Sunstar Tv
Special Leave: ଯଦି ଆପଣ ମଧ୍ୟ ଜଣେ ସରକାରୀ କର୍ମଚାରୀ (Government Employees) ତେବେ ଏହି ଖବର ଆପଣଙ୍କ ପାଇଁ । କର୍ମଚାରୀଙ୍କ ପାଇଁ ସରକାର ଏକ ନୂଆ ଛୁଟି ପଲିସି (Casual Leave) ପ୍ରସ୍ତୁତ କରିଛନ୍ତି । ଏହା ପଲିସି ଅଧୀନରେ, ବର୍ତ୍ତମାନ କେନ୍ଦ୍ରୀୟ କର୍ମଚାରୀମାନେ ପୂର୍ବ ଅପେକ୍ଷା ଅଧିକ ଛୁଟି ପାଇପାରିବ।
ମହିଳା ସରକାରୀ କର୍ମଚାରୀମାନଙ୍କ ପାଇଁ ଏକ ବଡ଼ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବାର୍ଷିକ ସାମୟିକ ଛୁଟିରେ ମହିଳା କର୍ମଚାରୀଙ୍କୁ ଅଧିକ ୧୦ ଦିନ ଛୁଟି ଦେବା ପାଇଁ ଘୋଷଣା କରିଛନ୍ତି ରାଜ୍ୟ ସରକାର । ଅର୍ଥାତ୍ ବାର୍ଷିକ ୨୫ ଦିନ ସାମୟିକ ଛୁଟିରେ ରହିପାରିବେ ମହିଳା ସରକାରୀ କର୍ମଚାରୀ ।
ମହିଳାଙ୍କ କାନ୍ଧରେ ଥିବା ପାରିବାରିକ ଦାୟିତ୍ୱ ଏବଂ ବିଭିନ୍ନ ସମସ୍ୟାକୁ ଦୃଷ୍ଟିରେ
ରଖି ମୁଖ୍ୟମନ୍ତ୍ରୀ ଏଭଳି ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି । ପୂର୍ବରୁ ମହିଳା କର୍ମୁାରୀମାନଙ୍କ ପାଇଁ ବାର୍ଷିକ ୧୫ ଦିନର ସାମୟିକ ଛୁଟି ମିଳି ପାରୁଥିଲା । ତେବେ ଏହି ଘୋଷଣା ପରେ ମୁଖ୍ୟମନ୍ତ୍ରୀ ଏହାକୁ ୧୦ ଦିନ ବୃଦ୍ଧି କରାଇଛନ୍ତି ।
ମହିଳାମାନଙ୍କ ପାରିବାରିକ ଦାୟିତ୍ୱ ଓ ବିଭିନ୍ନ ସମସ୍ୟାକୁ ଆଖି ଆଗରେ ରଖି ମୁଖ୍ୟମନ୍ତ୍ରୀ ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରିଛନ୍ତି । ତେବେ ପୂର୍ବରୁ ପୁରୁଷଙ୍କ ପାଇଁ ଛୁଟି ନିୟମରେ କୌଣସି ପରିବର୍ତ୍ତନ ହୋଇନାହିଁ । ବର୍ତ୍ତମାନ ଗୋଟିଏ ପରେ ଗୋଟିଏ ବଡ଼ ବଡ଼ ଘୋଷଣା କରି ଆସୁଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି କ୍ରମରେ ଆଜି ମହିଳା କର୍ମଚାରୀଙ୍କ ପାଇଁ ମଧ୍ୟ ବଡ଼ ଘୋଷଣା କରିଛନ୍ତି ।