SUNSTARTV
ଭୁବନେଶ୍ୱର: ନିର୍ବାଚନ ପୂର୍ବରୁ ମେଣ୍ଟକୁ ନେଇ ଚାଲିଛି ଅଙ୍କ କସା । ବିଜେଡି ବିଜେପି କଂଗ୍ରେସ ସବୁ ଦଳ ମଧ୍ୟରେ ହେଉଛି ଚର୍ଚ୍ଚା ଆଲୋଚନା ଓ ପର୍ଯ୍ୟାଲୋଚନା । ଏହାରି ଭିତରେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କ ବୟାନକୁ ନେଇ ରାଜନୀତିରେ ଦେଖା ଦେଇଛି ତୁମ୍ବି ତୋଫାନ । କଣ ପାଇଁ ଘଣ୍ଟାକୁ ଘଣ୍ଟା ମତ ବଦଳୁଛି ବିଜେପି ତାକୁ ନେଇ ଦେଖା ଦେଲାନି ଭିନ୍ନ ଏକ ରାଜନୀତି । କଂଗ୍ରେସ ମେଣ୍ଟକୁ ନେଇ ବିଜେଡି ବିଜେପି ରାଜି ବୋଲି କହୁଥିବାବେଳେ ଏହାକୁ ଖଣ୍ଡନ କରିଥିଲେ ଉଭୟ ଦଳ । କିନ୍ତୁ ହଠାତ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କ ବୟାନ ବର୍ତ୍ତମାନ ସମସ୍ତଙ୍କୁ ଦ୍ବନ୍ଦରେ ପକାଇଛି।
ତେବେ ବିଜେପି ଏକାକୀ ଲଢିବ ଏବଂ ସରକାର ଗଢିବ ବୋଲି ବୟାନ ଦେଇଥିବା ମନମୋହନ ମାତ୍ର କିଛି ଘଣ୍ଟା ମଧ୍ୟରେ ପୁଣିଥରେ ଗଣମାଧ୍ୟମରେ ମେଣ୍ଟକୁ ନେଇ ଭିନ୍ନ ଏକ ବୟାନ ଦେଇଛନ୍ତି । ତାଙ୍କ କହିବା ଅନୁଯାୟୀ ରାଷ୍ଟ୍ରୀୟ ସଭାପତି ଏବଂ ସଂସଦୀୟ ବୋର୍ଡ ଯାହା କହିବେ ତାହା ଦଳର ଚୂଡ଼ାନ୍ତ ନିଷ୍ପତି । ମେଣ୍ଟ ହେଉ ବା ଅନ୍ୟ କିଛି ନିଷ୍ପତ୍ତି, ଯାହାବି ହେବ ସେ ନେଇ ରାଷ୍ଟ୍ରୀୟ ସଭାପତି ଏବଂ ସଂସଦୀୟ ବୋର୍ଡ ନିଷ୍ପତ୍ତି ନେବେ । ସିମନେ ଯାହା ନିଷ୍ପତି ନେବେ ଆମେ ତାହାକୁ ହିଁ ମାନିବୁ । ତେବେ ଖୁବଶୀଘ୍ର ନିଷ୍ପତି ଆସିବ ବୋଲି କହିଛନ୍ତି ମନମୋହନ । ଏଥିସହିତ ସେ ଆହୁରି ମଧ୍ୟ କହିଛନ୍ତି ଯେ, ବିଗତ ୮ ଦିନ ଧରି ବିଭିନ୍ନ ଆକଳନ କରି ଖବର ପ୍ରସାରଣ କରିଛନ୍ତି ମିଡ଼ିଆ । ବର୍ତ୍ତମାନ କିନ୍ତୁ ଏଥିରୁ ନିବୃତ ରହିବା ପାଇଁ ମିଡ଼ିଆକୁ ଅନୁରୋଧ କରିଛନ୍ତି ମନମୋହନ । ତାଙ୍କ କହିବା ଅନୁସାରେ ଏବେ ନିର୍ବାଚନ ଥିବାରୁ ଏହା ଏକ ସମ୍ବେଦନଶୀଳ ସମୟ । ଫଳରେ ମୁଁ ଯାହା ଶବ୍ଦ କହୁଛି, ତାହାକୁ ଅନ୍ୟ ଢଙ୍ଗରେ ଚିତ୍ରଣ କରିବା ଠିକ୍ ନୁହେଁ । ରାଷ୍ଟ୍ରୀୟ ସଭାପତି ଏବଂ ସଂସଦୀୟ ବୋର୍ଡ ଯାହା କହିବେ ତାହା ହେବ ଦଳର ଚୂଡ଼ାନ୍ତ ନିଷ୍ପତି ।
ତବେ ମନମୋହନଙ୍କ ଏହିପରି ବୟାନ ଯାହା ଇଙ୍ଗିତ କରୁଛି ସେଥିରୁ ସ୍ପଷ୍ଟ ବାରି ହେଉଛି ଯେ ବିଜେପି ଚାହୁଁଚି କଣ ?