Sunstar TV
ଭୁବନେଶ୍ୱର : ଆଗାମୀ ଦୁଇ ଦିନ କାଳବୈଶାଖୀର କରାଳ ରୂପ ଦେଖିବାକୁ ମିଳିବ । କାଳବୈଶାଖୀର ପ୍ରଭାବରେ ବର୍ଷା, ପବନ ସହ ବଜ୍ରପାତ ହେବାର ଆଶଙ୍କା ରହିଛି । କିଛି ଜିଲ୍ଲାରେ ୩୦ରୁ ୫୫ କିଲୋମିଟର ପର୍ଯ୍ୟନ୍ତ ପବନ ହେବାର ସମ୍ଭାବନା ରହିଛି । ଆଜି ପାଇଁ ୧୬ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଓ ୧୪ ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି । ଆଜି ପ୍ରବଳ ବର୍ଷା ସହ କୁଆପଥର ବର୍ଷା ମଧ୍ୟ ହେବାର ସମ୍ଭାବନା ରହିଛି । ସେହିପରି ଆସନ୍ତାକାଲି ପାଇଁ ୧୦ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଥିବା ବେଳେ ୧୧ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି । ଆସନ୍ତା କାଲି ବର୍ଷାର ପରିମାଣ ୨୦୦ ମିଲିମିଟର ପର୍ଯ୍ୟନ୍ତ ରହିପାରେ । ସମସ୍ତ ଜିଲ୍ଲାପାଳଙ୍କୁ କାଳବୈଶାଖୀ ପାଇଁ ସ୍ୱତନ୍ତ୍ର ରିଲିଫ୍ କମିଶନର ଚିଠି ଲେଖିଛନ୍ତି । ଏନେଇ ସତର୍କତା ପଦକ୍ଷେପ ଗ୍ରହଣ କରିବାକୁ ପରାମର୍ଶ ଦିଆଯାଇଛି ।