SunStarTV
ପେଟିଏମ୍ ପେମେଣ୍ଟ ବ୍ୟାଙ୍କ ଏକ ବଡ ଘୋଷଣା କରିଛି। ପେଟିଏମ୍ ପେମେଣ୍ଟ ବ୍ୟାଙ୍କ ଏହାର ପ୍ରତିଶତ ୨୦କର୍ମଚାରୀଙ୍କୁ ଛଟେଇ କରିବ। ମାର୍ଚ୍ଚ ୧୫ ରେ ଆରବିଆଇ ଦେଇଥିବା ଶେଷ ହେବା ପରେ କମ୍ପାନୀର ଏହି ନିଷ୍ପତ୍ତି ଆସିଛି।
ମାର୍ଚ୍ଚ ୧୫ ରେ ପେମେଣ୍ଟ ବ୍ୟାଙ୍କ ଉପରେ ଭାରତର ରିଜର୍ଭ ବ୍ୟାଙ୍କ ଦ୍ୱାରା ଲଗାଯାଇଥିବା ପ୍ରତିବନ୍ଧକ ପୂର୍ବରୁ କମ୍ପାନୀ ଏକ ବଡ ଘୋଷଣା କରିଛି। ପେଟିଏମ୍ ଏହାର ପେମେଣ୍ଟ ବ୍ୟାଙ୍କ ୟୁନିଟରେ କାର୍ଯ୍ୟ କରୁଥିବା ୨୦ ପ୍ରତିଶତ କର୍ମଚାରୀଙ୍କୁ ଛଟେଇ କରିବାକୁ ଯାଉଛି। ଜାନୁଆରୀ ଶେଷରେ, ଆରବିଆଇ ନିୟାମକ ନିୟମକୁ ଠିକ୍ ଭାବରେ ପାଳନ ନକରିବାରୁ ପେଟିଏମ୍ ପେମେଣ୍ଟ ବ୍ୟାଙ୍କର ସେବାକୁ ବାରଣ କରିଥିଲା।
ସୂଚନା ମୁତାବକ ଡିସେମ୍ବର ୨୦୨୩ ପର୍ଯ୍ୟନ୍ତ ତଥ୍ୟ ଅନୁଯାୟୀ, କମ୍ପାନୀର ଏହି ୟୁନିଟରେ ପ୍ରାୟ ୨୭୭୫ କର୍ମଚାରୀ କାମ କରନ୍ତି। ଏହି ଅନୁଯାୟୀ, ଏହା ପ୍ରାୟ ୫୫୩ ଜଣଙ୍କ ଚାକିରି ଉପରେ ପ୍ରଭାବ ପକାଇବ।
ପେଟିଏମର ପ୍ୟାରେଣ୍ଟ୍ କମ୍ପାନୀ ୱାନ୍୯୭ କମ୍ୟୁନିକେସନ୍ ନିଜର ବାର୍ଷିକ କାର୍ଯ୍ୟଦକ୍ଷତା ସମୀକ୍ଷା କରିବାକୁ ଯାଉଛି ।
ନିକଟରେ ପେଟିଏମର ପେମେଣ୍ଟ ବ୍ୟାଙ୍କ ଉପରେ ଅନେକ ତ୍ରୁଟି ଯୋଗୁଁ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଆଇ) ଦ୍ୱାରା ଚର୍ଚ୍ଚାକୁ ଆସିଛି । କମ୍ପାନୀ କହିଛି ଯେ ସେମାନେ ନିଜ କାର୍ଯ୍ୟରେ ଏଆଇ ସଂଚାଳିତ ଅଟୋମେସିନ୍ ଲଙ୍କଜ୍ଞର କରିବା ଜାରି ରଖିଛନ୍ତି, ଯାହାକି କିଛି ଭୂମିକା ଉପରେ ଅଧିକ ପ୍ରଭାବ ପକାଇପାରେ ।
ନିୟମ ଉଲ୍ଲଂଘନ ଦର୍ଶାଇ ଆରବିଆଇ ଜାନୁଆରୀ ୩୧ରେ ପେଟିଏମ୍ ପେମେଣ୍ଟ ବ୍ୟାଙ୍କ ଉପରେ ପ୍ରତିବନ୍ଧକ ଲଗାଇଥିଲା। ଆରବିଆର ଏକ ରିପୋର୍ଟରେ ଦର୍ଶାଯାଇଛି ଯେ, ସଠିକ୍ ପରିଚୟ ବିନା ପେଟିଏମ୍ ପେମେଣ୍ଟ ବ୍ୟାଙ୍କରେ ହଜାର ହଜାର ଆକାଉଣ୍ଟ ଖୋଲା ଯାଇଥିଲା, ଯାହାଦ୍ୱାରା ଅର୍ଥ ହେରଫେର ଭଳି ବେଆଇନ କାରବାରର ଆଶଙ୍କା ଦେଖାଦେଇଥିଲା।