Sunstar TV
ଭୁବନେଶ୍ୱର : ସୁପ୍ରିମକୋର୍ଟ ରୁ ମହମ୍ମଦ ମୋକିମ୍ ଙ୍କୁ ଆଶ୍ୱସ୍ତି । ନିର୍ବାଚନୀ ସତ୍ୟପାଠ ଅନିୟମିତତା ମାମଲାରେ ହାଇକୋର୍ଟଙ୍କ ନିର୍ଦ୍ଦେଶ ଉପରେ ସୁପ୍ରିମକୋର୍ଟଙ୍କ ରହିତାଦେଶ । ମୋକିମଙ୍କ ଆବେଦନକୁ ଗ୍ରହଣ କରି ହାଇକୋର୍ଟଙ୍କ ନିର୍ଦ୍ଦେଶ ଉପରେ ରହିତାଦେଶ ଜାରି କରି ପ୍ରତିପକ୍ଷ ଦେବାଶିଷ ସାମନ୍ତରାୟଙ୍କୁ ନୋଟିସ କଲେ ସୁପ୍ରିମକୋର୍ଟ । ମୋକିମ୍ ଙ୍କ ପକ୍ଷ ରୁ ଏହି ମାମଲା ପରିଚାଳନା କରିଥିଲେ ଓଡ଼ିଶା ହାଇକୋର୍ଟ ର ପୂର୍ବତନ ମୁଖ୍ୟ ବିଚାରପତି ଜଷ୍ଟିସ ଏସ ମୂରଲୀଧର । ବିଗତ ଦିନରେ ହାଇକୋର୍ଟରେ ମୋକିମଙ୍କ ନିର୍ବାଚନ ସତ୍ୟପାଠ ଅସିଦ୍ଧ ଘୋଷଣା ହୋଇଥିଲା । ମୋକିମଙ୍କ ପ୍ରାର୍ଥୀତ୍ବକୁ ଅସିଦ୍ଧ ଘୋଷଣା କରିଥିଲେ ହାଇକୋର୍ଟ । ନାମାନଙ୍କ ବେଳେ ତଥ୍ୟ ଲୁଚାଇବାରୁ ଅସିଦ୍ଧ ଘୋଷଣା କରିଥିଲେ । ଗତ କାଲି ହାଇକୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟ ଯାଇଥିଲେ ମୋକିମ। ହାଇକୋର୍ଟଙ୍କ ରାୟ ଉପରେ ରହିତାଦେଶ ପ୍ରାର୍ଥନା କରିଥିଲେ ମୋକିମ। ଆଜି ଏହି ମାମଲାରେ ଆସିଛି ଆଉ ଏକ ନୂଆ ମୋଡ ହାଇକୋର୍ଟଙ୍କ ନିର୍ଦ୍ଦେଶ ଉପରେ ସୁପ୍ରିମକୋର୍ଟଙ୍କ ରହିତାଦେଶ ଜାରି ହୋଇଛି ।