Sunstar Tv
2024 Elections Date: ସାଧାରଣ ନିର୍ବାଚନ ପାଇଁ ବାଜିଲା ବିଗୁଲ । ଲୋକସଭା ଓ ୪ ରାଜ୍ୟର ବିଧାନସଭା ନିର୍ବାଚନ ପାଇଁ ସାମ୍ବାଦିକ ସମ୍ମିଳନୀରେ ତାରିଖ ଘୋଷଣା କରୁଛନ୍ତି ନିର୍ବାଚନ ଆୟୋଗ ।
ନିର୍ବାଚନ ଆୟୋଗକଙ୍କ ସୋସିଆଲ୍ ମିଡିଆ ପ୍ଲାଟଫର୍ମରେ ଏହାର ସିଧା ପ୍ରସାରଣ ହେଉଛି । ଦେଶର ୪ଟି ରାଜ୍ୟରେ ବିଧାନସଭା ନିର୍ବାଚନ ତାରିଖ ଘୋଷଣା କରୁଛନ୍ତି ଇସିଆଇ ।
ଏକା ସମୟରେ ୪ ରାଜ୍ୟରେ ହେବ ବିଧାନସଭା ଓ ଲୋକସଭା ନିର୍ବାଚନ । ଏହି ରାଜ୍ୟଗୁଡିକ ହେଲା ଓଡ଼ିଶା, ଅରୁଣାଚଳ ପ୍ରଦେଶ, ଆନ୍ଧ୍ରପ୍ରଦେଶ, ଏବଂ ସିକ୍କିମ । ଓଡ଼ିଶା ବିଧାନସଭାର କାର୍ଯ୍ୟକାଳ ଆସନ୍ତା ଜୁନ ୨୪ ତାରିଖରେ ଶେଷ ହେବ ।
୨୦୧୯ ଏପ୍ରିଲ ମାସରେ ଏଠାରେ ହୋଇଥିଲା ବିଧାନସଭା ନିର୍ବାଚନ । ଅରୁଣାଚଳ ବିଧାନସଭାର କାର୍ଯ୍ୟକାଳ ଜୁନ ୨ ତାରିଖରେ ଶେଷ ହେବ ।
ଏଠାରେ ଏପ୍ରିଲ ୨୦୧୯ରେ ନିର୍ବାଚନ ହୋଇଥିଲା । ସିକ୍କିମ ବିଧାନସଭାର କାର୍ଯ୍ୟକାଳ ଜୁନ ୨ରେ ଶେଷ ହେବ ।
ପ୍ରେସମିଟ୍ କରି ନିର୍ବାଚନ ବାବଦରେ ସୂଚନା ଦେଇଛନ୍ତି ନିର୍ବାଚନ କମିଶନର…
୧. ୫୫ ଲକ୍ଷ EVM ମେସିନ୍ ବ୍ୟବହାର ହେବ
୨. ଏଥର ଭୋଟରଙ୍କ ସଂଖ୍ୟା ୯୭ କୋଟିରୁ ଅଧିକ
୩. ୧୦.୫ ଲକ୍ଷ ପୋଲିଂ ବୁଥ୍ରେ ହେବ ମତଦାନ
୪. ୧.୫ ପୋଲିଂ ଅଫିସର ନିଯୁକ୍ତ ହେବେ
୫. ଏଥର ୨୧.୫ କୋଟି ଯୁବ ଭୋଟର କରିବେ ମତଦାନ
୬. ଶତାୟୁ ଭୋଟରଙ୍କ ସଂଖ୍ୟା ୨୧ ଲକ୍ଷରୁ ଅଧିକ
୮. ବୟସ୍କ ଓ ଦିବ୍ୟାଙ୍ଗଙ୍କ ପାଇଁ ବ୍ୟାପକ ବନ୍ଦୋବସ୍ତ ହେବ
୯. ୮୫ ବର୍ଷରୁ ଅଧିକ ବୟସ ବର୍ଗଙ୍କ ପାଇଁ ସ୍ବତନ୍ତ୍ର ସୁବିଧା
୧୦. ଘରେ ରହି ଭୋଟ୍ ଦେଇପାରିବେ ବୟସ୍କ ଭୋଟର