Sunstartv
ଡାଉନ ହେଲା ଫେସବୁକ । ଅଧିକାଂଶ ୟୁଜର୍ସଙ୍କ ପାଇଁ ଏହା ଏବେ ଏକ ସମସ୍ୟା ହୋଇଯାଇଛି । ରିପୋର୍ଟ ଅନୁଯାୟୀ, ମେଟା ପ୍ଲାଟଫର୍ମ ୟୁଜର୍ସ ସେମାନଙ୍କ ଫେସବୁକ ଚଳାଇବାରେ ସକ୍ଷମ ହୋଇ ପାରୁ ନାହାନ୍ତି । ।
ଏପର୍ଯ୍ୟନ୍ତ ଏହି ସମସ୍ୟାର କାରଣ ଜଣାପଡିନାହିଁ । ଏହା ମେଟାର ସର୍ଭର ବା ତା’ର ଉପକରଣ ସମ୍ବନ୍ଧିତ ହୋଇପାରେ ।
ତେବେ ଏହା ଉପରେ ମେଟା ମାଲିକାନା କିଛି ସୂଚନା ଦେଇ ନାହାନ୍ତି। ତେବେ ଫେସବୁକ ଡାଉନ ପରେ ୟୁଜର୍ସ ମାନେ ତାଙ୍କର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ଜଣେ ୟୁଜର୍ସ ଲେଖିଛନ୍ତି କ’ଣ ଫେସବୁକ ବନ୍ଦ ।
ସୂଚନାଯୋଗ୍ୟ, ଏହା ପୂର୍ବରୁ ମଧ୍ୟ ଅନେକ ଫର ଫେସବୁକ ଡାଉନ ହୋଇଯାଇଥିଲା ।
ଡାଉନଡେଟେକ୍ଟରର ରିପୋର୍ଟ ଅନୁଯାୟୀ, ୟୁଜର୍ସମାନେ ଲଗଇନ୍, ଫଟୋରେ ବିଷୟବସ୍ତୁ ଡାଉନଲୋଡ୍ କରିବା ଏବଂ ଇନଷ୍ଟାଗ୍ରାମରେ ଭିଡିଓ ଡାଉନଲୋଡ୍ ଭଳି ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି।
କିନ୍ତୁ ବର୍ତ୍ତମାନ ସୁଦ୍ଧା ମେଟା ପକ୍ଷରୁ କୌଣସି ସୂଚନା ଦିଆଯାଇ ନାହିଁ । ଫେସବୁକ ସିଜିନ ଏକ୍ସପାୟାର ଦେଖାଇ ମଧ୍ୟ ସମସ୍ତ ଫୋନରୁ ଲଗ୍ ଆଉଟ ହେଇ ଯାଇଛି ।