SUNSTARTV
Chandra Grahan 2024:ହିନ୍ଦୁ ଧର୍ମରେ ବାସ୍ତୁ ଶାସ୍ତ୍ର, ସ୍ୱପ୍ନ ଶାସ୍ତ୍ର ଗରୁଡ ପୁରାଣ ପରି ଅନେକ ଶାସ୍ତ୍ର ପୁରଣ ରହିଛି । କିନ୍ତୁ ଏହି ସବୁ ଶାସ୍ତ୍ର ଠାରୁ ଭିନ୍ନ ହେଉଛି ଜ୍ୟୋତିଷ ଶାସ୍ତ୍ର । ଏହି ଶାସ୍ତ୍ର ଅନୁସାରେ ଜ୍ୟୋତିଷ ବିଶାରଦମାନେ ଗ୍ରହ ନକ୍ଷତ୍ରଙ୍କ ଗଣନା ଠାରୁ ଆରମ୍ଭ କରି ଜଣେ ବ୍ୟକ୍ତିର ଭାଗ୍ୟ ଭବିଷ୍ୟ ବିଷୟରେ ମଧ୍ୟ ଅନେକ କିଛି କଥା ଜାଣି ପାରନ୍ତି । ତେବେ ଜ୍ୟୋତିଷ ଶାସ୍ତ୍ର ମତରେ ପ୍ରତ୍ୟେକ ଗ୍ରହ ନକ୍ଷତ୍ର ଏକ ନିର୍ଦ୍ଧିଷ୍ଟ ସମୟରେ ସେମାନଙ୍କ ରାଶି ଓ ଗତି ବଦଳାଇଥାନ୍ତି । ଫଳରେ ଏହା ପ୍ରତ୍ୟେକ ବ୍ୟକ୍ତିର ଜୀବନରେ କିଛି ନା କିଛି ପ୍ରଭାବ ପକାଇଥାଏ ।
ଏହା ବ୍ୟତୀତ ଗ୍ରହ ନକ୍ଷତ୍ରଙ୍କ ପରିବର୍ତ୍ତନ ଦ୍ୱାରା ପୂର୍ଣ୍ଣିମା ଅମାବାସ୍ୟା ସୂର୍ଯ୍ୟ ପରାଗ ଚନ୍ଦ୍ରଗ୍ରହଣ ଆଦି ମଧ୍ୟ ହୋଇଥାଏ । ତେବେ ଶାସ୍ତ୍ର ଅନୁସାରେ ଚଳିତ ବର୍ଷ ପ୍ରଥମ ଚନ୍ଦ୍ର ଗ୍ରହଣ ରଙ୍ଗର ପର୍ବ ହୋଲିରେ ହିଁ ପଡୁଛି । ଯାହାକି ସମସ୍ତ ୧୨ ରାଶି ଉପରେ କିଛି ନା କିଛି ପ୍ରଭାବ ପକାଇବ । ଫଳରେ କିଛି ରାଶିର ବ୍ୟକ୍ତି ଜୀବନରେ ଉନ୍ନତି କରିବା ସହ କିଛି ରାଶିର ବ୍ୟକ୍ତିମାନଙ୍କ ପାଇଁ ଏକ ଅନେକ ସମସ୍ୟା ସୃଷ୍ଟି କରିବ । ତେବେ ଏହି ୧୨ ରାଶି ମଧ୍ୟରୁ ୩ ରାଶିର ବ୍ୟକ୍ତିଙ୍କ ଉପରେ ଏହି ଚନ୍ଦ୍ର ଗ୍ରହଣ ଅଧିକ ପ୍ରଭାବ ପକାଇବ । ଯାହା ଫଳରେ ଏହି ୩ ରାଶିର ବ୍ୟକ୍ତିମାନେ ବ୍ୟକ୍ତିମାନେ ଅନେକ ସମସ୍ୟାର ସମ୍ମୁଖୀନ ହେବା ସହ ବିଭିନ୍ନ ପ୍ରକାର ଅସୁବିଧା ଭୋଗ କରିବେ । ବର୍ତ୍ତମାନ ଆସନ୍ତୁ ଜାଣିବା ସେହି ୩ ରାଶି ରାଶି ବିଷୟରେ ।
ମିଥୁନ: ଜ୍ୟୋତିଷ ଶାସ୍ତ୍ର ମତରେ ଚଳିତ ବର୍ଷ ହୋଲିରେ ମିଥୁନ ରାଶିର ବ୍ୟକ୍ତିମାନେ ଟିକେ ସତର୍କତାର ସହ ରହିବେ । ନଚେତ୍ ସ୍ୱାସ୍ଥ୍ୟଗତ ସମସ୍ୟା ସୃଷ୍ଟି ହେବା ସହ ମାନସିକ ଅଶାନ୍ତି ଦେଖା ଦେଇପାରେ । ଏହା ବ୍ୟତୀତ ମନ ଅସ୍ଥିର ରହିବାର ସମ୍ଭାବନା ଅଛି । ତେଣୁ କୌଣସି ନିଷ୍ପତ୍ତି ନେବା ସମୟରେ ଭାବି ଚିନ୍ତି ନିଷ୍ପତ୍ତି ନିଅନ୍ତୁ ।
ସିଂହ: ଶାସ୍ତ୍ର ଅନୁସାରେ ଚନ୍ଦ୍ରଗ୍ରହଣର ପ୍ରଭାବ ସିଂହ ରାଶିର ବ୍ୟକ୍ତିମାନଙ୍କ ବ୍ୟାରିୟରରେ ପଡିପାରେ । ଫଳରେ ମାନସିକ ଅଶାନ୍ତି ସହ ଚିନ୍ତାଗ୍ରସ୍ତ ହୋଇ ପାରନ୍ତି । ଏହା ବ୍ୟତୀତ ଏହି ରାଶିର ବ୍ୟକ୍ତିମାନଙ୍କ ଦାମ୍ପତ୍ୟ ଜୀବନରେ ମଧ୍ୟ ସମସ୍ୟା ସୃଷ୍ଟି ହୋଇପାରେ । ତେଣୁ ଏହି ସମୟରେ ଟିକେ ସତର୍କତା ସହ ରୁହନ୍ତୁ ।
ବିଚ୍ଛା: ଜ୍ୟୋତିଷ ଶାସ୍ତ୍ର ମତରେ ଚଳିତ ବର୍ଷ ହୋଲି ବିଚ୍ଛା ରାଶିର ବ୍ୟକ୍ତିମାନଙ୍କ ପାଇଁ ଅନେକ ସମସ୍ୟା ସୃଷ୍ଟି କରିବ । ଏହି ସମୟରେ ଶାରୀରିକ ଅସୁସ୍ଥତା ଦେବା ସହ କ୍ୟାରିୟରେ ମଧ୍ୟ କିଛି ସମସ୍ୟା ଦେଖା ଦେଇପାରେ । ଏହା ବ୍ୟତୀତ ନକରାତ୍ମକ ଶକ୍ତିର ପ୍ରଭାବ ଆପଣଙ୍କୁ ବିଚଳିତ କରିବାର ସମ୍ଭାବନା ରହିଛି । ତେଣୁ ଏହି ସମୟରେ କୌଣସି ବଡ ଧରଣର ନିଷ୍ପତ୍ତି ନିଅନ୍ତୁ ନାହିଁ ।