Sunstar Tv
CM Naveen Patnaik: ବୁଧବାର ସକାଳୁ ସକାଳୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନୂଆ ଭେଟି। ଏଣିକି ଏମାନଙ୍କୁ ମିଳିବ ୨୫ ହଜାର ଟଙ୍କା। ପଦ୍ମ ସମ୍ମାନରେ ସମ୍ମାନିତ ଓଡ଼ିଶାର କୃତୀ ସନ୍ତାନମାନଙ୍କୁ ମାସକୁ ଦିଆଯିବ ୨୫ ହଜାର ଟଙ୍କା ସମ୍ମାନ ରାଶି। ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ।
ଆସନ୍ତା ଏପ୍ରିଲ ମାସରୁ ସରକାରଙ୍କ ତରପରୁ ଏହି ସମ୍ମାନ ରାଶି ପ୍ରଦାନ କରାଯିବ ବୋଲି ଗୋଷଣା କରିଛନ୍ତି ରାଜ୍ୟ ସରକାର । ଏ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜେ ଘୋଷଣା କରିଛନ୍ତି ।
ପଦ୍ମ ପୁରସ୍କାର ହେଉଛି ଦେଶର ଗୌରବମୟ ବେସାମରିକ ସମ୍ମାନ । ତେଣୁ ଏହି ପରସ୍କାରରେ ସମ୍ମାନିତ ହୋଇଥିବା ସମସ୍ତ ବ୍ୟକ୍ତିତ୍ୱଙ୍କୁ ସ୍ୱତନ୍ତ୍ର ସମ୍ମାନ ପାଇଁ ଏହି ରାଶି ଘୋଷଣା କରାଯାଇଛି ।