SUNSTARTV
ନୂଆଦିଲ୍ଲୀ: ଆଗକୁ ଆସୁଛି ସାଧାରଣ ନିର୍ବାଚନ । ଏନେଇ ରୋମାଞ୍ଚକର ହେଉଛି ରାଜନିତିର ପଶାପାଲି । ପୁରଠୁ ପଲ୍ଲୀ ରାଜ୍ୟରୁ ଦିଲ୍ଲୀ ସବୁଠି ଚାଲିଛି ରାଜନିତୀର ଅଙ୍କ କସା ତେବେ ନିର୍ବାଚନ ପୂର୍ବରୁ ଦିଲ୍ଲୀ ବିଧାନସଭାରେ ଚାଲିଥିଲା ବଜେଟ ଅଧିବେଶନ । ଏହି ସମୟରେ ବିଜେପିକୁ ଟାର୍ଗେଟ କରିଥିଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ସେ କହିଥିଲେ ଏହି ଯୁଗରେ ଯଦି ପ୍ରଭୁ ଶ୍ରୀରାମ ଥାନ୍ତେ ତେବେ ତାଙ୍କ ଘରକୁ ମଧ୍ୟ ଇଡି ଯାଇଥାନ୍ତା । ପ୍ରଭୁ ଶ୍ରୀରାମଙ୍କୁ ମଧ୍ୟ ଏମାନେ କହିଥାନ୍ତେ କି, ବିଜେପିକୁ ଆସ ନହେଲେ ଜେଲ ଯାଅ । ଆଜି ଦିଲ୍ଲୀ ବିଧାନସଭାରେ ବଜେଟ ଅଧିବେଶନ ଚାଲିଥିବା ବେଳେ ଏହିଭଳି କହି ବିଜେପି ଉପରେ ବର୍ଷିଛନ୍ତି ଅରବିନ୍ଦ କେଜ୍ରିୱାଲ ।
ଏହା ବ୍ୟତୀତ କେଜ୍ରିୱାଲ ବିଧାନସଭାରେ ମନୀଷ ସିସୋଦିଆଙ୍କୁ ମନେପକାଇଥିଲେ | ଯିଏକି ବର୍ତ୍ତମାନ ଦୁର୍ନୀତି ମାମଲାରେ ଜେଲରେ ଅଛନ୍ତି । ତେବେ ଏହି ମାମଲା ଉପରେ କେଜ୍ରିୱାଲ କହିଥିଲେ ଯେ ସିସୋଦିଆ ବିଧାନସଭାରେ୯ଥର ବଜେଟ ଉପସ୍ଥାପନ କରିଛନ୍ତି । ଆଶା ଅଛି ଆଗାମୀ ବର୍ଷ ମଧ୍ୟ ମନୀଷ ସିସୋଦିଆ ବଜେଟ ଉପସ୍ଥାପନ କରିବେ । ଆପ୍ ବିକାଶରେ ବିଶ୍ୱାସ କରେ , ଆଉ ବିଜେପି ବିନାଶରେ । ଏହିପରି ଭାବରେ ବିଧାନସଭାରେ ସରକାରକୁ ଟାର୍ଗେଟ କରିଥିଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ । ଏଥିସହିତ କେଜ୍ରିୱାଲ ଆହୁରି ମଧ୍ୟ କହିଥିଲେ ଯେ ପୂରା ଦେଶ ବିଜେପିର ବିନାଶ ମଡେଲ ଦେଖୁଛି । ଏହି ମଡେଲ ୨ ପ୍ରକାର । ପ୍ରଥମଟି ହେଉଛି ସବୁ ଦଳକୁ ନିଶ୍ଚିହ୍ନ କରିଦିଅ, ବିରୋଧୀଙ୍କ ଉପରେ କେସ ଲଗାଅ, ଇଡି ପଠାଅ ଏବଂ ସେମାନଙ୍କ ସରକାରକୁ ଭାଙ୍ଗି ଦିଅ । ଦ୍ୱିତୀୟଟି ହେଉଛି କୌଣସି ବିରୋଧୀ ଦଳର ସରକାର କାମ କରୁଥିଲେ ସେମାନଙ୍କୁ ବିଭିନ୍ନ ବାଟରେ ଅଟକାଅ । ବିଭିନ୍ନ କାମରେ ବାଧା ଦିଅ । ବିଜେପି ବିରୁଦ୍ଧରେ ଏହି ଭଳି କିଛି ଅଭିଯୋଗ ଆଣିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ।