SUNSTARTV
କନିଷ୍ଠ ଶିକ୍ଷକ ନିୁଯକ୍ତି ମାମଲାରେ ହାଇକୋର୍ଟ ଦେଇଛନ୍ତି ବଡ ରାୟ । ଓସେପାକୁ ଲାଗିଲା ଶକ୍ତ ଝଟକା । ଖାରଜ ହେଲା ଓସେପା ପକ୍ଷରୁ ପ୍ରକାଶ ପାଇଥିବା ମେରିଟ୍ ଲିଷ୍ଟ । ଏଥିସହିତ ଜିଲ୍ଲା ବାରି ତାଲିକା ପ୍ରସ୍ତୁତ କରି ସାନି ମେରିଟ୍ ଲିଷ୍ଟ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ ।
ତେବେ ମିଳିଥିବା ସୂଚନା ଅନୁସାରେ କନିଷ୍ଠ ଶିକ୍ଷକ ନିଯୁକ୍ତି ଅନିୟମିତତା ମାମଲାରେ ଆଜି ରାୟ ପ୍ରକାଶ ପାଇଛି । ଯାହାଦ୍ୱାରା ଓସେପା ପକ୍ଷରୁ ପ୍ରକାଶ ପାଇଥିବା ମେଧା ତାଲିକାକୁ ହାଇକୋର୍ଟ ଖାରଜ କରିଛନ୍ତି । ଏଥିସହିତ ପୂର୍ଣ୍ଣବାର ମେରିଟ୍ ଲିଷ୍ଟ ପ୍ରକାଶ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ତେବେ ୨୦୨୩ ମସିହା ଅକ୍ଟୋବର ୨୩ ତାରିଖରେ ପ୍ରାୟ ୨୦ ହଜାର କନିଷ୍ଠ ଶିକ୍ଷକ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରାକାଶ ପାଇଥିଲା । କିନ୍ତୁ ଏହାକୁ ନେଇ ପରେ ଦେଖାଦେଇଲା ଅନେକ ବାଦ ବିବାଦ ।
କିଛି ପାର୍ଥୀ ନିଯୁକ୍ତି ପ୍ରକ୍ରିୟାରେ ଅନିୟମିତିତା ହୋଇଥିବା ଅଭିଯୋଗ କରିବା ସହ ହାଇକୋର୍ଟଙ୍କ ଦ୍ୱାରସ୍ତ୍ଥ ହୋଇଥିଲେ । ଯାହାର ରାୟ ଆଜି ପ୍ରକାଶ ପାଇଛି । ଏହା ପୂର୍ବରୁ ମାମଲାର ପ୍ରାରମ୍ଭିକ ଶୁଣାଣି କରି ଗତ ଜାନୁଆରୀ ୧୯ ତାରିଖ ଦିନ ହାଇକୋର୍ଟ ନିଯୁକ୍ତି ପ୍ରକ୍ରିୟା ଉପରେ ଜାରି କରିଥିଲେ ରହିତାଦେଶ । ଏହାପରେ ଗତ ୩୧ ତାରିଖରେ ମାମାଲାର ହୋଇଥିଲା ଶେଷ ଶୁଣାଣି । ଯାହାର ରାୟ ଆଜି ପ୍ରକାଶ ପାଇଛି । ଏଥିସହିତ ଓସେପାକୁ ଲାଗିଛି ଅଦାଲତି ଝଟକା ।