ଆଉ କିଛି ଦିନ ପରେ ସାଧାରଣ ନିର୍ବାଚନ ପାଇଁ ବାଜିବ ବିଗୁଲ । ଯାହା ଉପରେ ରହିଛି ସମସ୍ତଙ୍କ ନଜର । ବିଭିନ୍ନ ଦଳ ମଧ୍ୟରେ ହେବ ଘମାଘୋଟ ଲଢେଇ ଯାହା ଉପରେ ରହିଛି ସମସ୍ତଙ୍କ ନଜର ଯାହା ଉପରେ ରହିଛି ସମସ୍ତଙ୍କ ନଜର । କିଏ ଶାସନ ଗାଦିରେ ବସିବ ଆଉ କିଏ ବିରୋଧୀ ଦଳ ହେବ ସେଥି ନେଇ ଚାଲିଛି ଅନେକ ଆଲୋଚନା ଓ ପର୍ଯ୍ୟାଲୋଚନା । କିନ୍ତୁ ଏହାରି ଭିତରେ ମେଣ୍ଟକୁ ନେଇ ଦେଖାଦେଇଛି ବିଭିନ୍ନ ପ୍ରକାର ଚର୍ଚ୍ଚା । ଓଡ଼ିଶାରେ ମେଣ୍ଟ ହେବ ନା ନାହିଁ ? ଯଦି ମେଣ୍ଟ ହେବ ତାହାଲେ କେବେ ହେବ ? ଏହାକୁ ନେଇ ରାଜ୍ୟର ସାଧାରଣ ଲୋକଙ୍କ ମନରେ ଉଙ୍କି ମାରୁଛି ଅନେକ ପ୍ରଶ୍ନ । ଯାହାର ଉତ୍ତର ଏପର୍ଯ୍ୟନ୍ତ କାହା ପାଖରେ ନାହିଁ । କିନ୍ତୁ ଏସବୁ ଭିତରେ ଦଳର ସୁପ୍ରିମୋ ଡାକୁଛନ୍ତି ଘନ ଘନ ବୈଠକ । ପୂର୍ବରୁ ଅର୍ଥାତ ଗତ ୬ ତାରିଖରେ ଏହି ମେଣ୍ଟକୁ ନିବୀନ ନିବାସରେ ବୈଠକ ହୋଇଥିବା ବେଳେ ଆଜି ମଧ୍ୟ ନବୀନ ନିବାସରେ ବସୁଛି ବିଜେଡିର ବଡ଼ ବୈଠକ । ଅପରାହ୍ନ ୪ଟା ୩୦ରେ ଏହି ବୈଠକ ହେବ ବୋଲି କୁହାଯାଉଛି । ବରିଷ୍ଠ ନେତା ମାନଙ୍କ ସହ ଜିଲ୍ଲା ପର୍ଯ୍ୟବେକ୍ଷକ ମାନେ ମଧ୍ୟ ବୈଠକରେ ସାମିଲ ହେବେ ବୋଲି ସୂଚନା ମିଳିଛି । ତେବେ ବୈଠକରେ କେଉଁ ବି ନିର୍ଦ୍ଦିଷ୍ଟ ବିଷୟରେ ଆଲୋଚନା ହେବ ସେନେଇ ସୂଚନା ଦିଆଯାଇନାହିଁ । କିନ୍ତୁ ମେଣ୍ଟକୁ ନେଇ ଆଲୋଚନା ହେବା ସହ ଆସନ ଭାଗବଣ୍ଟା ନେଇ ସୂଚନା ଦିଆଯାଇପାରେ ବୋଲି ଅନୁମାନ କରାଯାଉଛି । କଣ ହେବ ନିଷ୍ପତି, ମେଣ୍ଟକୁ ନେଇ ବାହାରିବ କି କିଛି ନିଷ୍କର୍ସ ଯାହା ଉପରେ ରହିଛି ସମସ୍ତଙ୍କ ନଜର ।
ଅନ୍ୟପକ୍ଷେ ଗତ ୪ ଦିନ ହେଲା ଓଡ଼ିଶାର ବିଜେପି ନେତାମାନେ ଦିଲ୍ଲୀରେ ଡେ଼ରା ପକାଇଛନ୍ତି । ସମ୍ଭାବ୍ୟ ମେଣ୍ଟକୁ ନେଇ ହେଉଛି ଘନଘନ ବୈଠକ । ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି.ନଡ୍ଡା, ସଙ୍ଗଠନ ମହାମନ୍ତ୍ରୀ ବି.ଏଲ୍.ସନ୍ତୋଷ ଓଡିଶା ପ୍ରଭାରୀ ବିଜୟପାଲ ସିଂହ ତୋମାର, ଉପ ପ୍ରଭାରୀ ଲତା ଉସେଣ୍ଡି ଓ ରାଜ୍ୟ ବିଜେପି ନେତୃତ୍ୱଙ୍କ ସହ ବୈଠକ ହୋଇଛି। ସେହିପରି ଜାତୀୟସ୍ତରର ନେତାଙ୍କ ସହ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ, ସଙ୍ଗଠନ ସମ୍ପାଦକ ମାନସ ମହାନ୍ତି ଅନେକ ଥର ଆଲୋଚନା କରିଛନ୍ତି । ମେଣ୍ଟ ସଂକ୍ରାନ୍ତରେ ଚୂଡ଼ାନ୍ତ ନିଷ୍ପତ୍ତି ନିମନ୍ତେ ଦଳୀୟ ମୁଖ୍ୟାଳୟରେ ଗତ କଲି ରାତିରେ ରାଜ୍ୟ ବିଜେପି ସଭାପତି, ସଙ୍ଗଠନ ସମ୍ପାଦକ, ପ୍ରଭାରୀ ଓ ରାଜ୍ୟର ଅନ୍ୟ କିଛି ନେତାଙ୍କୁ ନେଇ ବିସ୍ତୃତ ଆଲୋଚନା ହୋଇଥିଲା ଯାହାର ଆଜି ନିଷ୍ପତ୍ତି ନିଆଯାଇପାରେ ବୋଲି ଅସମର୍ଥିତ ସୂତ୍ରରୁ ସୂଚନା ମିଳିଛି ।
ସେପଟେ ଓଡିଶା ସରକାର ଆଜି ଅପରାହ୍ନ ୪.୩୦ ରେ ଏକ ବଡ ବୈଠକ ଡାକିବା ସହ ସମସ୍ତ ନେତା ଉପସ୍ଥିତ ରହିବାକୁ କୁହ ଯାଇଛି । ଫଳରେ ମେଣ୍ଟ ନେଇ ଆଲୋଚନା କରାଯିବା ସହ ଆସନ ଭାଗବଣ୍ଟା ନେଇ ନିଷ୍ପତି ନିଆଯାଇପାରେ ବୋଲି ଅନୁମାନ କରାଯାଉଛି ।ପୂର୍ବରୁ ବସିଥିବା ବୈଠକରେ ରାଜ୍ୟର ସ୍ୱାର୍ଥକୁ ଦୃଷ୍ଟିରେ ରଖି ପଦକ୍ଷେପ ନେବାକୁ ନେତାମାନେ ମୁଖ୍ୟମନ୍ତ୍ରୀଙ୍କ ଉପରେ ନିଷ୍ପତି ଛାଡିଥିଲେ । ଯାହାର ଏପର୍ଯ୍ୟନ୍ତ କିଛି ସମାଧାନ ବାହାରି ପରି ନାହିଁ ।ସେହିଦିନ ଦିଲ୍ଲୀରେ ମଧ୍ୟ ବିଜେପିର କେନ୍ଦ୍ରୀୟ ନେତାଙ୍କ ସହ ରାଜ୍ୟ ନେତାଙ୍କ ବୈଠକ ହୋଇଥିଲା । ଏହାର ୮ ଦିନ ପରେ ମଧ୍ୟ ମେଣ୍ଟ ଚର୍ଚ୍ଚା ଉପରୁ ହଟିପାରୁ ନାହିଁ ପରଦା । କିନ୍ତୁ ଦଳସୁପ୍ରିମୋଙ୍କ ଆଜି ଆଉ ଏକ ବୈଠକ ଏ ସମସ୍ତ ଚର୍ଚ୍ଚାରେ ପୂର୍ଣ୍ଣଛେଦ ପାକିବା ବୋଲି ଆକଳନ କରାଯାଉଛି ।