Sunstar TV
ଭୁବନେଶ୍ୱର : ବରିଷ୍ଟ ନେତା ବିଜୟ ମହାପାତ୍ରଙ୍କ ପୁଅ ତଥା ନୂତନ ଭାବେ ବିଜୁ ଜନତା ଦଳରେ ସାମିଲ ହୋଇଥିଲେ ଯୁବ ନେତା ଅରବିନ୍ଦ ମହାପାତ୍ର । କିଛି ଦିନ ତଳେ ନବୀନ ନିବାସରେ ଶଙ୍ଖ ଫୁଙ୍କିବା ପରେ ଆଜି ପ୍ରଥମ କରି ନିଜ ପାଟକୁରା ନିର୍ବାଚନ ମଣ୍ଡଳୀରେ ଜନ ସମ୍ପର୍କ ପଦଯାତ୍ରା ଆରମ୍ଭ କରିଛନ୍ତି । ଏହାରି ମାଧ୍ୟମରେ ନିଜ ଗାଁ ତଳ କୁସୁମାକୁ ଆସିଥିଲେ ଅରବିନ୍ଦ । ନିଜ କର୍ମୀ ମାନଙ୍କ ସହ ତେଣ୍ଡାକୁଡା ସlଇଫାନ ପୋଲ ଠାରୁ ବାଇକ ରାଲି କରି ଚାରିଛକ ଆସିଥିଲେ ଅରବିନ୍ଦ । ସେଠାରୁ ସେ ଦୁଇ ହଜାର କର୍ମୀ ଙ୍କୁ ନେଇ ଜନ ସମ୍ପର୍କ ପଦ ଯାତ୍ରା କରି ତଳ କୁସୁମା ଆସିଥିଲେ । ନିଜ ଗାଁ ଆମ୍ବିଳେଇ ଠାକୁରାଣୀଙ୍କ ଆଶୀର୍ବାଦ ନେବା ସହ ସେଠାରେ ଏକ ହଜାର ମହିଳାଙ୍କୁ ନେଇ ଏକ ମହିଳା ସମାବେଶ ଆୟୋଜନ କରିଥିଲେ । ପଦଯାତ୍ରାରେ ଦୁଇ ହଜାରରୁ ଉର୍ଧ୍ଵ ମହିଳା ଓ ପୁରୁଷ ଯୋଗ ଦେଇ ଅରବିନ୍ଦଙ୍କୁ ପାଛୋଟି ଆଣିଥିଲେ । ଆଗାମୀ ସାଧାରଣ ନିର୍ବାଚନକୁ ଆଖି ଆଗରେ ରଖି ପାଟକୁରା ବିଜେଡିକୁ ସଶକ୍ତ ଓ ସୁଦୃଢ କରିବା ପାଇଁ ଅରବିନ୍ଦ ଆଗାମୀ ଦିନରେ ଦଳୀୟ ନିର୍ଦେଶ ଅନୁସାରେ କାମ କରିବେ ବୋଲି ସୂଚନା ଦେଇଛନ୍ତି । ତେବେ ବିଜୟ ମହାପାତ୍ର ବିଜେପିରେ ଥିଲେ ମଧ୍ୟ ତାଙ୍କ ଶତାଧିକ ସମର୍ଥକ ଅରବିନ୍ଦଙ୍କ ସହ ଯୋଗ ଦେଇଥିଲେ । ସେମାନଙ୍କ ବ୍ୟତୀତ ପାଟକୁରାର ଅନେକ ଛାମୁଆ ବିଜେଡି କର୍ମୀ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ।