SUNSTARTV
ମୁମ୍ବାଇ: ବଲିଉଡର ବିଗ ବି ଙ୍କୁ ନେଇ ଆସିଛି ଏକ ବଡ ଖବର । ଯାହା ଜାଣିବାପରେ ସିନେମା ଓ କଳାକାର ଜଗତରେ ଖେଳି ଯାଇଛି ଚାଞ୍ଚଲ୍ୟ । ଆଜି ବରିଷ୍ଠ ତଥା ଭେଟେରାନ୍ ଅଭିନେତା ଅମିତାଭ ବଚ୍ଚନ ପୁଣି ଥରେ ହୋଇପଡିଛନ୍ତି ଅସୁସ୍ଥ। ଫଳରେ ତାଙ୍କୁ ମୁମ୍ବାଇର କୋକିଲାବେନ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଯାହାକୁ ଶୁଣିବା ପରେ ଅମିତାଭ ବଚ୍ଚନଙ୍କ ପ୍ରଶଂସକମାନେ ଚିନ୍ତିତ ହେବା ସହ ତାଙ୍କ ଆସୁଆରୋଗ୍ୟ କାମନା କରିଛନ୍ତି ।
ମିଳିଥିବା ସୂଚନା ଅନୁଯାୟୀ ୮୧ ବର୍ଷିୟ ଅମିତାଭ ବଚ୍ଚନଙ୍କ ଗୋଡ଼ରେ ଆଞ୍ଜିଓପ୍ଲାଷ୍ଟି କରିଛି । ସାଧାରଣତଃ ଏଞ୍ଚିଓପ୍ଲାଷ୍ଟି ହୃତପିଣ୍ଡରେ ଜମିରହିଥିବା ରକ୍ତକୁ ବିନା ଅସ୍ତ୍ରୋପଚାରରେ ବାହାର କରିବା ପାଇଁ ବ୍ୟବହାର କରାଯାଏ । କିନ୍ତୁ ଏଠାରେ ଅମିତାଭଙ୍କ ଗୋଡେ ଥବା ଜମିରହିଥିବା ରକ୍ତ ବାହାର କରିବା ପାଇଁ ସର୍ଜରୀ କରାଯାଇଛି । ଫଳରେ ଆଜି ସକାଳେ ତାଙ୍କୁ ମୁମ୍ବାଇର କୋକିଲାବେନ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତେବେ ବର୍ତ୍ତମାନ ଶୁଦ୍ଧ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥାରେ ଉନ୍ନତି ନେଇ କୌଣସି ସୂଚନା ମିଳି ପରି ନାହିଁ । ଅନ୍ୟ ପକ୍ଷେ ବିଗ ବି ଆଜି ସକାଳେ କଡା ସୁରକ୍ଷା ବଳୟ ଭିତରେ ହସ୍ପିଟାଲରେ ପହଂଚିଥିଲେ । ଏହାପରେ ସେ ତାଙ୍କ ସୋସିଆଲ ମେଡିଆ ଆକାଉଣ୍ଟ ଏକ୍ସ ରେ ଏକ ପୋଷ୍ଟ କରିଥିଲେ ଯେଉଁଥିରେ ସେ ଲିଖିଥିଲେ ମୁଁ ସର୍ବଦା କୃତଜ୍ଞ’ ।