SunstarTV
ବଲିଉଡର ଜଣେ ଶ୍ରେଷ୍ଠ ଅଭିନେତା ଭାବରେ ସୁଶାନ୍ତ ସିଂ ପରିଚିତ। ଖୁବ୍ କମ୍ ସମୟ ମଧ୍ୟରେ ଫିଲ୍ମ ଇଣ୍ଡଷ୍ଟ୍ରିରେ ଭଲ ସ୍ଥାନ ହାସଲ କରିଥିଲେ। କିନ୍ତୁ ଏହି ସଫଳତା କେଉଁଠି ନା କେଉଁଠି ତାଙ୍କ ପାଇଁ ବରଦାନ ବଦଳରେ ଅଭିଶାପ ପାଲଟି ଥିଲା ।
ସୁଶାନ୍ତ ସିଂ ରାଜପୁତ ୧୪ ଜୁନ୍ ୨୦୨୦ ରେ କେବଳ ଫିଲ୍ମ ଜଗତରୁ ନୁହେଁ ବରଂ ଏ ସଂସାରରୁ ମଧ୍ୟ ବିଦାୟ ନେଇଥିଲେ । ତଥାପି, ଏବେ ବି ସେ ଅନେକ ସମୟରେ ନାନା କାରଣରୁ ଆଲୋଚନାର ବିଷୟ ପାଲଟନ୍ତି । ହଠାତ୍ ସେ ପୁଣି ଥରେ ଏବେର ହେଡଲାଇନ ପାଲଟିଛନ୍ତି ଆଉ ଏହାର କାରଣ ହେଉଛି ତାଙ୍କ ଭଉଣୀ ଶ୍ୱେତା ସିଂ।
ସୂଚନା ମୁତାବକ , ରଣଭୀର ଆହ୍ଲାବାଦିଆ ନାମକ ଏକ ୟୁଟ୍ୟୁବ୍ ଚ୍ୟାନେଲକୁ ଦିଆଯାଇଥିବା ଏକ ସାକ୍ଷାତକାରରେ ଶ୍ୱେତା ଅନେକ କଥାର ଖୁଲାସା କରିଛନ୍ତି। ସେ କହିଛନ୍ତି ଧୋନି ଅନଟୋଲ୍ଡ ଷ୍ଟୋରୀ’ ରିଲିଜ୍ ହୋଇଥିବା ବେଳେ ସୁଶାନ୍ତ ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନିଙ୍କ ଭୂମିକାରେ ଅଭିନୟ କରିଥିଲେ ଆଉ ସେବେ ଠାରୁ ସୁଶାନ୍ତଙ୍କ ସହ ଅନେକ କିଛି ଘଟିଛି।
ସାକ୍ଷାତକାରରେ ଶ୍ୱେତାଙ୍କୁ ବଲିଉଡର ଦୁନିଆ କିପରି ଅଛି ବୋଲି ପଚରାଯାଇଥିଲା। ଏହି ବିଷୟରେ ସୁଶାନ୍ତ କେବେ ତାଙ୍କ ସହ କଥା ହୋଇଥିଲେ କି? ଏହା ଉପରେ ଶ୍ୱେତା କହିଛନ୍ତି,ଯେତେବେଳେ ତାଙ୍କର .ଏମ ଏସ ଧୋନି ମୁକ୍ତିଲାଭ କରିଥିଲା, ସେହି ସମୟରେ ଜଣେ ଅଭିନେତାଙ୍କ ପୁଅର ଏକ ଫିଲ୍ମ ମଧ୍ୟ ମୁକ୍ତିଲାଭ କରିଥିଲା। ସମସ୍ତେ ସେହି ଚଳଚ୍ଚିତ୍ରର ପ୍ରଶଂସା କରୁଥିଲେ ଏବଂ ସୋସିଆଲ ମିଡିଆରେ ଏହା ବିଷୟରେ ଲେଖୁଥିଲେ । କିନ୍ତୁ ମୋ ଭାଇ ବିଷୟରେ ସେତେ ଅଧିକ କେହି ଲେଖୁ ନଥିଲେ । ଏହି ସବୁ ଜିନିଷ ତାଙ୍କ ଉପରେ ପ୍ରଭାବ ପକାଇଥିଲା।
ସୁଶାନ୍ତଙ୍କ ଭଉଣୀ ଆହୁରି କହିଛନ୍ତି , ଯଦି ତୁମେ ଅନ୍ୟ ପିଲାଙ୍କ ପରି କିଛି ଭଲ କାମ କରିଛ ତେବେ ତୁମେକୁ ବି ଲୋକମାନେ ପ୍ରଶଂସା କରନ୍ତୁ ବୋଲି ଇଚ୍ଛା କରିବ , ଯାହାଫଳରେ ତୁମେ ଭଲ ଅନୁଭବ କରିବ । ବଲିଉଡର ଦୁନିଆ ସୁଶାନ୍ତଙ୍କୁ ସେପରି ଗ୍ରହଣ କରିନଥିଲା।
କିର୍ତ୍ତୀ ଆହୁରି ମଧ୍ୟ କହିଛନ୍ତି ଯେ ସିବିଆଇ ହେଉଛି ଦେଶର ସବୁଠାରୁ ବଡ ଅନୁସନ୍ଧାନକାରୀ, ତେଣୁ ସୁଶାନ୍ତଙ୍କ ସହ କ’ଣ ଘଟିଛି କିମ୍ବା ଅନୁସନ୍ଧାନ ସମୟରେ ସେମାନେ କ’ଣ ପାଇଛନ୍ତି ତାହା ଜାଣିବା ଉଚିତ୍। ତାଙ୍କୁ ସବୁକିଛି ପାଇଁ ଆସେସ ଦିଆଯାଇଥିଲା । ଆତ୍ମହତ୍ୟା ଦିନ ସୁଶାନ୍ତ କାହିଁକି ତାଙ୍କ କୋଠରୀକୁ ତାଲା ପକାଇ ଦେଇଛନ୍ତି ବୋଲି ଶ୍ୱେତା ସନ୍ଦେହ ପ୍ରକଟ କରିଛନ୍ତି, ଯଦିଓ ସେ ଏହା ଆଗରୁ କେବେ କରିନାହାଁନ୍ତି। ଏବେ ସୁଦ୍ଧା ବହୁ ପ୍ରଶ୍ନର ଘେରରେ ରହିଛି ଏହି ଆକ୍ଟରଙ୍କ ମୃତ୍ୟୁ ।