Sunstartv
ଏକୁଟିଆ ପଣ କାହା ପାଇଁ ଏ ବରଦାନ ତ ଆଉ କାହା ପାଇଁ ଏ ବିଷ। କେହି ଏ ସମୟକୁ ବହୁତ ଭଲ ସେ ବିତାନ୍ତି ତ ପୁଣି କେହି ଏ ସମୟକୁ ସହି ନ ପାରି କିଛି ଭୁଲ କରିବସନ୍ତି । ଆଉ ଏଥିରୁ ବାହାରିବା ପାଇଁ ଲୋକ ଖୋଜନ୍ତି ଏକ ସାଥୀ ।
ମୁଖ୍ୟତଃ ବୃଦ୍ଧାବସ୍ଥାରେ ଏହି ଏକୁଟିଆପଣ ବ୍ୟକ୍ତିକୁ ବହୁତ କଷ୍ଟ ଦେଇଥାଏ। ସେଥିପାଇଁ ଲୋକମାନେ ନିଜ ପାଇଁ ନିଜ ସାଥୀ ଖୋଜନ୍ତି, କିନ୍ତୁ ଯଦି କୌଣସି କାରଣରୁ ସେମାନଙ୍କ ସାଥୀ ସେମାନଙ୍କ ଠାରୁ ଅଲଗା ହୋଇଯାଏ ତେବେ ପରିସ୍ଥିତି ଆହୁରି ଖରାପ ହୋଇଯାଏ। ଏହି ଏକାକୀପଣ କୁ ଏଡାଇବା ପାଇଁ ଦିଲ୍ଲୀରେ ଏକ ନିଆରା ବିବାହ ମେଳା ଆୟୋଜିତ ହୋଇଥିଲା ଯେଉଁଥିରେ କେବଳ ପଚାଶ ବର୍ଷରୁ ଅଧିକ ଲୋକ ପ୍ରବେଶ କରିପାରିବେ। ଏହି ଅନନ୍ୟ ମେଳାରେ ୫୦ ରୁ ୯୦ ବର୍ଷ ବୟସର ୭୦ ପୁରୁଷ ଏବଂ ୩୦ ଜଣ ମହିଳା ଅଂଶଗ୍ରହଣ କରିଥିଲେ।
ଦିଲ୍ଲୀର ମହାରାଜା ଅଗ୍ରସେନ୍ ଭବନରେ ଅହମ୍ମଦାବାଦ ଅନୁଭବ ଫାଉଣ୍ଡେସନ୍ ଦ୍ୱାରା ଆୟୋଜିତ ସିନିୟର ସିଟିଜେନ୍ ପାର୍ଟନର ପରିଚୟ ସମ୍ମିଳନୀ ଆୟୋଜିତ ହୋଇଥିଲା। ଏନଜିଓ ସଭାପତି ନାଟୁଭାଇ ପଟେଲ କହିଛନ୍ତି ଯେ ଏହି ମେଳା ଆୟୋଜନ କରିବା ଦ୍ୱାରା ବରିଷ୍ଠ ନାଗରିକଙ୍କ ମଧ୍ୟରେ ବଢୁଥିବା ଏକୁଟିଆପଣ ସମସ୍ୟାକୁ ହ୍ରାସ କରିବା ସହିତ ପ୍ରେମ ଏବଂ ସାଥୀର ଏକ ନୂତନ ଆରମ୍ଭ କରିବାର ସୁଯୋଗ ମଧ୍ୟ ଦିଆଯାଇଛି।
ପିଟିଆଇ ସୂଚନା ଅନୁସାରେ ଏହି ମେଳାରେ ଅନେକ ଲୋକ ତାଙ୍କର ଅନୁଭୂତି ବାଣ୍ଟିଥିଲେ। ସେ କହିଛନ୍ତି, “ଶିକ୍ଷା ବହୁତ ଗୁରୁତ୍ୱପୂର୍ଣ୍ଣ। ମୁଁ ଜଣେ ବିଧବା ଏବଂ ୨୦୦୬ ରେ ମୋର ସ୍ୱାମୀଙ୍କୁ ହରାଇଥିଲି, ଯେତେବେଳେ ମୋ ଝିଅକୁ ମାତ୍ର ନଅ ବର୍ଷ ହୋଇଥିଲା। ବର୍ତ୍ତମାନ ସେ ୨୫ ବର୍ଷ ବୟସର ଆଉ ଜବ କରୁଛନ୍ତି। ସେ କହିଛନ୍ତି ଯେ ତାଙ୍କ ଝିଅ ତାଙ୍କୁ ଏହି ମେଳା ବିଷୟରେ କହିଥିଲେ।
ମମତା ଶର୍ମା କହିଛନ୍ତି, “ସେ ବିଶ୍ୱାସ କରନ୍ତି ଯେ ଲୋକଙ୍କୁ ଭେଟିବାରେ କୌଣସି ଅସୁବିଧା ନାହିଁ ଏବଂ ଜୀବନ ଏହା ଅନେକ ପରିବର୍ତ୍ତନ ଆଣିବା ସହ ଏହା ଦ୍ୱାରା ଉନ୍ନତି ମଧ୍ୟ ହୁଏ । ତେଣୁ ସେ ମୋତେ ଦ୍ୱିତୀୟ ସୁଯୋଗ ପାଇଁ ଏଠାକୁ ଆଣିଥିଲା ।
ଏନଜିଓ ସଭାପତିଙ୍କ ଅନୁଯାୟୀ, ଏହି ସମ୍ମିଳନୀରେ ପୁଅ ତାଙ୍କ ବାପାଙ୍କୁ ଝିଅ ତାଙ୍କ ମାଆ ଙ୍କୁ ଏଭଳି କି ବୋହୁ ତାଙ୍କ ଶ୍ୱଶୁରଙ୍କୁ ମଧ୍ୟ ନେଇ ଆସିଥିଲେ ।
ଆଉ ଏଥର ୫୦ ରୁ ୯୦ ବର୍ଷ ବୟସର ୭୦ ପୁରୁଷ ଏବଂ ୩୦ ଉପସ୍ଥିତ ଥିଲା। ସେ କହିଛନ୍ତି ଯେ ରାଜସ୍ଥାନ, ଦିଲ୍ଲୀ, ପଞ୍ଜାବ, ହରିୟାଣା, ମଧ୍ୟପ୍ରଦେଶ, ଛତିଶଗଡ ଏବଂ ଉତ୍ତରପ୍ରଦେଶ ଭଳି ବିଭିନ୍ନ ରାଜ୍ୟର ଲୋକମାନେ ନିଜକୁ ଜୀବନରେ ଦ୍ୱିତୀୟ ସୁଯୋଗ ଦେବା ପାଇଁ ଏହି କାର୍ଯ୍ୟକ୍ରମରେ ଭାଗ ନେଇଥିଲେ।ବର୍ତ୍ତମାନ ପର୍ଯ୍ୟନ୍ତ ୭୮ ଟି କାର୍ଯ୍ୟକ୍ରମ ଆୟୋଜିତ ହୋଇଛି।
ଏହା ସହିତ ଗୁଜୁରାଟ, ରାଜସ୍ଥାନ, ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, ଆନ୍ଧ୍ରପ୍ରଦେଶ, ଝାଡଖଣ୍ଡ, ତାମିଲନାଡୁ, ପଶ୍ଚିମବଙ୍ଗ, ହରିୟାଣା, ବିହାର, ଗୋଆ ଏବଂ ଉତ୍ତର ପୂର୍ବ ସମେତ ବିଭିନ୍ନ ରାଜ୍ୟରେ ଆୟୋଜକମାନେ ଏହିପରି କାର୍ଯ୍ୟକ୍ରମ ଆୟୋଜନ କରିଛନ୍ତି। ସେମାନେ ପ୍ରାୟ ୭୮ ଟି ଇଭେଣ୍ଟ ଆୟୋଜନ କରିଛନ୍ତି ଏବଂ ପ୍ରାୟ ୨୦୨ ଦମ୍ପତିଙ୍କ ପାଇଁ ନୂଆ ଜୀବନ ସାଥୀ ଯୋଗାଇ ଦେଇଛନ୍ତି ।