Sunstar Tv
ଭୁବନେଶ୍ୱର : ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ପ୍ରଶଂସା ସାଉଁଟିଥିବା ପ୍ରିୟଙ୍କା ଚୋପ୍ରା ଏବଂ ପରିଣୀତି ଚୋପ୍ରାଙ୍କ ସମ୍ପର୍କୀୟ ଭଉଣୀ ମୀରା ଚୋପ୍ରା 12 ମାର୍ଚ୍ଚ ମଙ୍ଗଳବାର ଅର୍ଥାତ ଆଜି ଜୟପୁରରେ ତାଙ୍କ ପ୍ରେମିକ ରକ୍ଷୀତ୍ କେଜ୍ରିୱାଲଙ୍କ ସହ ସାତ ଫେରା ନେବାକୁ ଯାଉଛନ୍ତି, ଯେଉଁଥି ପାଇଁ ଅଭିନେତ୍ରୀ ଖୁବ ଉତ୍ସାହିତ ଅଛନ୍ତି। ଏହି ବିବାହକୁ ନେଇ ପ୍ରଶଂସକ ମାନେ ମଧ୍ୟ ବେଶ ଖୁସି ଥିବା ଜଣାପଡିଛି ।
ନିକଟରେ ମୀରା ତାଙ୍କ ଇନଷ୍ଟାଗ୍ରାମ ପୋଷ୍ଟ ରେ ତାଙ୍କ ବିବାହ ସ୍ଥାନର ଫୋଟୋ ସେୟାର କରିଥିଲେ , ଯେଉଁଥିରେ ତାଙ୍କର ଏବଂ ରକ୍ଷିତଙ୍କ ନାମର ଦୁଇଟି ପୋଷ୍ଟର ଦେଖିବାକୁ ମିଳିଛି ଏବଂ ସେଥିରେ ‘ରକ୍ଷୀତ୍ ୱେଡ୍ ମୀରା’ ଲେଖାଯାଇଛି । ଏହି ପୋଷ୍ଟ ଟିକୁ ବହୁ ମାତ୍ର ରେ like ମିଳିଥିଲା | ଏହା ସହିତ ସୋସିଆଲ ମିଡିଆରେ ଆଉ କିଛି ପୋଷ୍ଟ ଭାଇରାଲ ହେବାକୁ ଯାଉଛି, ଯାହା ସେମାନଙ୍କର pre weding photoshoot ର କିଛି ଝଲକ । ଏହି ଫୋଟ ଗୁଡ଼ିକରେ, ରକ୍ଷିତଙ୍କ ନାଁର ମେହେନ୍ଦୀ ଅଭିନେତ୍ରୀଙ୍କ ହାତରେ ଦେଖିବାକୁ ମିଳିଛି ।
ଏହା ସହିତ ଅଭିନେତ୍ରୀଙ୍କ ମେହେନ୍ଦୀରେ ଆଉ ଏକ ବିଶେଷ ଆକର୍ଷଣ ହୁଏ ଏବଂ ତାହା ହେଉଛି ସୁଖୀ ଦାମ୍ପତ୍ୟ ଜୀବନ ପାଇଁ ଶିବ-ପାର୍ବତୀ ମନ୍ତ୍ର । ଏହି ଅଭିନେତ୍ରୀ ତାଙ୍କ ମେହେନ୍ଦୀ ଆରମ୍ଭରେ ଶିବ-ପାର୍ବତୀ ମନ୍ତ୍ର ‘ଓମ୍ ଉମା ମହେଶ୍ୱରାୟ ନମଃ’ ଲେଖିଥିବା ନଜର ଆସିଛନ୍ତି, ଯାହା ସୁଖୀ ଦାମ୍ପତ୍ୟ ଜୀବନର ପ୍ରତୀକ ଭାବରେ ପରିଗଣିତ ହୁଏ। ଏହା ପରେ ସେ ତାଙ୍କ ମେହେନ୍ଦୀ ରେ ରାକ୍ଷୀତ୍ (ଆର.କେ) ଙ୍କ ନାମ ଲେଖିଥିବା ଦେଖିବାକୁ ମିଳିଛି। ଏହି ସବୁ ପୋଷ୍ଟ ଦେଖି ସୋସିଆଲ ମେଡିଆରେ ପ୍ରଶଂସକମାନେ ସେମାନଙ୍କ ବିବାହ ପାଇଁ ବହୁତ ଶୁଭେଚ୍ଛା ଜଣାଉଛନ୍ତି । କେବଳ ସେତିକି ନୁହେଁ ହଳଦୀ ଏବଂ ମେହେନ୍ଦୀ ପରେ ଧୁମଧାମର ସହ ସଂଗୀତ ହୋଇଥିଲା ।
ଯେଉଁଥିରେ ଗାୟକ ରାଜା ହାସନ ସାଗର ତାଙ୍କ କାଳରେ ସମସ୍ତଙ୍କ ହୃଦୟ ଜିତିଥିଲେ। ବିବାହ ପୂର୍ବରୁ ମେହେନ୍ଦୀ ଏବଂ ସଂଗୀତ କାର୍ଯ୍ୟକ୍ରମରେ ସମସ୍ତେ ବହୁତ ମଜା କରିଥିଲେ। ଆମେ ଆପଣଙ୍କୁ କହିବୁ, ନିକଟରେ ସେମାନଙ୍କ ବିବାହ କାର୍ଡର ଫଟୋ ମଧ୍ୟ ଭାଇରାଲ ହୋଇଥିଲା, ଯେଉଁଥିରେ ଏହା ସେମାନଙ୍କ ବିବାହର ସ୍ଥାନ ବିଷୟରେ ପ୍ରକାଶ ପାଇଥିଲା, ଏହି ବିବାହ ଜୟପୁରର ଗ୍ରାଣ୍ଡ ବୁଏନା ଭିସ୍ତା ଲକଜରୀ ଗାର୍ଡେନ ସ୍ପା ରିସର୍ଟ ଠାରେ କରାଯାଉଛି । କିଛି ଘନିଷ୍ଠ ବନ୍ଧୁ ଏବଂ ପରିବାର ସଦସ୍ୟ ସେମାନଙ୍କ ବିବାହରେ ଯୋଗଦେବେ । ତେବେ ପ୍ରିୟଙ୍କା ଚୋପ୍ରା ଏବଂ ପରିଣୀତି ଚୋପ୍ରା ଏହି ବିବାହ ଉତ୍ସବରେ ଯୋଗଦେବେ କି ନାହିଁ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ ।