SUNSTARTV
ଭୁବନେଶ୍ୱର:ପାଖେଇ ଆସୁଛି ସାଧାରଣ ନିର୍ବାଚନ । ଏନେଇ ଚଳଚଞ୍ଚଳ ଗାଁ ଠୁ ସହର । ବିଭିନ୍ନ ଚାହା ଖଟିରେ ଜମୁଛି ରାଜନୀତିର ଚର୍ଚ୍ଚା । ଏଥର ନିର୍ବାଚନରେ କାହାକୁ ମିଳିବ ଜନାଦେଶ ଆଉ କିଏ ଚାଖିବ ପରାଜୟର ସ୍ୱାଦ ତାକୁ ନେଇ ଚାଲିଛି ଅଙ୍କ କସା । ଏହାରି ଭିତରେ ବିଜେଡି ସୁପ୍ରିମୋ ଡାକିଛନ୍ତି ବଡ ବୈଠକ ।
ମିଳିଥିବା ସୂଚନା ଅନୁଯାୟୀ ଆଜି ଅପରାହ୍ନ ୩ଟା ସମୟରେ ଶାସକ ବିଜେଡିର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ନବୀନ ନିବାସରେ ବସିବ । ଏଥିପାଇଁ ବିଜେଡିର ବରିଷ୍ଠ ନେତାଙ୍କୁ ନବୀନ ନିବାସକୁ ଡକାଯାଇଛି । ତେବେ ନବୀନ ନିବାସରେ କଣ ଆଲୋଚନା ହେବ ସେନେଇ କୌଣସି ବିଧିବଦ୍ଧ ସୂଚନା ଦିଆଯାଇନି । କେବଳ ନିବାର୍ଚନ ସଂକ୍ରାନ୍ତରେ ବିଜେଡି ସୁପ୍ରିମୋ ଦଳର ନେତାଙ୍କ ସହ ଆଲୋଚନା କରିବେ ବୋଲି ସୂଚନା ମିଳୁଛି । ଏଥିପାଇଁ ଦଳର କିଛି ବରିଷ୍ଠ ବିଧାୟକ, ଏବଂ କୋର୍ ସଦସ୍ୟଙ୍କୁ ନବୀନ ନିବାସରୁ ଡକରା ଆସିଛି ।ବିଜେଡିର ସାଧାରଣ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ପ୍ରସନ୍ନ ଆଚା ର୍ଯ୍ୟ. ଅତନୁ ସବ୍ୟସାଚୀ ନାୟକ, ରଣେନ୍ଦ୍ର ପ୍ରତାପ ସ୍ୱାଇଁ , ପ୍ରତାପ ଜେନା, ଦେବୀ ମିଶ୍ର, ସମୀର ଦାଶ, ପ୍ରତାପ ଦେବ ନିରଞ୍ଜନ ପୂଜାରୀ ଙ୍କ ସମେତ ଅନ୍ୟ ବରିଷ୍ଠ ନେତାମାନେ ନବୀନ ନିବାସକୁ ଡକା ଯାଇଥିବା ସୂଚନା ମିଳିଛି ।
ଅନ୍ୟପକ୍ଷେ ଆଜି ଦିଲ୍ଲୀରେ ବିଜେପିର କେନ୍ଦ୍ରୀୟ ନେତୃତ୍ୱ ସହ ରାଜ୍ୟ ବିଜେପି ନେତାଙ୍କର ମଧ୍ୟ ବୈଠକ ବସିବାକୁ ଅଛି । ସନ୍ଧ୍ୟା ୫ଟା ସମୟରେ ଏହି ବୈଠକ ବସିବ । ଏଥିପାଇଁ ରାଜ୍ୟ ବିଜେପିର ନେତାମାନେ ଦିଲ୍ଲୀ ଗସ୍ତରେ ବାହାରିଛନ୍ତି । ମୋଦୀ ଓଡିଶାରୁ ଯିବାର ୨୪ ଘଣ୍ଟା ନପୁରୁଣୁ ଦୁଇ ଦଳର ଏହି ବୈଠକ ରାଜନୈତିକ ସମୀକ୍ଷକଙ୍କୁ ମେଣ୍ଟ ସମ୍ପର୍କରେ ଚିନ୍ତା କରିବାକୁ ବାଧ୍ୟ କରିଛି । ତେଣୁ ଏଭଳି ସମୟରେ ବିଜେଡିର ଏହି ବୈଠକ ରାଜନୈତିକ ମହଲରେ ଚର୍ଚ୍ଚା ସୃଷ୍ଟି କରିଛି ।