⠀SunstarTV
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦିନିକିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଏହି ଗସ୍ତ ଅବସରରେ ପ୍ରଧାନମନ୍ତ୍ରୀ ଚଣ୍ଡିଖୋଲରେ ୧୯ ହଜାର ୬୦୦ କୋଟି ଟଙ୍କାରୁ ଅଧିକ ବ୍ୟୟରେଏକାଧିକ ପ୍ରକଳ୍ପର ଲୋକାର୍ପଣ ସହିତ ଶିଳନ୍ୟାସ କରିବେ । ଏଥରେ ଆଠ ରାଜ୍ୟର ଚଣ୍ଡିଖୋଲ-ପାରାଦୀପ ଜାତୀୟ ରାଜପଥ ଓ ପେଟ୍ରୋଲିୟମ ପ୍ରକଳ୍ପ ଅନ୍ତର୍ଭୁକ୍ତ । ମୋଦୀଙ୍କ ଗସ୍ତ ପାଇଁ ଯାଜପୁର ଜିଲ୍ଲାର ଚଣ୍ଡିଖୋଲ ଓ ବଡ଼ଚଣା ବେଶ୍ ଚଳଚଞ୍ଚଳ ହୋଇଛି। ସୁରକ୍ଷା ମଧ୍ୟ କଡ଼ାକଡ଼ି କରାଯାଇଛି ।
ମଙ୍ଗଳବାର ଅପରାହ୍ନ ୨ଟା ୪୦ରେ ମୋଦୀ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିବେ। ସେଠାରୁ ସେ ସିଧାସଳଖ ହେଲିକପ୍ଟର ଯୋଗେ ଚଣ୍ଡିଖୋଲର ବେଣାପୁର ସଭାସ୍ଥଳକୁ ଯିବେ।ଅପରାହ୍ନ ୩ଟା ୧୫ରେ ଲୋକାର୍ପଣ ଓ ଶିଳାନ୍ୟାସର ସରକାରୀ କାର୍ଯ୍ୟକ୍ରମରେ ଯୋଗଦେବେ।
ପରେ ସାଢ଼େ ୩ରେ ‘ମୋଦି ଗ୍ୟାରେଣ୍ଟି’ ବିଶାଳ ସଭାରେ ‘ବିକଶିତ ଓଡ଼ିଶା-ବିକଶିତ ଭାରତ’ ଯୋଦ୍ଧାମାନଙ୍କୁ ସମ୍ବୋଧିତ କରିବେ। ସେହିପରି ମୋଦିଜୀ ଚଣ୍ଡିଖୋଲରେ ୧୯ହଜାର ୬ଶହ କୋଟି ଟଙ୍କାରୁ ଅଧିକ ବ୍ୟୟରେ ଏକାଧିକ ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ କରିବାର କାର୍ଯ୍ୟକ୍ରମ ରହିଛି ।
ମୋଦୀଙ୍କ ଗସ୍ତ ତା ସହିତ ଆଜି ବୀର ପୁତ୍ର ବିଜୁ ବାବୁଙ୍କ ଜନ୍ମ ଦିବସ ରହିଥିବା ବେଳେ ଏହି ଗସ୍ତ ପଛରେ ଅନ୍ୟ କିଛି ଉଦ୍ଦେଶ୍ୟ ଥିବା ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି ।