SUNSTARTV
ଭୁବନେଶ୍ୱର:ଆଜିର ସମୟରେ ଭାଇ ଭାଇକୁ ନେଇ ଅନେକ ଖବର ସାମ୍ନାକୁ ଆସୁଛି । ଅନେକ ସମୟରେ ଭାଇ ଭାଇ ଭିତରେ ଦେଖିବାକୁ ମିଳେ ଅନେକ ବାଦ ବିବାଦ । କିଏ ଜମିବାଡି ପାଇଁ ଭାଇକୁ କେଉଁଠି ହତ୍ୟା କଲାଣି ତ ଆଉ କିଏ ନିଜ ସ୍ୱାର୍ଥ ପାଇଁ ଭାଇକୁ କରିଲାଣି ହଇରାଣ ।ପୁଣି କେଉଁଠି ମିଛ ଛଳନା କରି ଭାଇକୁ ଦେଲାଣି ଧୋକା । ଯାହାକି ଆଜିର ସମୟ ଓ ସମାଜରେ ଏକ ସାଧାରଣ କଥା । କିନ୍ତୁ ଆଜିର ଏହି ସ୍ୱାର୍ଥପର ସମାଜରେ ଏମିତି ବି ସମ୍ପର୍କ ଅଛି ଯାହକୁ ଆଖିରେ ନ ଦେଖିଲେ କେହି ବିଶ୍ୱାସ କରି ପାରିବେ ନାହିଁ । ହଁ ଆଜ୍ଞା ଆମେ କହୁଛୁ ରାଜଧାନୀ ପଟିଆରେ ବାସ କରୁଥିବା ଦୁଇ ଭାଇ ମନୋରଞ୍ଜନ ଏବଂ ଚିତ୍ତରଞ୍ଜନଙ୍କ କଥା । ତେବେ ସାନ ଭାଇ ମନୋରଞ୍ଜୋନ ବଡ ଭାଇଙ୍କୁ ଦେଇଛନ୍ତି ଏକ ସୁନ୍ଦର ଉପହାର ଯାହାକ ଦେଖିବା ପରେ ଖୁସିର ଲୁହକୁ ଅଟକାଇ ପାରିନଥିଲେ ବଡଭାଇ ।
ପିଲାବେଳୁ ବାପା ଚାଲିଗଲେ ଆରପାରିକୁ । ଫଳରେ ବଡ ଭାଇ ଉପରେ ରହିଲା ପରିବାର ବୋଝ । ୩ ପ୍ରାଣି କୁଟୁମ୍ବଙ୍କୁ ପୋଷିବା ପାଇଁ ଚିତ୍ତ ରଞ୍ଜନ ଆରମ୍ଭ କଲେ ଅଟୋ ଚାଳନା । ସେ ଅଟୋ ଚଳାଇ ଯାହା କିଛି ରୋଜଗାର କରୁଥିଲେ ସେଥିରେ ଚଳୁଥିଲା ତାଙ୍କ ପରିବାର । ଭାଇର ସମସ୍ତ କର୍ତ୍ତବ୍ୟ ଓ ଦାୟିତ୍ୱ କରିଥିଲେ ବଡ ଭାଇ । ଘର ଚଳାଇବା ସହ ସାନ ଭାଇକୁ ମଧ୍ୟ ପାଠ ପଢାଇ ରୋଜଗାର କ୍ଷମ କରାଇଥିଲେ । ଯାହାର ଆଜି ପରିଣାମ ସ୍ୱରୂପ ସାନ ଭାଇ ବଡ ଭାଇକୁ ଦେଇଛି ଏକ ସୁନ୍ଦର କାର ଉପହାର ।
ତେବେ ଏହି ଦୁଇ ଭାଇଙ୍କ ବିଷୟରେ ଯିଏ ଶୁଣୁଛି ସେ କହୁଛି ଭାଇ ହେବ ତ ଏମିତି ପୁରା ରାମ ଲକ୍ଷ୍ମଣ । ଆଜିର ଏ ସମମାଜରେ ପ୍ରକୃତରେ ଏମିତି ଭାଇ ଏବଂ ଏମିତି ସମ୍ପର୍କ ସତରେ ନିଆରା । ଏହି ଦୁଇ ଭାଇ ସମାଜ ପାଇଁ ସାଜିଛନ୍ତି ଜ୍ୱଳନ୍ତ ଉଦାହରଣ । ଯିଏକି ବୁଝିଛନ୍ତି ସମ୍ପର୍କର ପ୍ରକୃତ ମୂଲ୍ୟକୁ ଏବଂ ଗୋଟିଏ ଭାଇ ଜୀବନରେ ଭାଇର ଗୁରୁତ୍ୱକୁ ।