Sunstar Tv
BSKY Nabin Card: ଆଜି ଯୋଗ୍ୟ ହିତାଧିକାରୀଙ୍କୁ BSKY ନବୀନ କାର୍ଡ ବିତରଣ କରିବେ ମୁଖ୍ୟମନ୍ତ୍ରୀ ନୀବନ ପଟ୍ଟନାୟକ । ଫଳରେ ତାଲିକାଭୁକ୍ତ ଘରୋଇ ହସ୍ପିଟାଲ୍ରେ ୩.୮ କୋଟି ଲୋକ ମାଗଣା ଚିକିତ୍ସା ସୁବିଧା ପାଇପାରିବେ ।
ଲୋକମାନଙ୍କୁ ଆଜିଠାରୁ ମିଳିବ ବିଏସକେୱାଇ ନବୀନ କାର୍ଡ। ଏହାର ଶୁଭାରମ୍ଭ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କରିବେ। ତେବେ ଏହାର ପ୍ରଥମ ପର୍ଯ୍ୟାୟରେ ଖୋର୍ଦ୍ଧା ଓ ସମ୍ବଲପୁରରେ କାର୍ଡ ବଣ୍ଟାଯିବ।
କାର୍ଡପାଇଁ ୪ ଲକ୍ଷରୁ ଅଧିକ ହିତାଧିକାରୀ ଆବେଦନ କରିଛନ୍ତି। ତେବେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ନବୀନ କାର୍ଡ ପାଇବା ପାଇଁ ଲୋକେ ଆବେଦନ କରିଛନ୍ତି । ଏହି ଆବେଦନର ଶେଷ ତାରିଖ ଜାନୁଆରୀ ୧୬ ରଖାଯାଇଥିଲା।
ହେଲେ କିଛି ଲୋକ ଆବେଦନ ନ କରିଥିବାରୁ ରାଜ୍ୟ ସରକାର ପୁଣି ଆବେଦନର ଅବଧିକୁ ବଢାଇ ଜାନୁଆରୀ ୨୬ ତାରିଖ ପର୍ଯ୍ୟନ୍ତ କରିଥିଲେ । ତେବେ ଗଞ୍ଜାମ ଜିଲ୍ଲାର ଲୋକେ ସର୍ବାଧିକ ଆବେଦନ କରିଛନ୍ତି ବୋଲି ସୂଚନା ରହିଛି ।
ଲୋକମାନଙ୍କୁ ମାଗଣାରେ ଚିକିତ୍ସା ଯୋଗାଇ ଦେବା ଲାଗି ରାଜ୍ୟ ସରକାର ଏହି କାର୍ଡ ବଣ୍ଟନ କରିଛନ୍ତି । ଏଥିରେ ସମସ୍ତ ପରିବାରଗୁଡ଼ିକ ଘରୋଇ ହସ୍ପିଟାଲରେ ଗୁରୁତର ରୋଗର କ୍ୟାସଲେସ୍ ଚିକିତ୍ସାର ସୁବିଧା ପାଇବେ ।
କେବଳ ନିୟମିତ ସରକାରୀ କର୍ମଚାରୀ ବା ସ୍ଥାୟୀ ଚାକିରିଆ(ପେନସନଧାରୀଙ୍କୁ ମିଶାଇ) ଓ ଟିକସଦାତାଙ୍କୁ ବାଦ ଦେବାପରେ ଗ୍ରାମାଞ୍ଚଳରେ ରହୁଥିବା ସବୁ ପରିବାର ଏହି କାର୍ଡର ସୁବିଧା ପାଇପାରିବେ । ସେହିପରି ଯେଉଁମାନେ ପୂର୍ବରୁ ବିଏସକେୱାଇ କାର୍ଡ ପାଇଛନ୍ତି ସେମାନଙ୍କୁ ଆବେଦନର ଆବଶ୍ୟକତା ନାହିଁ ବୋଲି କୁହାଯାଇଛି ।
ବିଏସକେୱାଇ ନବୀନ କାର୍ଡରେ ହୃଦରୋଗ, କିଡନୀ, ଯକୃତ, ବ୍ରେନ ଷ୍ଟ୍ରୋକ, ଗୁରୁତର ମୁଣ୍ଡ ଆଘାତ, ବ୍ରେନ୍ ଟ୍ୟୁମର, ପୋଡ଼ିଯିବା, ସ୍ନାୟୁବିକ ରୋଗ ଓ କ୍ୟାନସର ଭଳି ୯ଟି ଗୁରୁତର ରୋଗର କ୍ୟାସଲେସ୍ ଚିକିତ୍ସା ସୁବିଧା ଉଭୟ ରାଜ୍ୟ ଭିତରେ ଓ ବାହାରେ ତାଲିକାଭୁକ୍ତ ଘରୋଇ ହସ୍ପିଟାଲରେ ମିଳିପାରିବ।
ଗତ ଜାନୁଆରୀ ୨୬ ତାରିଖ ପର୍ଯ୍ୟନ୍ତ BSKY ନବୀନ କାର୍ଡ ପାଇଁ ଆବେଦନ କରିବା ଅବଧି ରହିଥିଲା । ପୂର୍ବରୁ ଏହି ଅବଧି ଜାନୁଆରୀ ୧୬ ପର୍ଯ୍ୟନ୍ତ ଉପଲବ୍ଧ ଥିଲା । BSKYର ଏହି ସଂପ୍ରସାରିତ ଯୋଜନା ପାଇଁ କେଉଁମାନେ ଯୋଗ୍ୟ, କେବେ ଓ କେଉଁଭଳି ଆବେଦନ କରିବେ, ସେ ନେଇ ସବିଶେଷ ତଥ୍ୟ ସହ ବିଜ୍ଞପ୍ତି ପ୍ରକାଶ କରିଥିଲେ ରାଜ୍ୟ ସରକାର ।
ପଞ୍ଜୀକରଣ ପାଇଁ ଜିଲ୍ଲା ସ୍ତରରେ ସଚେତନ ସୃଷ୍ଟି କରିବା ପାଇଁ ସବୁ ଜିଲ୍ଲାପାଳମାନଙ୍କୁ ଚିଠି କରିଥିଲେ ରାଜ୍ୟ ସରକାର । BSKY ନବୀନ କାର୍ଡ ପରିବାର ମୁଖ୍ୟଙ୍କ ନାଁରେ ସମସ୍ତେ ପଞ୍ଜିକରଣ କରିପାରିବେ ।
ରାସନକାର୍ଡ ନଥିବା ପରିବାରଗୁଡ଼ିକୁ ମଧ୍ୟ ଏହି ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇଛି । BSKY ସ୍ୱାସ୍ଥ୍ୟ କାର୍ଡ଼ କେବଳ ରାସନକାର୍ଡଧାରୀ ପାଇଁ ଉପଲବ୍ଧ ଥିଲା, ଏହା ପଞ୍ଚାୟତସ୍ତରରେ ବଣ୍ଟନ ହୋଇଥିଲା । ତେବେ ନବୀନ କାର୍ଡ ଯୋଜନାର ଲାଭ ପାଇବାକୁ ହେଲେ ସମ୍ପୃକ୍ତ ବ୍ୟକ୍ତି ପେନସନଧାରୀ ବା ସରକାରୀ କର୍ମଚାରୀ କିମ୍ବା ଆୟକର ଦାତା ହୋଇନଥିବା ଆବଶ୍ୟକ ।