Sunstar TV
ଭୁବନେଶ୍ୱର : ମେଣ୍ଟ ମେଣ୍ଟ ମେଣ୍ଟ… ଏହାରି ଭିତରେ ଏକ ବଡ ବୟାନ ଦେଇଛନ୍ତି ୫ଟି ଅଧ୍ୟକ୍ଷ ଭି.କେ ପାଣ୍ଡିଆନ । କାହାକୁ ବେଶୀ କିମ୍ବା କାହାକୁ କମ କରିନାହାନ୍ତି କାର୍ତ୍ତିକ । ନେଟୱାର୍କ-୧୮ କୁ ପ୍ରତିକ୍ରିୟା ଦେଇଛନ୍ତି କାର୍ତ୍ତିକ । ରାଜନୀତି ବ୍ୟତୀତ ନବୀନ ଓ ମୋଦି ଦୁଇଜଣ ଉତ୍ତମ ବନ୍ଧୁ ବୋଲି ସେ କହିଛନ୍ତି । ମେଣ୍ଟ ବାବଦରେ ସେ କହିଛନ୍ତି ଯେ, ବୃହତ୍ତର ସ୍ୱାର୍ଥ ଦୃଷ୍ଟିରୁ ଏକାଠି ହୋଇପାରନ୍ତି ବିଜେଡି-ବିଜେପି । କିନ୍ତୁ ମେଣ୍ଟ ହେବ କି ନାହିଁ ତାହା ସ୍ପଷ୍ଟ କରିନାହାନ୍ତି 5T ଅଧ୍ୟକ୍ଷ । ଆଗାମୀ ନିର୍ବାଚନରେ ମଧ୍ୟ ଓଡିଶାରେ ନବୀନ ପଟ୍ଟନାୟକ ବିଜୟ ଲାଭ କରିବେ ଓ ମୁଖ୍ୟମନ୍ତ୍ରୀ ହେବେ ବୋଲି କାର୍ତ୍ତିକ ଦମ୍ଭୋକ୍ତି ପ୍ରକାଶ କରିଛନ୍ତି । ସେହିପରି ମୋଦୀ ମଧ୍ୟ କେନ୍ଦ୍ରରେ ବିଜୟ ହେବେ ବୋଲି ସେ କହିଛନ୍ତି । ଗୁରୁତ୍ୱପୂର୍ଣ୍ଣ ବିଷୟ ଏହା ଯେ, ସେ କହିଛନ୍ତି, ଓଡିଶାରେ ବିଜେଡିକୁ ସରକାର ଗଢିବାକୁ ହେଲେ ବିଜେପିର ଆବଶ୍ୟକତା ନାହିଁ । ସେହିଭଳି କେନ୍ଦ୍ରରେ ବିଜେପିକୁ ସରକାର ଗଢିବାକୁ ହେଲେ ବିଜେଡିର ସହଯୋଗ ଆବଶ୍ୟକ ପଡିନପାରେ । ତେବେ ଦୁଇଟି ଦଳ ନିଜ ନିଜ ସ୍ଥାନରେ ଖୁବ ସୁଦୃଢ। ପାଣ୍ଡିଆନ୍ ପ୍ରକାଶ କରିଛନ୍ତି ଯେ, ନବୀନଙ୍କ ସଫଳତାର ରହସ୍ୟ ହେଉଛି ଲୋକ ସେବା , ସେ ରାଜନୀତିକୁ ରାଜନୀତି ନୁହେଁ, ବରଂ ଲୋକଙ୍କ ସେବା ଦୃଷ୍ଟିରେ ଦେଖନ୍ତି । ଲୋକମାନେ ମଧ୍ୟ ନବୀନଙ୍କୁ ଜଣେ ରାଜନୈତିକ ନେତା ଭଳି ଦେଖନ୍ତି ନାହିଁ । ଲୋକମାନେ ତାଙ୍କୁ ଜନସେବକ ବୋଲି ଭାବନ୍ତି, ସେଥିପାଇଁ ଜନତା ନବୀନଙ୍କୁ ଭଲପାଆନ୍ତି ।