SUNSTARTV
ଭୁବନେଶ୍ୱର: ବିଜେଡିର ବରିଷ୍ଠ ନେତା ତଥା ବିଜୁ ଜନତା ଦଳର ଉପସଭାପତି ପ୍ରସନ୍ନ ଆଚାର୍ଯ୍ୟଙ୍କୁ କରାଗଲା ଏୟାରଲିଫ୍ଟ । ତାଙ୍କୁ ପ୍ରଥମେ ଆମ୍ବୁଲାନ୍ସ ଯୋଗେ ସମ୍ବଲପୁରରୁ ଜମାଦାରପାଲ୍ଲି ଏୟାରଷ୍ଟ୍ରିପକୁ ଅଣାଯାଉଛି । ଏହାପରେ ତାଙ୍କୁ ଭୁବନେଶ୍ୱରକୁ ଏୟାରଲିଫ୍ଟ କରାଯିବ । ଏପଟେ ପ୍ରସନ୍ନଙ୍କ ଆସିବା ନେଇ ପ୍ରସ୍ତୁତ ଅଛନ୍ତି ସମସ୍ତ ଡାକ୍ତରୀ ଦଳ। ତେବେ ଗତକଲି ନିବାସରେ ଥିଲା ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ । ଏହି ବୈଠକରେ ଅନେକ ବରିଷ୍ଠ ନେତା ଓ କର୍ମୀମାନେ ଯୋଗଦେଇଥିବା ବେଳେ ସେଥିରେ ସାମିଲ ଥିଲେ ବିଜୁ ଜନତା ଦଳର ଉପସଭାପତି ପ୍ରସନ୍ନ ଆଚାର୍ଯ୍ୟ । ସେ ବୈଠକ ସାରି ବରଗଡ଼ ଫେରୁଥିବା ବେଳେ ରେଢ଼ାଖୋଲର ବେଲଗଡ଼ ଠାରେ ତାଙ୍କର ହୋଇଥିଲା ମର୍ମଦୂତ ସଡକ ଦୁର୍ଘଟଣା । ଫଳରେ ତାଙ୍କ ଗାଡିର ସମ୍ମୁଖ ଭାଗ ସମ୍ପୂର୍ଣ ରୂପେ ଭାଙ୍ଗି ଚୁରମାର ହୋଇଯାଇଥିଲା । ଏଥିସହିତ ଗୁରୁତର ଭାବେ ଆହତ ହୋଇଥିଲେ ବିଜୁ ଜନତା ଦଳର ଏହି ହେଭିୱେଟ୍ ନେତା ।ଫଳରେ ପ୍ରଥମେ ତାଙ୍କୁ ରେଢ଼ାଖୋଲରେ ପ୍ରାଥମିକ ଚିକିତ୍ସା କରାଯାଇଥିଲା ।ଏହାପରେ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ପ୍ରସନ୍ନଙ୍କୁ ସମ୍ବଲପୁରର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ବର୍ତ୍ତମାନ ତାଙ୍କୁ ଏୟାରଲିପଟ ଯୋଗେ ଭୁବନେଶ୍ୱର ଅଣାଯାଉଛି । ପ୍ରସନ୍ନଙ୍କ ବ୍ୟତୀତ ତାଙ୍କ ପିଏସ୍ଓ ଏବଂ ଡ୍ରାଇଭର ମଧ୍ୟ ସାମାନ୍ୟ ଆହତ ହୋଇଛନ୍ତି । ତେବେ ବରିଷ୍ଠ ନେତା ପ୍ରଂସନ୍ନଙ୍କୁ ଭୁବନେଶ୍ୱରର କେଉଁ ହସ୍ପିଟାଲରେ ଭର୍ତ୍ତି କରାଯିବ ଏନେଇ କୌଣସି ସୂଚନା ମିଳିପରି ନାହିଁ ।
ଅନ୍ୟପକ୍ଷେ ପ୍ରସନ୍ନ ଆଚାର୍ଯ୍ୟଙ୍କ ଦୁର୍ଘଟଣା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଶୁ ଆରୋଗ୍ୟ କାମନା କରିଛନ୍ତି । ମୁଖ୍ୟମନ୍ତ୍ରୀ ସୋସିଆଲ୍ ମିଡିଆ ପ୍ଲାଟଫର୍ମ ଏକ୍ସରେ ଲେଖିଛନ୍ତି ଯେ, ପୂର୍ବତନ ରାଜ୍ୟସଭା ସାଂସଦ ତଥା ବିଜୁ ଜନତା ଦଳର ଉପସଭାପତି ଶ୍ରୀ ପ୍ରସନ୍ନ ଆଚାର୍ଯ୍ୟ ରେଢ଼ାଖୋଲରେ ଦୁର୍ଘଟଣାର ସମ୍ମୁଖୀନ ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଜାଣି ମୁଁ ଚିନ୍ତିତ। ତାଙ୍କର ଆଶୁଆରୋଗ୍ୟ କାମନା କରିବା ସହ ସୁସ୍ଥ ଓ ଦୀର୍ଘାୟୁ ଜୀବନ କାମନା କରୁଛି।
ପୂର୍ବତନ ରାଜ୍ୟସଭା ସାଂସଦ ତଥା ବିଜୁ ଜନତା ଦଳର ଉପସଭାପତି ଶ୍ରୀ ପ୍ରସନ୍ନ ଆଚାର୍ଯ୍ୟ ରେଢ଼ାଖୋଲରେ ଦୁର୍ଘଟଣାର ସମ୍ମୁଖୀନ ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଜାଣି ମୁଁ ଚିନ୍ତିତ। ତାଙ୍କର ଆଶୁଆରୋଗ୍ୟ କାମନା କରିବା ସହ ସୁସ୍ଥ ଓ ଦୀର୍ଘାୟୁ ଜୀବନ କାମନା କରୁଛି।
— Naveen Patnaik (@Naveen_Odisha) March 15, 2024