SUNSTARTV
ମୁମ୍ବାଇ:ବିଶିଷ୍ଟ ଉଦ୍ୟୋଗପତି ମୁକେଶ ଅମ୍ବାନୀକୁ କିଏ ଅବା ନ ଜାଣେ ।ତାଙ୍କର ସଂଘର୍ଷମୟ କାହାଣୀ ଠାରୁ ଆରମ୍ଭ କରି ବିଳାସ ପୂର୍ଣ୍ଣ ଜୀବନଶୈଳୀ ସବୁକିଛି ରହିଥାଏ ଲୋକଲୋଚନରେ । ବର୍ତ୍ତମାନ କିନ୍ତୁ ମୁକେଶ ଅମ୍ବାନୀଙ୍କ ସନ ପୁଅ ଅନନ୍ତ ଅମ୍ବାନୀକୁ ନେଇ ଚାଲିଛି ସବୁଠି ଚର୍ଚ୍ଚା । ଆସନ୍ତା ଜୁଲାଇ ମାସରେ ଅନନ୍ତ ଅମ୍ବାନୀ ରାଧିକା ମର୍ଚ୍ଚାଣ୍ଟଙ୍କୁ ବିବାହ କରିବାକୁ ଯାଉଛନ୍ତି । ଫଳରେ ଗୁଜୁରାଟର ଜାମନଗରରେ ଆୟୋଜିତ ହେଉଛି ଅନେକ କାର୍ଯ୍ୟକ୍ରମ । ଅଭିନେତା ଠାରୁ ଆରମ୍ଭ କରି ରାଜନେତା ବଡ ବଡ ଶିଳ୍ପପତିଙ୍କ ଠାରୁ ଆରମ୍ଭ କରି କ୍ରିକେଟର ସମସ୍ତେ ଏହି କାର୍ଯ୍ୟକ୍ରମରେ ଯୋଗ ଦେବା ସହ କରୁଛନ୍ତି ଗ୍ରାଣ୍ଡ ସେଲିବ୍ରେସନ୍ ।
ତେବେ ଏହାରି ଭିତରେ ଅନନ୍ତ ଅମ୍ବାନୀଙ୍କ ମା ନୀତା ଅମ୍ବାନୀଙ୍କ ଏକ ଡ୍ୟାନ୍ସ ଭିଡିଓ ଖୁବ ଭାଇରାଲ ହେବାର ଲାଗିଛି । ପୁଅ ବିବାହ ଖୁସିରେ ନୀତା ମନ ଖୋଲା ନାଚ ନାଚିବା ସହ ତାଙ୍କ ଡ୍ୟାନ୍ସ ମଧ୍ୟମରେ ସମସ୍ତଙ୍କ ମନ ମୋହିଛନ୍ତି । ଏହା ବ୍ୟତୀତ ସେ “ଅନନ୍ତ ଏବଂ ରାଧିକା” ଙ୍କ ପାଇଁ ମା ଅମ୍ବେଙ୍କଠାରୁ ଆଶୀର୍ବାଦ ମାଗିଛନ୍ତି । ନୀତା ଅମ୍ବାନୀ ତାଙ୍କର ଏହି ନୃତ୍ୟକୁ ନାତୁଣୀ ବେଦ ଅମ୍ବାନୀ ଓ ଆଦିମା ଶକ୍ତିଙ୍କୁ ଉତ୍ସର୍ଗ କରିଥିଲେ । ଏହା ସହ ନାରୀ ଶକ୍ତିର ପ୍ରତୀକ ଥିବା ସମସ୍ତ ମହିଳାଙ୍କ ଉଦ୍ଦେଶ୍ୟରେ ଏହାକୁ ସମର୍ପିତ କରିଥିଲେ । ଏହି ବିଶେଷ ଅବସରରେ ନୀତା ଅମ୍ବାନୀ ପ୍ରସିଦ୍ଧ ଡିଜାଇନର୍ ମନୀଷ ମାଲହୋତ୍ରାଙ୍କ ଏକ ଚମତ୍କାର ଶାଢି ପିନ୍ଧିଥିବା ନଜର ଆସିଛି । ତେବେ ନୀତାଙ୍କର ଏହି ଡ୍ୟାନ୍ସ ଖୁବ କମ୍ ସମୟ ମଧ୍ୟରେ ଭାଇରାଲ ହେବା ସହ ଅନେକ ଲୋକ ଏହାକୁ ପସନ୍ଦ କରୁଛନ୍ତି । ଏଥିସହିତ ଭାରତୀୟ ସଂସ୍କୃତିର ପ୍ରଚାର ପାଇଁ ଅମ୍ବାନୀ ପରିବାରକୁ ପ୍ରଶଂସା ମିଳୁଛି ।
Smt. Nita Ambani talks about her roots in Jamnagar and India’s heritage and culture as inspiration behind Anant and Radhika’s pre-wedding celebrations#AnantRadhika#ARPreWeddingCelebrations pic.twitter.com/AmzBsl99oA
— Reliance Industries Limited (@RIL_Updates) March 1, 2024