ବିକଶିତ ରାଷ୍ଟ୍ର ଗଠନରେ ମହିଳାଙ୍କ ଅବଦାନ ଅତୁଳନୀୟ। ଉଚ୍ଚତାର ଶିଖର ସ୍ପର୍ଶ କରିବାରେ ମହିଳାଙ୍କ ନିକଟରେ ଯେତେ ପ୍ରତିବନ୍ଧକ ଆସିଲେ ମଧ୍ୟ ଏହାକୁ ମାତ ଦେଇ ସର୍ବଦା ଆଗକୁ ବଢ଼ି ଥାନ୍ତି ଏହି ମହିଳା। ନାରୀ କେବେ ପଛଘୁଞ୍ଚା ଦିଏନି ସବୁର ସାମ୍ନା କରି ଲଢ଼ିବା ସହ ଜିତିବା ଶିଖିଛି ।
ମହିଳାମାନେ ଦେଶ ତଥା ସମାଜରେ ପୁରୁଷଙ୍କ ପରି ସକ୍ଷମ । ଘର ଚଳେଇବା ଠାରୁ ଆରମ୍ଭ କରି ଦେଶ ଚଳେଇବା କେଉଁଥିରେ କମ ନୁହଁନ୍ତି । ମହିଳାମାନେ ପ୍ରତ୍ୟେକ କ୍ଷେତ୍ରରେ ସେମାନଙ୍କର ଦକ୍ଷତା ପ୍ରଦର୍ଶନ କରୁଛନ୍ତି ଏବଂ ସମାଜର ବିକାଶରେ ସହଯୋଗ କରୁଛନ୍ତି। ତଥାପି, ଆଜି ମଧ୍ୟ ମହିଳାମାନେ ପୁରୁଷଙ୍କ ପରି ସମାନ ସମ୍ମାନ ଏବଂ ସୁଯୋଗ ପାଉନାହାନ୍ତି ।ଏହାର ଗୋଟିଏ କାରଣ ହେଉଛି ମହିଳାମାନେ ସେମାନଙ୍କର ଅଧିକାର ବିଷୟରେ ଅବଗତ ନୁହଁନ୍ତି । ସମାନ କ୍ଷେତ୍ରରେ ସମାନ କାର୍ଯ୍ୟ କରୁଥିବା ଜଣେ ପୁରୁଷ ମହିଳାଙ୍କ ଅପେକ୍ଷା ଅଧିକ ରୋଜଗାର କରନ୍ତି ।
ସେହିଭଳି ଅନ୍ୟାନ୍ୟ କ୍ଷେତ୍ରରେ ମଧ୍ୟ ମହିଳାମାନେ ସେମାନଙ୍କର ଅଧିକାର ବିଷୟରେ ସୂଚନା ଅଭାବରୁ ସମାନ ସୁଯୋଗଠାରୁ ଦୂରରେ ରୁହନ୍ତି। ପ୍ରତ୍ୟେକ କ୍ଷେତ୍ରରେ ମହିଳାଙ୍କ ଅଂଶଗ୍ରହଣକୁ ପ୍ରୋତ୍ସାହିତ କରିବା ଏବଂ ମହିଳାମାନଙ୍କୁ ସେମାନଙ୍କର ଅଧିକାର ବିଷୟରେ ଅବଗତ କରାଇବା ପାଇଁ ପ୍ରତିବର୍ଷ ଆନ୍ତର୍ଜାତୀୟ ମହିଳା ଦିବସ ପାଳନ କରାଯାଏ ।
ମହିଳା ଦିବସ ଅବସରରେ ସାରା ବିଶ୍ୱରେ ଅନେକ କାର୍ଯ୍ୟକ୍ରମ ଆୟୋଜିତ କରାଯାଏ। ଏହାର ଉଦ୍ଦେଶ୍ୟ ହେଉଛି ମହିଳାମାନଙ୍କୁ ସେମାନଙ୍କର ଅଧିକାର ବିଷୟରେ ଅବଗତ କରାଇବା, ସମାଜରେ ପୁରୁଷମାନଙ୍କୁ ସମାନ ସମ୍ମାନ ଏବଂ ସମାନ କାର୍ଯ୍ୟ ସୁଯୋଗ ପ୍ରଦାନ କରିବା ।
କିନ୍ତୁ ଆପଣ ଜାଣନ୍ତି କି ଆନ୍ତର୍ଜାତୀୟ ମହିଳା ଦିବସ ଗୁରୁତ୍ୱ କଣ ଏବଂ କାହିଁକି ମାର୍ଚ୍ଚ ୮ ତାରିଖରେ ହିଁ ଏହା ପାଳନ କରାଯାଏ ?
ମାର୍ଚ୍ଚ ୮ ରେ ମହିଳା ଦିବସ ପାଳନ କରିବାର ଏକ ବିଶେଷ କାରଣ ଅଛି । ଆମେରିକାରେ କାର୍ଯ୍ୟରତ ମହିଳାମାନେ ସେମାନଙ୍କ ଅଧିକାରକୁ ବିରୋଧ କରିବା ପାଇଁ ମାର୍ଚ୍ଚ ୮ ରେ ଏକ ପଦଯାତ୍ରା କରିଥିଲେ। ଏହା ପରେ ସମାଜବାଦୀ ପାର୍ଟି ଏହି ଦିନ ମହିଳା ଦିବସ ପାଳନ କରିବାକୁ ଘୋଷଣା କରିଥିଲା।
ପରେ ୧୯୧୭ ମସିହାରେ, ପ୍ରଥମ ବିଶ୍ୱଯୁଦ୍ଧ ସମୟରେ, ୠଷିୟ ମହିଳାମାନେ ଶାନ୍ତି ପାଇଁ ଷ୍ଟ୍ରାଇକ୍ କରିଥିଲେ। ଯାହା ପରେ ସମ୍ରାଟ ନିକୋଲାସ ତାଙ୍କ ପଦରୁ ଇସ୍ତଫା ଦେଇଥିଲେ ଏବଂ ମହିଳାମାନେ ଭୋଟ୍ ଦେବାର ଅଧିକାର ହାସଲ କରିଥିଲେ। ଏହା ଦେଖି ୟୁରୋପର ମହିଳାମାନେ ମଧ୍ୟ କିଛି ଦିନ ପରେ ମାର୍ଚ୍ଚ ୮ ରେ ଶାନ୍ତି କାର୍ଯ୍ୟକର୍ତ୍ତାଙ୍କୁ ସମର୍ଥନ କରି ରାଲି କରିଥିଲେ।
ଏହି କାରଣରୁ ମାର୍ଚ୍ଚ ୮ ରେ ଆନ୍ତର୍ଜାତୀୟ ମହିଳା ଦିବସ ପାଳନ ଆରମ୍ଭ ହୋଇଥିଲା। ପରେ ୧୯୭୫ ରେ ମିଳିତ ଜାତିସଂଘ ଆନ୍ତର୍ଜାତୀୟ ମହିଳା ଦିବସକୁ ମାନ୍ୟତା ଦେଲା । ସେହି ଦିନ ଠାରୁ ଏହା ପାଳନ ହେଇ ଆସୁଛି । ଏହାକୁ ପାଳନ କରିବା ଅର୍ଥାତ ମହିଳା ମାନଙ୍କୁ ମନେ ପକାଇଦେବ କଥା ଯେ ନାରୀ ଦୁର୍ବଳତା ନୁହେଁ ନାରୀ ଶକ୍ତିର ପ୍ରତୀକ ।