SUNSTARTV
ମୁମ୍ବାଇ: ସାଉଥର ସୁପରଷ୍ଟାର ଅଭିନେତ୍ରୀ ହେଉଛନ୍ତି ନୟନତାରା । ଯିଏକି ନିଜ ଲୁକ ଏବଂ ଆକ୍ଟିଂ ପାଇଁ ସଦା ସର୍ବଦା ଚର୍ଚ୍ଚାରେ ରହିଥାନ୍ତି । ସେ ଅନେକ ସାଉଥ ମୁଭି କରିବା ସହ ହିନ୍ଦି ଚଳଚ୍ଚିତ୍ରରେ ମଧ୍ୟ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି । ଫଳରେ ତାଙ୍କୁ ଦର୍ଶକମାନେ ଖୁବ ଭଲପାଇବା ସହ ତାଙ୍କର ଅନେକ ପ୍ରସଂଶକ ମଧ୍ୟ ଅଛନ୍ତି । ତେବେ ଅଭିନେତ୍ରୀ ନୟନତାରା ସବୁବେଳେ ନିଜର ରିଲ ଲାଇଫକୁ ନେଇ ଲାଇମ ଲାଇଟରେ ରହୁଥିବା ବେଳେ ବର୍ତ୍ତମାନ ତାଙ୍କ ରିୟଲ ଲାଇଫକୁ ନେଇ ଏକ ବଡ ଖବର ସାମ୍ନାକୁ ଆସିଛି । ଫଳରେ ତାଙ୍କ ବୈବାହିକ ଜୀବନ ଭଲ ଚାଲୁ ନଥିବା ଜଣାପଡିଛି । ତେବେ ଏହି କଥାଟି ନିଜେ ନୟନତାରାଙ୍କ ସୋସିଆଲ ମିଡିଆ ପୋଷ୍ଟରୁ ଅନୁମାନ ଲଗାଯାଉଛି ।
ମିଳିଥିବା ସୂଚନା ଅନୁଯାୟୀ, ନିକଟରେ ଅଭିନେତ୍ରୀ ତାଙ୍କ ଇଷ୍ଟାଗ୍ରମ ଆକାଉଣ୍ଟରେ ଏକ ପୋଷ୍ଟ ସେୟାର କରିଛନ୍ତି । ଯେଉଁଥିରେ ସେ କିଛି ଇମୋସନାଲ କଥା ଲେଖିଛନ୍ତି । ତେବେ ଏହିପରି କ୍ରିପ୍ଟିକ୍ ପୋଷ୍ଟ ସେୟାର କରି ପ୍ରଶଂସକଙ୍କୁ ଚିନ୍ତାରେ ପକାଇଦେଇଛନ୍ତି ଅଭିନେତ୍ରୀ । ଏହା ବ୍ୟତୀତ ସେ ତାଙ୍କ ଇଷ୍ଟାଗ୍ରମ ଆକାଉଣ୍ଟରୁ ସ୍ୱାମୀ ତଥା ଚଳଚ୍ଚିତ୍ର ନିର୍ମାତା ବିଗ୍ନେଶଙ୍କୁ ଅନଫଲୋ କରିଦେଇଥିବା ମଧ୍ୟ ଜଣାପଡିଛି । ତେବେ ନୟନତାରା କାହିଁକି ତାଙ୍କ ସ୍ୱାମୀଙ୍କୁ ଅନଫଲୋ କରିଛନ୍ତି ତାହା ସ୍ପଷ୍ଟ ହୋଇ ନଥିବା ବେଳେ ପ୍ରଶଂସକମାନେ ସେମାନଙ୍କ ଅଲଗା ହେବା ଖବର ପାଇଁ ଚିନ୍ତିତ ଅଛନ୍ତି ।
ତେବେ ଅଭିନେତ୍ରୀ ନୟନତାରା ଏବଂ ଫିଲ୍ମ ନିର୍ମାତା ବିଗ୍ନେଶ ୨୦୨୨ ମସିହାରେ ପରସ୍ପରକୁ ପ୍ରେମ ବିବାହ କରିଥିଲେ । ଉଭୟେ ୨୦୧୫ ମସିହାରେ ପ୍ରଥମ ଥର ପାଇଁ ‘ନାନୁମ୍ ରାଉଡି’ର ସେଟରେ ଦେଖା ହୋଇଥିଲେ । ଏହାପରେ ଉଭୟ ପରସ୍ପରକୁ ଭଲପାଇ ବସିଥିଲେ । ପ୍ରାୟ ୬ ବର୍ଷ ପରସ୍ପରକୁ ଡେଟ୍ କରିବା ପରେ ଦିହେଁ ବିବାହ କରିବାକୁ ନିଷ୍ପତ୍ତି ମଧ୍ୟ ନେଇଥିଲେ । ତେବେ ବିବାହର ମାତ୍ର ୪ ମାସ ପରେ ସରୋଗେସି ସାହାଯ୍ୟରେ ଏହି ଦମ୍ପତ୍ତି ଯାଆଁଳା ଶିଶୁଙ୍କୁ ସ୍ୱାଗତ କରିଥିଲେ । କିନ୍ତୁ ବର୍ତ୍ତମାନ ଉଭୟ ପତିପତ୍ନିଙ୍କ ମଧ୍ୟରେ ଦେଖା ଦେଇଥିବା ସମସ୍ୟାକୁ ନେଇ ସେମାନଙ୍କ ସମ୍ପର୍କରେ ପୂର୍ଣ୍ଣଛେଦ ପଡିବାକୁ ଯାଉଛି ବୋଲି ଚର୍ଚ୍ଚା ଜୋର ଧରିଛି ।