SUNSTARTV
ନୂଆଦିଲ୍ଲୀ:ପାଖେଇ ଆସିଲାଣି ସାଧାରଣ ନିର୍ବାଚନ । ଫଳରେ ବିଭିନ୍ନ ଦଳରେ ଦେଖା ଦେଲାଣି ରାଜନୈତିକ ମାରାଥନ । କିଏ ଦଳ ବଦଳାଇ ଅନ୍ୟ ଦଳକୁ ଗଲାଣି ତ ଆଉ କିଏ ଦାୟିତ୍ୱରୁ ମୁକ୍ତ ହେବାକୁ ଚେଷ୍ଟା କଲେଣି । ଫଳରେ ରାଜନୈତିକ ମହଲରେ ସୃଷ୍ଟି ହେଉଛି ହଟଚମଟ । ରାଜ୍ୟ ହେଉ କି ଦେଶ ବର୍ତ୍ତମାନ ପ୍ରତ୍ୟେକ ଦଳରେ ଦେଖିବାକୁ ମିଳୁଛି ସମାନ ପରିସ୍ଥିତି । ତେବେ ଏହା ଭିତରେ ଆଉ ଏକ ଖବର ସାମ୍ନାକୁ ଆସିଛି । ଯାହାକି ରାଜ୍ୟନୈତିକ ପାଣିପାଗକୁ ଆହୁରି ଉଷ୍ମ କରୁଛି ।
ତେବେ ମିଳିଥିବା ସୂଚନା ଅନୁଯାୟୀ ଦିଲ୍ଲୀ ବିଜେପି ସାଂସଦ ତଥା କ୍ରିକେଟର ଗୌତମ ଗମ୍ଭୀର ଏକ ବଡ ଘୋଷଣା କରିଛନ୍ତି । ଯାହା ଜାଣିବା ପରେ ଦଳକୁ ଲାଗିଛି ଶକ୍ତ ଝଟକା । ତେବେ ଗମ୍ଭୀର ଚଳିତ ବର୍ଷ ନିର୍ବାଚନ ଲଢିବେ ନାହିଁ ଏବଂ ସେ ରାଜନୈତିକ ଦାୟିତ୍ୱରୁ ମୁକ୍ତି ଚାହୁଁଛନ୍ତି । ଏନେଇ ଦଳର ସଭାପତି ଜେପି ନଡ୍ଡାଙ୍କୁ ଅନୁରୋଧ କରିଛନ୍ତି । ଯାହାପରେ ଦଳକୁ ଲାଗିଛି ଶକ୍ତ ଝଟକା । ହଠାତ୍ କାହିଁକି ପଦ୍ମ ପୋଖରିରୁ ବାହାରି ଆସିଲେ ତାକୁ ନେଇ ବିଭିନ୍ନ ମହଲରେ ଚଲିଛି ଚର୍ଚ୍ଚା ।
ଗୌତମ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଟ୍ୱିଟ୍ କରି ଲେଖିଛନ୍ତି ମୋତେ ରାଜନୈତିକ ଦାୟିତ୍ୱରୁ ମୁକ୍ତ କରାଯାଉ ଯାହାଫଳରେ ମୁଁ କ୍ରିକେଟ ଉପରେ ଅଧିକ ଧ୍ୟାନକେନ୍ଦ୍ରିତ କରିପାରିବି । ଲୋକଙ୍କ ସେବା କରିବାକୁ ସୁଯୋଗ ଦେଇଥିବାରୁ ପ୍ରଧାନମନ୍ତ୍ରୀ ମୋଦୀ ଓ ଅମିତ ଶାହାଙ୍କୁ ମୁଁ ହୃଦୟରୁ ଧନ୍ୟବାଦ ଜଣାଉଛି ବୋଲି ଗମ୍ଭୀର ତାଙ୍କ ଟ୍ୱିଟରେ ଲେଖିଛନ୍ତି । ତାବା ବି ପୁଣି ନିର୍ବାଚନର ଏତେ ନିକଟବର୍ତ୍ତି ସମୟରେ ଏହାକୁ ସହଜରେ ଗ୍ରହଣ କରିପାରୁ ନାହାଁନ୍ତି ବୁଦ୍ଧିଜୀବି । ଯାହାକୁ ନେଇ ବର୍ତ୍ତମାନ ଦେଖା ଦେଇଛି
ଖବର ଅନୁଯାୟୀ, ଗମ୍ଭୀର ୨୦୧୯ ମସିହା ମାର୍ଚ୍ଚ ମାସରେ ବିଜେପିରେ ଯୋଗ ଦେଇଥିଲେ। ସେବେଠାରୁ ଆଜି ପର୍ଯ୍ୟନ୍ତ ସେ ଦିଲ୍ଲୀରେ ଦଳର ପ୍ରମୁଖ ଚେହେରା ହୋଇପାରିଛନ୍ତି । ଗୌତମ ୨୦୧୯ ଲୋକସଭା ନିର୍ବାଚନରେ ୬,୯୫,୧୦୯ ଭୋଟ ବ୍ୟବଧାନରେ ପୂର୍ବ ଦିଲ୍ଲୀ ଆସନରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ ଏବଂ ଜିତିଥିଲେ। କିନ୍ତୁ ସେ ରାଜନୈତିକ ଦାୟିତ୍ୱରୁ ଏହିପରି ଭାବେ ହଠାତ୍ ସନ୍ୟାସ ନେବା ଆଗାମୀ ନିର୍ବାଚନରେ ଦଳ ପାଇଁ ଏକ ଚ୍ୟାଲେଞ୍ଜ ସୃଷ୍ଟି କରିପାରେ ବୋଲି ଚର୍ଚ୍ଚା ହେଉଛି ।
I have requested Hon’ble Party President @JPNadda ji to relieve me of my political duties so that I can focus on my upcoming cricket commitments. I sincerely thank Hon’ble PM @narendramodi ji and Hon’ble HM @AmitShah ji for giving me the opportunity to serve the people. Jai Hind!
— Gautam Gambhir (@GautamGambhir) March 2, 2024