Sunstar Tv
Heat Wave: ରାଜ୍ୟରେ ପୁଣି ପାରଦ ଉପର ମୁହାଁ ହେବ। ପ୍ରଥମେ ଉପକୂଳ ଓଡ଼ିଶା, ପରେ ଅନ୍ୟ ସ୍ଥାନମାନଙ୍କର ତାପମାତ୍ରା ବଢ଼ିବ। ଅନ୍ୟପଟେ ମଝିରେ ଅର୍ଥାତ ମାର୍ଚ୍ଚ ୪ ଓ ୫ ରେ କିଛି ସ୍ଥାନରେ ବର୍ଷା ଓ ମେଘୁଆ ପାଗ ଯୋଗୁଁ ତାପମାତ୍ରା ସାମାନ୍ୟ ହ୍ରାସ ପାଇପାରେ ବୋଲି ପାଣିପାଗ ବିଜ୍ଞାନୀମାନେ ଆକଳନ କରିଛନ୍ତି।
ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି ଯେ ଉପକୂଳ ଓଡ଼ିଶାରେ ଗୁରୁବାରଠାରୁ ତାପମାତ୍ରା ବଢ଼ିବ। ଏପରିକି ମାର୍ଚ୍ଚ ୩ ତାରିଖରେ ସର୍ବାଧିକ ତାପମାତ୍ରା ୩୮ ଡିଗ୍ରୀ ଅତିକ୍ରମ କରିପାରେ।
ଆଜିଠାରୁ ଉପକୂଳରେ ଦିନର ତାପମାତ୍ରା ବଢ଼ିବା ସହ ଭୁବନେଶ୍ୱରରେ ମାର୍ଚ୍ଚ ୩ରେ ତାପମାତ୍ରା ୩୮ ଡିଗ୍ରୀ ଛୁଇଁପାରେ ବୋଲି ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ର ନାଥପଶୁପାଳକ କହିଛନ୍ତି ।
ସେହିପରି ମାର୍ଚ୍ଚ ୧ ଓ ୨ ତାରିଖରେ ଦିଲ୍ଲୀର ଅନେକ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି । ଏଥିପାଇଁ IMD ପକ୍ଷରୁ ୨ ଦିନ ପାଇଁ ଦିଲ୍ଲୀରେ ୟେଲୋ ଆଲର୍ଟ ଜାରି କରାଯାଇଛି ।
ମାତ୍ର ୪ ଓ ୫ରେ ପାଗ ଆଂଶିକ ମେଘୁଆ ହେତୁ ତାପମାତ୍ରା କମିବ। ଅନ୍ୟପଟେ ରାତିର ତାପମାତ୍ରା କ୍ରମଶଃ ବଢ଼ି ୫ ତାରିଖ ସୁଦ୍ଧା ପ୍ରାୟ ୩ ଡିଗ୍ରୀ ବଢ଼ିବ। ସେହିପରି ଦକ୍ଷିଣ ଆଭ୍ୟନ୍ତରଣରେ ତାପମାତ୍ରା କ୍ରମଶଃ ବଢ଼ିବ।
ଉତ୍ତର ଆଭ୍ୟନ୍ତରୀଣରେ ୩ ତାରିଖ ସୁଦ୍ଧା ଦିନର ତାପମାତ୍ରା ପ୍ରାୟ ୩ ଡିଗ୍ରୀ ବଢ଼ିପାରେ ଓ ଆସନ୍ତା ୩ ଦିନ ପର୍ଯ୍ୟନ୍ତ ସାମାନ୍ୟ କୁହୁଡ଼ି ଦେଖାଦେଇ ପାରେ ବୋଲି ପ୍ରଫେସର ପଶୁପାଳକ ପୂର୍ବାନୁମାନ କରିଛନ୍ତି। ଗତ ୩୬ ଘଣ୍ଟାରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହୋଇଛି।
ବରଗଡ଼ରେ ସର୍ବାଧିକ ୩୯ ମିମି ବର୍ଷା ହୋଇଥିବା ବେଳେ ସମ୍ବଲପୁର, ହୀରାକୁଦ, ଅନଗୁଳ ଓ ବାରିପଦାରେ ଯଥାକ୍ରମେ ୧୮-୧୬ ମିମି ଲେଖାଏଁ ବର୍ଷା ରେକର୍ଡ କରାଯାଇଛି।