SunstarTV
କଥାରେ ଅଛି ଯୋଡି ଉପରୁ ତିଆରି ହୋଇ ଆସିଥାଏ । ବିବାହକୁ ମଧ୍ୟ ଭାରତରେ ଏକ ପବିତ୍ର ସ୍ଥାନ ଆଉ ମାନ୍ୟତା ଦିଆଯାଇଛି । ଆପଣ ନିଶ୍ଚୟ ସାରା ଦେଶରେ ଅନେକ ଅନନ୍ୟ ବିବାହ ବିଷୟରେ ଶୁଣିଥିବେ ଯାହା ଆପଣଙ୍କୁ ଚକିତ କରିଥିବ । କିନ୍ତୁ ଆପଣ ଜାଣନ୍ତି କି ଭାରତରେ ୩ ଫୁଟ ଉଚ୍ଚର ଝିଅ ଜଣେ ୫.୫ ଫୁଟ ଉଚ୍ଚ ବାଳକକୁ ବିବାହ କରିଥିବା ଆପଣ କେବେ ଦେଖିଛନ୍ତି କି? ତେବେ ଏହି ଭଳି ଏକ ଭିନ୍ନ ବିବାହ ଏବେ ଚର୍ଚ୍ଚାର ବିଷୟ ପାଲଟିଛି ।
ସୂଚନାମୁତାବକ ଏହି ଖବର ମଧ୍ୟପ୍ରଦେଶର ଜବଲପୁରର । ଯେଉଁଠାରେ ୩ ଫୁଟ ଉଚ୍ଚର ଝିଅ ଜଣେ ୫.୫ ଫୁଟ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି ।
ଜବଲପୁରରେ ଏକ ସାମାଜିକ ସଂଗଠନ ଦ୍ୱାରା ଆୟୋଜିତ ଏହି ଅନନ୍ୟ ବିବାହ ପଛର କାହାଣୀ ମଧ୍ୟ ଅତ୍ୟନ୍ତ ରୋମଞ୍ଚକ । ଉଭୟଙ୍କ ବିବାହ ଜବଲପୁରର ଶିବ ମନ୍ଦିରରେ ବହୁତ ଧୂମଧାମ ସହିତ ପାଳନ ହୋଇଥିଲା । କିନ୍ତୁ ଝିଅଙ୍କ ପରିବାରର କେହି ଏହି ବିବାହକୁ ଆସି ନଥିଲେ, କିନ୍ତୁ ସାମାଜିକ ସଂଗଠନ ସେମାନଙ୍କୁ ଅନୁପସ୍ଥିତି ଅନୁଭବ କରିବାକୁ ଦେଇନଥିଲେ ଏବଂ ଉଭୟଙ୍କୁ ବହୁତ ଭଲ ଭାବରେ ବିବାହ କରାଇଥିଲେ।
ବାସ୍ତବରେ, ବର ଏବଂ କନିଆ ପରସ୍ପରକୁ ପ୍ରାୟ ୮ବର୍ଷ ହେବ ଜାଣିଛନ୍ତି । ଏବଂ ଏହି କାରଣରୁ ଉଭୟେ ବିବାହ କରିବା ପାଇଁ ମଧ୍ୟ ସ୍ଥିର କରିଥିଲେ । ଏକ ଘରୋଇ ସଂସ୍ଥାରେ କାର୍ଯ୍ୟ କରୁଥିବା ପ୍ରଭାତ ଦୀର୍ଘ ଦିନ ଧରି ସନ୍ଧ୍ୟାଙ୍କୁ ବିବାହ କରିବାକୁ ଚାହୁଁଥିଲେ କିନ୍ତୁ ସନ୍ଧ୍ୟାଙ୍କ ପରିବାର ସଦସ୍ୟ ଏଥିରେ ସହମତ ନଥିଲେ। ଏହି କାରଣରୁ ସନ୍ଧ୍ୟା ଏବଂ ପ୍ରଭାତଙ୍କ ସହ ଏକ ମନ୍ଦିରର ବିବାହ କରିଥିଲେ ।
୨୧ ବର୍ଷ ବୟସ୍କା ସନ୍ଧ୍ୟା ତାଙ୍କ ପିଲାଦିନରେ ବୁଗି ୱଗି କାର୍ଯ୍ୟକ୍ରମରେ ବିଜେତା । ସନ୍ଧ୍ୟାଙ୍କ ପରିବାରରେ କହିବାକୁ ଗଲେ ତାଙ୍କ ପିତା ନାହାଁନ୍ତି ଏବଂ ସେ ତାଙ୍କ ମା ସହିତ ରୁହନ୍ତି । କେବଳ ଏତିକି ନୁହେଁ ସନ୍ଧ୍ୟାଙ୍କ ପରିବାରର ଆର୍ଥିକ ଅବସ୍ଥା ମଧ୍ୟ ଭଲ ନୁହେଁ। ଗତ କିଛି ବର୍ଷ ଧରି ପ୍ରଭାତ ତାଙ୍କ ଘରର ପ୍ରାୟ ସମସ୍ତ ଖର୍ଚ୍ଚ ବହନ କରୁଥିଲେ। କିନ୍ତୁ ଘରେ ରାଜି ନହେବାରୁ ସେମାନେ ମନ୍ଦିରରେ ବିବାହ କରିଥିଲେ ।