SunstarTV
ଦିଲ୍ଲୀ ଜଳ ବୋର୍ଡ ସହ ଜଡିତ ସ୍କାମ ମାମଲାରେ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟରୁ ଅରବିନ୍ଦ କେଜ୍ରିୱାଲଙ୍କୁ ଡାକରା ଆସିଥିଲା । ବର୍ତ୍ତମାନ ଆମ୍ ଆଦମୀ ପାର୍ଟି (AAP) କହିଛି ଯେ ଅରବିନ୍ଦ କେଜ୍ରିୱାଲ ଆଜି ଇଡି ଆଗରେ ହାଜର ହେବେ ନାହିଁ। ଏହାପୂର୍ବରୁ ଇଡି ଏକ୍ସାଇଜ୍ ପଲିସି ମାମଲାରେ ଅରବିନ୍ଦ କେଜ୍ରିୱାଲଙ୍କ ନିକଟକୁ ଅନେକ ସମନ ଜାରି କରିଛି କିନ୍ତୁ ସେ ଏଜେନ୍ସିରେ ହାଜର ହୋଇନଥିଲେ।
ଇଡି ଡାକରା ସମ୍ପର୍କରେ ଆପ ନେତା ବଳରାମ ପାଣ୍ଡେ କହିଛନ୍ତି, “ଅରବିନ୍ଦ କେଜ୍ରିୱାଲଙ୍କୁ ଇଡିରୁ ଡାକରା ଆସିଥିଲା କିନ୍ତୁ ସେ ହଜାର ହେବେ ନାହିଁ । ଯେତେବେଳେ ସେ କୋର୍ଟରୁ ଜାମିନରେ ଆସିଛନ୍ତି , ତେବେ କାହିଁକି ଇଡି ବାରମ୍ବାର ତାଙ୍କୁ ସମନ ପଠାଉଛନ୍ତି। ଇଡି ଡାକରା ବେଆଇନ। ବିଜେପି ଇଡି ପଛରେ ଲୁଚି ନିର୍ବାଚନ ଲଢ଼ିବାକୁ କାହିଁକି ଚାହୁଁଛନ୍ତି?
ସୂଚନା ମୁତାବକ ଦିଲ୍ଲୀ ଜଳ ବୋର୍ଡ ସହ ଜଡିତ ଏକ ମାମଲାରେ ମନି ଲଣ୍ଡରିଂ ଆକ୍ଟର ଧାରା ୫୦ ଅନୁଯାୟୀ ଅରବିନ୍ଦ କେଜ୍ରିୱାଲଙ୍କୁ ଡକାଯାଇଛି। ଶନିବାର ଏହି ଡାକରା ଆସିଥିଲା ଏବଂ କୁହାଯାଇଥିଲା ଯେ ଅରବିନ୍ଦ କେଜ୍ରିୱାଲ ମାର୍ଚ୍ଚ ୧୮ ରେ ଇଡି ଆଗରେ ହାଜର ହେବା ଆବଶ୍ୟକ ।
ଦିଲ୍ଲୀ ଜଳ ବୋର୍ଡରେ ହୋଇଥିବା ଏହି ସ୍କାମରେ ସିବିଆଇ ତଦନ୍ତ ଚାଲିଛି ଏବଂ ଅନେକ ଲୋକଙ୍କୁ ମଧ୍ୟ ଗିରଫ କରାଯାଇଛି।ଅଭିଯୋଗ ହୋଇଛି ଯେ ଏନକେଜି ଇନଫ୍ରାଷ୍ଟ୍ରକଚର ଲିମିଟେଡକୁ ୩୮ କୋଟି ଟଙ୍କାରୁ ଅଧିକ ମୂଲ୍ୟର ଚୁକ୍ତି ଦିଆଯାଇଥିଲା ଯଦିଓ କମ୍ପାନୀ ଏହା ପାଇଁ ଯୋଗ୍ୟ ନୁହେଁ। ଅଭିଯୋଗ ହୋଇଛି ଯେ ଏହାର ପ୍ରତିବଦଳରେ ଜଳ ବୋର୍ଡ ମୁଖ୍ୟ ଇଞ୍ଜିନିୟର ଜଗଦୀଶ ଆରୋରା ୩ କୋଟି ଟଙ୍କା ନେଇଛନ୍ତି।
ଏଥି ସହିତ ତାଙ୍କୁ ଏକ୍ସାଇଜ୍ ପଲିସି ମାମଲାରେ ମୁଖ୍ୟମନ୍ତ୍ରୀଙ୍କୁ ୯ମ ସମନ ପଠାଯାଇଛି ଏବଂ ମାର୍ଚ୍ଚ ୨୧ ରେ ଇଡିରେ ହାଜର ହେବାକୁ କୁହାଯାଇଛି। ଏହାପୂର୍ବରୁ, ଇଡି ତରଫରୁ ୮ଟି ସମନ ସତ୍ତ୍ୱେ ଅରବିନ୍ଦ କେଜ୍ରିୱାଲ ଏଜେନ୍ସିରେ ହାଜର ହୋଇନାହାଁନ୍ତି ଏବଂ କ୍ରମାଗତ ଭାବରେ ଏହାର ଡାକରାକୁ ବେଆଇନ ବୋଲି କହିଛନ୍ତି।