SUNSTARTV
Mundan After Death:ହିନ୍ଦୁ ଧର୍ମରେ ପ୍ରତ୍ୟେକ ରିତିନୀତି ଓ ପରମ୍ପରାର ଅନେକ ମହତ୍ୱ ଏବଂ ଗୁରୁତ୍ୱ ରହିଥାଏ । ଶିଶୁର ଜନ୍ମଠାରୁ ବ୍ୟକ୍ତିର ମୃତ୍ୟୁ ପର୍ଯ୍ୟନ୍ତ ଜୀବନସାରା ବ୍ୟକ୍ତି ବିଭିନ୍ନ ରିତି ନୀତି ପାଳନ କରିଥାଏ । ତେବେହିନ୍ଦୁ ଧର୍ମରେ ଜଣେ ବ୍ୟକ୍ତିର ମୃତ୍ୟୁ ପରେ ତାର ଅନ୍ତିମ ସଂସ୍କାର ଠାରୁ ଆରମ୍ଭ କରି ଦଶାହ କ୍ରିୟା ପର୍ଯ୍ୟନ୍ତ ଅନେକ କିଛି ନିୟମ ରହିଛି । ଯାହାକୁ ହିନ୍ଦୁ ଧର୍ମରେ ବହୁତ ଗୁରୁତ୍ୱ ଦିଆଯାଇଥାଏ । ଖାସ କରି ଦଶାହ କ୍ରିୟାରେ ବ୍ୟକ୍ତିର ପରିବାର ସମେତ ସେମାନଙ୍କ ଜ୍ଞାନ୍ତି ପରିଜନ ତାଙ୍କୁ ଶୁଦ୍ଧି ହେବା ସହ ଲଣ୍ଡା ମଧ୍ୟ ହୋଇଥାନ୍ତି । ଏପରି କରିବା ଦ୍ୱାରା ମୃତ ବ୍ୟକ୍ତିର ଆତ୍ମାକୁ ମୁକ୍ତି ମିଳେ ବୋଲି ବିଶ୍ୱାସ କରାଯାଏ । ଯଦି ଏହି ନିୟମକୁ ପାଳନ କରା ନ ଯାଏ ତେବେ ପୃଥିବୀ ପୃଷ୍ଟରେ ମୃତ ବ୍ୟକ୍ତିର ଆତ୍ମା ଘୂରିବୁଲେ ବୋଲି ଲୋକ ବିଶ୍ୱାସ ମଧ୍ୟ ରହିଛି । ତେବେ ଅନ୍ତିମ ସଂସ୍କାର ପରେ ଲଣ୍ଡା ହେବାର ନିୟମ ରହିଛି । ତେବେ ଆସନ୍ତୁ ଜାଣିବା ଏହା ପଛରେ କଣ ରହିଛି ପ୍ରକୃତ କାରଣ ।
ଦଶାହ କ୍ରିୟା ପରେ କାହିଁକି ହୁଅନ୍ତି ଲଣ୍ଡା:
ହିନ୍ଦୁ ଧର୍ମରେ ଅନେକ ଶାସ୍ତ୍ର ପୁରାଣ ରହିଛି ।ସେଥିମଧ୍ୟରୁ ଗରୁଡ ପୁରାଣ ସମ୍ପୂର୍ଣ୍ଣ ଭିନ୍ନ । ବ୍ୟକ୍ତିର ଜନ୍ମ ଠାରୁ ଆରମ୍ଭ କରି ମୃତ୍ୟୁ ପର୍ଯ୍ୟନ୍ତ କେଉଁ ସବୁ ନିୟମ ରହିଛି ତାହା ଏହି ଗରୁଡ ପୁରାଣରେ ମଧ୍ୟ ଉଲ୍ଲେଖ ରହିଛି । ତେବେ ବ୍ୟକ୍ତିର ମୃତ୍ୟୁପରେ କାହିଁକି ତାଙ୍କ ପ୍ରିୟଜନମାନେ ଲଣ୍ଡା ହୁଅନ୍ତି ସେ ବିଷୟରେ ମଧ୍ୟ ଉଲ୍ଲେଖ ଅଛି ।
ମୃତକକୁ ସମ୍ମାନ:
ଶାସ୍ତ୍ର ଅନୁସାରେ ବ୍ୟକ୍ତିର ମୃତ୍ୟୁପରେ ପରିବାର ଲୋକେ ତାଙ୍କ ପ୍ରତି ଶ୍ରଦ୍ଧା ଏବଂ ସମ୍ମାନ ଦେବା ପାଇଁ ଲଣ୍ଡା ହୋଇଥାନ୍ତି । ଏହା ବ୍ୟତୀତ ମୃତ ବ୍ୟକ୍ତି ଆତ୍ମାର ଶାନ୍ତି ପାଇଁ ମଧ୍ୟ ଏପରି କରାଯାଏ ବୋଲି ଲୋକ ବିଶ୍ୱାସ ରହିଛି ।
କ୍ଷତିକାରକ ଜୀବାଣୁଙ୍କ ଠାରୁ ମୁକ୍ତି ପାଇବା ପାଇଁ:
ଯେତେବେଳେ ଜଣେ ବ୍ୟକ୍ତି ମୃତ୍ୟୁ ବରଣ କରେ ସେତେବେଳଏ ତାଙଅକ ଶରୀର ତୁରନ୍ତ ପଚିବାକୁ ଆରମ୍ଭ କରେ୍ ଫଳରେ ତାଙ୍କ ଦେହରେ ଥିବା ଜୀବାଣୁ ବାହାରିବା ସହ ଏହା ଆମ ଶରୀରରେ ମଧ୍ୟ କିଛି ମାତ୍ରାରେ ପ୍ରବେଶ କରିଥାଏ । ଏହା ବ୍ୟତୀତ ଶାସ୍ତ୍ରୀୟ ମାନ୍ୟତା ଦୃଷ୍ଟିରୁ ବକ୍ତିର ମୃତ୍ୟୁ ପରେ ତାଙ୍କ ପରିବାର ଓ ପରିଜନ ଲୋକେ ଦଶ ଦିନ ଧରି ମୁଣ୍ଡରେ କୌଣସି ସାବୁନ କିମ୍ବା ତେଲ ଲଗାଇ ନଥାନ୍ତି । ଯାହାଫଳରେ ମୁଣ୍ଡରେ ଜୀବାଣୁ ମାନେ ରହିଯାଆନ୍ତି । ଫଳରେ ଲଣ୍ଡା ହେବାକୁ ପଡିଥାଏ ।
ଅଶୁଦ୍ଧି ଶେଷ କରିବା ପାଇଁ:
ହିନ୍ଦୁ ଧର୍ମ ଅନୁସାରେ ପରିବାରରେ ଶିଶୁଟିଏ ଜନ୍ମ ହେବାର କିଛି ଦିନ ପର୍ଯନ୍ତ ଘରେ କୌଣସି ପୂଜା ପର୍ବ କିମ୍ବା ମାଙ୍ଗଳିକ କାର୍ଯ୍ୟ କରାଯାଏ ନାହିଁ । କାରଣ ଏହି ସମୟରେ ଘର ଅଶୁଦ୍ଧ ଥାଏ । ଠିକ୍ ସେହିପରି ଜଣେ ବ୍ୟକ୍ତିର ମୃତ୍ୟୁପରେ ମଧ୍ୟ ଘର ଅଶୁଦ୍ଧ ରହିଥାଏ । ଫଳରେ ଘରେ ଧାର୍ମିକ କାର୍ଯ୍ୟକୁ ବର୍ଜନ କରାଯାଇଥାଏ । ତେବେ ଦଶାହ କ୍ରିୟାରେ ଲଣ୍ଡା ହେବା ପରେ ଏହି ଅଶଦ୍ଧି ଶେଷ ହୋଇଥାଏ । ତେଣୁ ଦଶାହ କ୍ରିୟାରେ ଲଣ୍ଡା ହେବାକୁ କୁହାଯାଏ ।