ଭୁବନେଶ୍ୱର(SUNSTARTV):ଆଗକୁ ସାଧାରଣ ନିର୍ବାଚନ ଥିବା ବେଳେ ରାଜ୍ୟ ସରକାର ଓଏଏସ ସ୍ତରରେ ଏକ ବଡ ଧରଣର ଅଦଳବଦଳ କରିଛନ୍ତି । ଫଳରେ ୭ ଜିଲ୍ଲାର ଅତିରିକ୍ତ ଜିଲ୍ଲାଙ୍କ ବଦଳି ହେବା ସହ ସେମାନଙ୍କୁ ନୂଆ ଦାୟିତ୍ୱ ମିଳିଛି । ତେବେ ଭଦ୍ରକର ଅତିରିକ୍ତ ଜିଲ୍ଲାପାଳ ସୁଚାରୁ କୁମାର ବଳଙ୍କୁ ସମ୍ବଲପୁର ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳର ଦାୟିତ୍ୱ ମିଳିଥିବା ବେଳେ, ଝାରସୁଗୁଡା ପିଡି ଆଲମନି ସେଠୀଙ୍କୁ କୋରାପୁଟ ଅତିରିକ୍ତ ଜିଲ୍ଲାପାଳ ଭାବରେ ଅବସ୍ଥାପିତ କରାଯାଇଛି । ସେହିପରି ବାଲେଶ୍ୱର ଅତିରିକ୍ତ ଜିଲ୍ଲାପାଳ ପ୍ରିୟଦର୍ଶନୀ ମଲ୍ଲିକଙ୍କୁ ରାଜ୍ୟ ମତ୍ସ୍ୟ ଓ ପଶୁ ସମ୍ପଦ ବିଭାଗକୁ ଯୁଗ୍ମ ସଚିବ ଭାବେ ନୂଆ ଦାୟିତ୍ୱ ଦେଇଛନ୍ତି ରାଜ୍ୟ ସରକାର ।
ଏହା ବ୍ୟତୀତ ସମ୍ବଲପୁର ଅତିରିକ୍ତ ଜିଲ୍ଲାପାଳ ଓଏଏସ୍ ସମ୍ୱିତ କୁମାର ଗଡ଼ନାୟକଙ୍କୁ ଭଦ୍ରକ ଅତିରିକ୍ତ ଜିଲ୍ଲାପାଳ, ପାରଳାଖେମୁଣ୍ଡି ଆଇଟିଡିଏ ପିଡ଼ି ଫାଲଗୁନି ମାଝୀଙ୍କୁ ଆନନ୍ଦପୁର ଉପଜିଲ୍ଲାପାଳ ଭାବେ ବଦଳି କରାଯାଇଛି। ଅନ୍ୟପକ୍ଷରେ ଉପଜିଲ୍ଲାପାଳ ଚିତ୍ତରଞ୍ଜନ ମହାନ୍ତଙ୍କୁ କନ୍ଧମାଳ ଉପଜିଲ୍ଲାପାଳ ଭାବରେ ଅବସ୍ଥାପିତ କରାଯାଇଥିବା ବେଳେ ଗଞ୍ଜାମ ଆରଆଇସି ଜେନେରାଲ ମ୍ୟାନେଜର ପ୍ରସନ୍ନ କୁମାର ପାତ୍ର, ଆସିକା ସମବାୟ ଚିନି କଳର ପରିଚାଳନା ନିର୍ଦ୍ଦେଶିକା ଗାୟତ୍ରୀ ଦତ୍ତ ନାୟକ ଓ ବ୍ରହ୍ମପୁର ସିଡିଏମଓ ଅଫିସରେ ପ୍ରଶାସନିକ ଅଫିସର ଥିବା ସୁବ୍ରତ କୁମାର ଜେନାଙ୍କ ପୂର୍ବ ବଦଳି ନିର୍ଦ୍ଦେଶନାମାକୁ ବାତିଲ କରାଯାଇ ପୂର୍ବ ସ୍ଥାନରେ କାର୍ଯ୍ୟ ଜାରି ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି।