି ମୋଡ୍ ବାହାରେ ରଖାଯିବ ।
ଅନଲାଇନ୍ ଖାଦ୍ୟ ବିତରଣ କମ୍ପାନୀ ଜୋମାଟୋ ଗ୍ରାହକଙ୍କ ପାଇଁ ‘ଶୁଦ୍ଧ ଭେଜ୍ ମୋଡ୍’ ଏବଂ ‘ଶୁଦ୍ଧ ଭେଜ୍ ଫ୍ଲିଟ’ ଲଞ୍ଚ କରିଛି। ଜୋମାଟୋ ପ୍ରତିଷ୍ଠାତା ତଥା ସିଇଓ ଦୀପିନ୍ଦର ଗୋୟଲ ମଙ୍ଗଳବାର ଦିନ ନିଜେ ସୋସିଆଲ ମଡିଆ ‘ଏକ୍ସ’ରେ ଏହି ସୂଚନା ଦେଇଛନ୍ତି।
କମ୍ପାନୀର ପ୍ରତିଷ୍ଠାତା ଉଲ୍ଲେଖ କରିଛନ୍ତି ଯେ, ଦେଶର ଶାକାହାରୀମାନଙ୍କଠାରୁ ମିଳିଥିବା ମତାମତକୁ ଦୃଷ୍ଟିରେ ରଖି ଏହି ସେବା ଆରମ୍ଭ କରାଯାଇଛି। ସେ ଆହୁରି କହିଛନ୍ତି ଯେ, ଭାରତରେ ଶାକାହାରୀ ଶତକଡ଼ା ସର୍ବାଧିକ। ସେମାନଙ୍କଠାରୁ ଆମେ ପାଇଥିବା ଗୁରୁତ୍ୱପୂର୍ଣ୍ଣ ମତାମତ ହେଉଛି ଯେ, ସେମାନଙ୍କର ଖାଦ୍ୟ କିପରି ରନ୍ଧାଯାଏ ଏବଂ ଖାଦ୍ୟ କିପରି ପରିଚାଳିତ ହୁଏ ସେ ସମ୍ବନ୍ଧରେ ସେମାନେ ବିଶେଷ ଧ୍ୟାନ ଦେଇଥାନ୍ତି। ଆମେ ଏହାକୁ ଦୃଷ୍ଟିରେ ରଖି ଏହି ଭେଜ୍ ମୋଡ ଆରମ୍ଭ କରିଛୁ।
ମୋଡରେ ଥିବା ରେଷ୍ଟୁରାଣ୍ଟଗୁଡିକ ଆଉଟଲେଟର ଏକ ତାଲିକା ପ୍ରସ୍ତୁତ କରାଯିବ। ଯାହା କେବଳ ଶାକାହାରୀ ଖାଦ୍ୟ ରାନ୍ଧିବା ଏବଂ ପରିବେଷଣ କରୁଥିବେ। ନନଭେଜ ରେଷ୍ଟୁରାଣ୍ଟଙ୍କୁ ଏଥିରୁ ସମ୍ପୂର୍ଣ୍ଣ ବାଦ ଦିଆଯିବ । ଗୋୟଲ କହିଛନ୍ତି ଯେ ଖାଣ୍ଟି ଭେଜ୍ ମୋଡରେ ଶୁଦ୍ଧ ଭେଜ୍ ରେଷ୍ଟୁରାଣ୍ଟରୁ ଖାଦ୍ୟ ଅର୍ଡର କରିବାକୁ ଚାହୁଁଥିବା ଲୋକଙ୍କୁ ଏହା ବିଶେଷ ସେବା ଯୋଗାଇବ ।
ଜୋମାଟୋ କହିଛନ୍ତି ଯେ ଆଗାମୀ ସମୟରେ କମ୍ପାନୀ ବିଭିନ୍ନ ଗ୍ରାହକଙ୍କ ଆବଶ୍ୟକତା ଅନୁଯାୟୀ ସ୍ୱତନ୍ତ୍ର ଯୋଜନା କରୁଛି। ଗୋୟଲ ଏହି ସେବା ଆସନ୍ତା କିଛି ସପ୍ତାହ ମଧ୍ୟରେ ପର୍ଯ୍ୟାୟକ୍ରମେ କାର୍ଯ୍ୟକାରୀ ହେବ |