SunstarTV
ଆନ୍ତର୍ଜାତୀୟ ମହିଳା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶର ମା, ଭଉଣୀ ମାନଙ୍କୁ ଏକ ବଡ ଉପହାର ଦେଇଛନ୍ତି। ମହିଳାମାନଙ୍କୁ ଘରୋଇ ଗ୍ୟାସ ସିଲିଣ୍ଡର ଉପରେ ୧ଶହ ଟଙ୍କା ରିହାତି ପ୍ରଦାନ କରାଯିବ ବୋଲି ସେ ଘୋଷଣା କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ଟୁଇଟ୍ କରି କହିଛନ୍ତି, ‘ଆଜି ମହିଳା ଦିବସ ଅବସରରେ ଆମେ ଏଲପିଜି ସିଲିଣ୍ଡର ମୂଲ୍ୟରେ ୧ଶହ ଟଙ୍କା ରିହାତି ନେଇ ଏକ ବଡ଼ ନିଷ୍ପତ୍ତି ନେଇଛୁ।
ଏହା କେବଳ ମହିଳା ଶକ୍ତିର ଜୀବନକୁ ସହଜ କରିବ ନାହିଁ ବରଂ କୋଟି କୋଟି ପରିବାରର ଆର୍ଥିକ ବୋଝ କୁ ମଧ୍ୟ ହ୍ରାସ କରିବ । ଏହି ପଦକ୍ଷେପ ପରିବେଶ ସୁରକ୍ଷା କ୍ଷେତ୍ରରେ ମଧ୍ୟ ସହାୟକ ହେବ, ଯାହା ସମଗ୍ର ପରିବାରର ସ୍ୱାସ୍ଥ୍ୟରେ ଉନ୍ନତି ଆଣିବ ।
ମୋଦୀ କହିଛନ୍ତି ଯେ ଏଲପିଜିକୁ ଅଧିକ ସୁଲଭ କରି ପରି କଲ୍ୟାଣ ଦିଗରେ କାର୍ଯ୍ୟ କରିବା ଆମର ଲକ୍ଷ୍ୟ। ଏହା ସହିତ ଆମେ ଏକ ସୁସ୍ଥ ପରିବେଶ ନିଶ୍ଚିତ କରିବାକୁ ଚାହୁଁଛୁ। ମହିଳାମାନଙ୍କୁ ସଶକ୍ତ କରିବା ଏବଂ ସେମାନଙ୍କ ପାଇଁ ଜୀବନକୁ ସହଜ କରିବା ପାଇଁ ଏହା ଆମର ପ୍ରତିବଦ୍ଧ ।