”ମାତୃଭୂମି ମାତୃଭାଷାରେ ମମତା ଯାହା ହୃଦେ ଜନମି ନାହିଁ
ତାକୁ ଯଦି ଜ୍ଞାନୀ ଗଣରେ ଗଣିବା ଅଜ୍ଞାନୀ ରହିବେ କାହିଁ ?”
SUNSTARBURE:ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ଉକ୍ତ ପଂକ୍ତିଟି ମନେ ପକାଇ ଦିଏ ଓଡିଆ ଜାତି ଓଡିଆ ଭାଷାର ଅସ୍ମିତାକୁ । ତାଙ୍କର ଏହି ପଂକ୍ତି ପ୍ରତି ଓଡିଆକୁ ମାତୃଭୂମି ଓ ମାତୃଭାଷା ବନ୍ଧନରେ ବାନ୍ଧି ରଖିବାକୁ ବାଧ୍ୟ କରେ । ଯେଉଁ ଜାତିର ଭାଷା ନାହିଁ ଯେଉଁ ଜାତି ମାତୃଭୂମିକୁ ଭଲପାଇ ନାହିଁ ସେ ଜାତି କେବେ ବି ଉପରକୁ ଉଠିନାହିଁ । ଇତିହାସ ସାଖୀ ଅଛି ଓଡିଆ ଭାଷାକୁ ଶାସ୍ତ୍ରୀୟ ମାନ୍ୟତା ପାଇଁ କେତେ ଯେ କଷ୍ଟ ସହିବାକୁ ପଡିଛି ଏହି ଓଡିଆ ଜାତିକୁ । ତେବେ ଆଜି ହେଉଛି ସେହି ପବିତ୍ର ଦିନ । ଯେଉଁଦିନ ଓଡିଆ ଭାଷାକୁ ମିଳିଥିଲା ଶାସ୍ତ୍ରୀୟ ମାନ୍ୟତା । ଏହା ଭାରତୀୟ ଶାସ୍ତ୍ରୀୟ ଭାଷା ମଧ୍ୟରେ ଅନ୍ୟତମ ।
ଓଡ଼ିଆ ଭାଷା ହେଉଛି ଆମ ଅସ୍ମିତାର ପରିଚୟ। ଏହାର ମାଧୁର୍ଯ୍ୟ ଆମକୁ କରିଛି ସ୍ବତନ୍ତ୍ର। ଓଡ଼ିଶାର ପ୍ରାଶାସନିକ ଭାଷା ହେଉଛି ଓଡିଆ । ଭାରତର ସମ୍ବିଧାନରେ ସ୍ବୀକୃତିପ୍ରାପ୍ତ ୨୨ଟି ଭାଷା ମଧ୍ୟରୁ ଓଡ଼ିଆ, ଷଷ୍ଠ ଭାରତୀୟ ଭାଷା ଭାବରେ ଏକ ସ୍ବତନ୍ତ୍ର ମାନ୍ୟତା ପାଇଛି । ତେବେ ୨୦୧୪ ମସିହା ଫେବୃଆରୀ ୨୦ ତାରିଖ ଦିନ କେନ୍ଦ୍ର ସରକାର ଓଡ଼ିଆ ଭାଷାକୁ ଶାସ୍ତ୍ରୀୟ ଭାଷାର ମାନ୍ୟତା ଦେଇଥିବା ବେଳେ ମାର୍ଚ୍ଚ ୧୧ ତାରିଖ ଦିନ ଏ ନେଇ ଗାଜେଟ୍ ନୋଟିଫିକେସନ୍ ଜାରି କରାଯାଇଥିଲା । ଏହାପରେ ୨୦୧୫ରୁ ଏହି ଦିନଟିକୁ ଶାସ୍ତ୍ରୀୟ ଓଡ଼ିଆ ଭାଷା ଦିବସ ଭାବେ ପାଳନ କରିବା ପାଇଁ ଓଡ଼ିଶା ସରକାର ନିଷ୍ପତ୍ତି ନେଇଛନ୍ତି। ଓଡ଼ିଆ ଭାଷା ସମ୍ପର୍କରେ ବିଶ୍ବବ୍ୟାପୀ ବ୍ୟାପକ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଏହି ଦିବସ ପାଳନ କରାଯାଉଅଛି । ଓଡ଼ିଆ ଦେଶର ଷଷ୍ଠ ଭାଷା ହେଲେ ବି ପ୍ର ଏହା ହେଉଛି ଥମ ଆର୍ଯ୍ୟଭାଷା। ଏହି ମାନ୍ୟତା ପାଇଥିବା ଅନ୍ୟ ଚାରିଟି ଭିଷା(ତାମିଲ୍, ତେଲଗୁ,କନ୍ନଡ଼ ଓ ମାଲାୟଲମ୍) ଯାହାକି ଦ୍ରାବିଡ଼ ଗୋଷ୍ଠୀର ।
ତେବେ ଆଜିର ଏହି ଶାସ୍ତ୍ରୀୟ ଓଡ଼ିଆ ଭାଷା ଦିବସ ଅବସରରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡିଶାର ମହାପୁରୁଷମାନଙ୍କୁ ସମ୍ନାନ ଜଣାଇବା ସହ ଶୁଭେଚ୍ଛା ଜଣାଇଛନ୍ତି । ସେହିପରି ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଟ୍ୱିଟ କରି ଶାସ୍ତ୍ରୀୟ ଓଡ଼ିଆ ଭାଷା ଦିବସ ରେ ଓଡିଆ ଭାଷାଭାଷିଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଅନ୍ୟପକ୍ଷେ ପଦ୍ମଶ୍ରୀ ବାଲୁକା ଶିଳ୍ପି ସୁଦରର୍ଶନ ପଟ୍ଟନାୟକ ମଧ୍ୟ ବାଲୁକା କଳା ମାଧ୍ୟମରେ ଓଡିଆ ଭାଷାଭାଷିଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।