SUNSTARTV
ଭୁବନେଶ୍ୱର: ଭେଟି ପରେ ଭେଟି ଦେଉଛନ୍ତି ରାଜ୍ୟସରକାର । କେତେବେଳେ ଛାତ୍ରଛାତ୍ରୀମାନଙ୍କୁ ଛାତ୍ରବୃତ୍ତି ଦେଲେଣି ତ ଆଉ କେତେବେଳେ ଅଙ୍ଗନୱାଡୀ କର୍ମୀ ଏବଂ ଗଣ ଶିକ୍ଷକଙ୍କ ଦରମା ବୃଦ୍ଧି କଲେଣି । ପୁଣି କେତେବେଳେ ବଢାଇଲେଣି ବର୍ଦ୍ଧକ୍ୟ ଭତ୍ତା । ଏହି ପରି ଭାବରେ ରାଜ୍ୟବାସୀଙ୍କୁ ଗୋଟିଏ ପରେ ଗୋଟିଏ ଭେଟି ଦେଉଛନ୍ତି ମାନ୍ୟବର ମୁଖ୍ୟମନ୍ତ୍ରୀ । ଏହାରି ଭିତରେ ପୁଣି ଏକ ବଡ ଘୋଷଣା କରିଛନ୍ତି ରାଜ୍ୟସରକାର । ଯାହାଫଳରେ ଅଧ୍ୟାପକ ମହଲରେ ଖୁସିର ଲହରି ଖେଳିଯାଇଛି।
ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ୧୧୫୨ ଜଣ ଅଧ୍ୟାପକ, ଅଫିସର ଓ କର୍ମଚାରୀଙ୍କୁ ନିଯୁକ୍ତିପତ୍ର ପ୍ରଦାନ କରିଛନ୍ତି । ଯେଉଁଥିରେ ୯୭୭ ଅଧ୍ୟାପକ, ୮୭ ଗ୍ରାମ ପଞ୍ଚାୟତ ଉନ୍ନୟନ ଅଫିସର, ୫୭ ସମବାୟ ସମିତି ନିରୀକ୍ଷକ ଏବଂ ୩୧ ଜଣ ସୂଚନା ଓ ଲୋକ ସମ୍ପର୍କ କର୍ମଚାରୀ ଭାବରେ ନିଯୁକ୍ତି ମିଳିଛି । ତେବେ ଏହି ଅବସରରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନିଜ ନିଜ ଚାକିରୀ କ୍ଷେତ୍ରରେ ୫ ଟି ଉପକର୍ମରେ ଲୋକଙ୍କ ସେବା କରିବାକୁ ଆହ୍ୱାନ ଦେଇଛନ୍ତି । ଏହା ସହିତ ନିଜର ପ୍ରତିଭା, ପ୍ରତିଶ୍ରୁତି ଓକଠିନ ପରିଶ୍ରମ ଦ୍ୱା ଚାକିରି କ୍ଷେତ୍ରରେ ଅଧିକ ଫଲବତୀ ହୋଇପାଇବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।
ତେବେ ୫ ଟି ଉପକ୍ରମ ମାଧ୍ୟମରେ ସରକାର ସବୁ କ୍ଷେତ୍ରରେ ବିକାଶକୁ ଆଗେଇ ନେଉଛନ୍ତି । ଫଳରେ ଅନେକ ଉନ୍ନତିମୂଳକ ପ୍ରକଳ୍ପ ସ୍ୱଚ୍ଛତାର ସହ ହୋଇପାରୁଛି । ତେଣୁ ନିଷ୍ଠାର ସହ କାମ କରି ରାଜ୍ୟର ଉନ୍ନତିରେ ଭାଗୀଦାର ହେବା ଏବଂ ବିକାଶର ଆଉ ଏକ ପାଦ ଆଗକୁ ଯବା ପାଇଁ ମୁଖ୍ୟମନ୍ତ୍ରୀ ନବ ନିଯୁକ୍ତଙ୍କୁ ପରାମର୍ଶ ଦେଇଛନ୍ତି ।