SUNSTARBURE:ପାଖେଇ ଆସୁଛି ନିର୍ବାଚନ ଘଟି । ପ୍ରସ୍ତୁତ ହେଲାଣି ରାଜନୀତି ମୈଦାନ । ନିର୍ବାଚନୀ ବୌତରଣୀ ପାର ହେବା ପାଇ ସରିଲାଣି ସମସ୍ତ ପ୍ରସ୍ତୁତି । କିଏ ପିନ୍ଧିବ ୨୦୨୪ର ବିଜୟ ମୋକଟ ଆଉ କିଏ ଚାଖିବ ପରାଜୟର ସ୍ୱାଦ ତାକୁ ନେଇ ବିଭିନ୍ନ ଚାହା ଖଟିରେ ଚାଲିଛି ଆଲୋଚନା । କିନ୍ତୁ ଏହାରି ମଧ୍ୟରେ ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର ସାଜିଛନ୍ତି ଚର୍ଚ୍ଚାର କେନ୍ଦ୍ରବିନ୍ଦୁ । ନିଜେ ବିଜେପି ଦଳର ହୋଇ ପୁଅକୁ ବିଜେଡିରେ କାହିଁ ସାମିଲ କରାଇଲେ ତାକୁ ନେଇ ବର୍ତ୍ତମାନ ଚାଲିଛି ଅଙ୍କ କସା । ତେବେ ତାଙ୍କର ଏଭଳି ନିଷ୍ପତ୍ତି ତାଙ୍କ କାର୍ଯ୍ୟ ଦକ୍ଷତା ଉପରେ ସୃଷ୍ଟି କରିଛି ପ୍ରଶ୍ନବାଚି ।
ତେବେ ଗତ ଗୁରୁବାର ଦିନ ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ରଙ୍କ ପୁଅ ଅରବିନ୍ଦ ମହାପାତ୍ର ବିଜେଡିରେ ସାମିଲ ହୋଇଥିଲେ । ନବୀନ ନିବାସରେ ହୋଇଥିବା ବନ୍ଦୁ ମିଳନରେ ଶତାଧିକ କର୍ମୀଙ୍କ ସହ ସେ ଶଙ୍ଖ ଫୁଙ୍କିବା ସହ ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆର୍ଶିବାଦ ମଧ୍ୟ ନେଇଥିଲେ । ସେହିପରି ଦଳର ମୁଖିଆ ଅରବିନ୍ଦଙ୍କୁ କେନ୍ଦ୍ରାପଡା ଜିଲ୍ଲାର ଦାୟିତ୍ୱ ଦେବା ସହ ଲୋକଙ୍କ କଥା ବୁଝିବା କହି ଆର୍ଶୀବାଦ ଦେଇଥିଲେ । ଏହା ବ୍ୟତୀତ ଏହି ସବୁ ବିଷୟ ତୁମ ବାପା ଅର୍ଥାତ୍ ବିଜୟ ମହାପାତ୍ରଙ୍କୁ ଜଣାଇଦେବ ବୋଲି କହିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।ତେବେ ସମାନ ଦିନରେ ବିଜେଡି-ଭାଜପା ମେଣ୍ଟ ସଂକ୍ରାନ୍ତୀୟ ଆଲୋଚନା ଛୁଇଁଥିଲା ଶୀର୍ଷ । ଫଳରେ ସେହି ଦିନ ସନ୍ଧ୍ୟାରେ ୫ଟି ଅଧ୍ୟକ୍ଷ ଭି.କେ ପାଣ୍ଡିଆନ ଏବଂ ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ (ବବି) କରିଥିଲେ ଦିଲ୍ଲୀ ଗସ୍ତ । ସେଠାରେ ଆସନ ବୁଝାମଣା ନେଇ ନବୀନଙ୍କ ଚୂଡ଼ାନ୍ତ ନିଷ୍ପତ୍ତି ସମ୍ପର୍କରେ ଭାଜପାର ରାଷ୍ଟ୍ରୀୟ ନେତାଙ୍କ ସହ ଆଲୋଚନା କରାଯାଇଥିବା କୁହାଯାଉଛି।
କିନ୍ତୁ ଆମେ ଯଦି ରାଜନୀତିର ପୂର୍ବ ଇତିହାସ ଦେଖିବା ତେବେ ଏହି ମେଣ୍ଟର ରହିଛି ଇତିହାସ । ଆଜି ଏହି ମେଣ୍ଟ ମନେପକାଇ ଦେଉଛି ପ୍ରଚ୍ଛଦପଟରେ ଦୁଇ ଦଳ ମଧ୍ୟରେ ୧୯୯୮ରେ ହୋଇଥିବା ମେଣ୍ଟ କଥା । ଯେତେବେଳେ ବିଜୟ ମହାପାତ୍ର ଓ ଭାଜପାର ତତ୍କାଳୀନ ବରିଷ୍ଠ ନେତା ସ୍ବର୍ଗତ ପ୍ରମୋଦ ମହାଜନଙ୍କ ମଧ୍ୟରେ ଆଲୋଚନା ହେବା ପରେ ମେଣ୍ଟ ଚୁକ୍ତି ହୋଇଥିଲା। ମେଣ୍ଟ ୧୯୯୮, ୧୯୯୯ ଓ ୨୦୦୪ ଲୋକ ସଭା ନିର୍ବାଚନରେ ଅଧିକ ଆସନ ପାଇଥିବା ବେଳେ ୨୦୦୦ ଓ ୨୦୦୪ ଓଡ଼ିଶା ବିଧାନସଭା ନିର୍ବାଚନରେ ଭଲ ପ୍ରଦର୍ଶନ କରିଥିଲା।
କିନ୍ତୁ ରାଜନୈତିକ ସମୀକ୍ଷକଙ୍କ କହିବା ଅନୁଯାୟୀ ୧୯୯୮ ବେଳେ ବିଜୟ ମହାପାତ୍ରଙ୍କ ଓଡ଼ିଶା ଉପରେ ଯେଉଁ ଅଭିଜ୍ଞତା ଥିଲା, ତାହା ଏହି ୨୪ ବର୍ଷରୁ ଅଧିକ ସମୟ ଭିତରେ ନିଶ୍ଚିତ ଭାବେ ହ୍ରାସ ପାଇଯାଇଛି। କାରଣ ବିଜୟ ମହାପାତ୍ର ବିଜେପିରେ ସାମିଲ ହେବା ପରଠାରୁ ତାଙ୍କ ରାଜନୈତିକ ଜୀବନ ସତେ ଯେପରି ସମ୍ପୂର୍ଣ୍ଣ ଭାବେ ଚନ୍ଦ୍ରଗ୍ରହଣ ଭଳି ଅନ୍ଧକାର ହୋଇଯାଇଛି। ତେଣୁ ଚଳିତ ନିର୍ବାଚନରେ ପୁଅକୁ ରାଜ୍ୟ ରାଜନୀତିରେ ସାମିଲ କରି ଯେଉଁ ଗୋଟି ଚାଳନା କରିବାକୁ ଯାଉଛନ୍ତି ତାହା ସଫଳ ହେବ କି ନାହିଁ ତାହା ଦେଖିବାକୁ ବାକି ରହିଲା । ତେବେ ବିଜୟଙ୍କ ପୁଅ ଅରବିନ୍ଦ ରାଜ୍ୟ ରାଜନୀତିର୍ସୋମିଲ ହେବା ପରେ ଏକ ବିରାଟ ପରିବର୍ତ୍ତନ ହୋଇପାରେ ବୋଲି ବୁଦ୍ଧିଜୀବି ମହଲରେ ଚର୍ଚ୍ଚା ଜୋର ଧରିଛି ।