Sunstar Tv
ସମାଜବାଦୀ ପାର୍ଟି ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବଙ୍କୁ ନୋଟିସ୍ ଜାରି କରିଛି ସିବିଆଇ। ବେଆଇନ ଖନନ ମାମଲାରେ ଫେବ୍ରୁଆରୀ ୨୯ରେ ତାଙ୍କୁ ଦିଲ୍ଲୀସ୍ଥିତ ସିିବିଆଇ କାର୍ଯ୍ୟାଳୟରେ ହାଜର ହେବାକୁ ଡକାଯାଇଛି।
ଅଖିଳେଶ ଯାଦବଙ୍କୁ ସାକ୍ଷୀ ଭାବରେ ହାଜର ହେବାକୁ କୁହାଯାଇଛି। ଏନେଇ ସେ ନିଜେ ରାଜଧାନୀରେ ଏକ ନ୍ୟୁଜ୍ ଚ୍ୟାନେଲର କାର୍ଯ୍ୟକ୍ରମରେ ସୂଚନା ଦେଇଛନ୍ତି।
ଅଖିଳେଶ କହିଛନ୍ତି ଯେ, ଗତ ନିର୍ବାଚନ ପୂର୍ବରୁ ମଧ୍ୟ ଏକ ନୋଟିସ୍ ଆସିଥିଲା ଏବଂ ଏହି ନିର୍ବାଚନ ସମୟରେ ମଧ୍ୟ ଏକ ନୋଟିସ୍ ଆସିଛି। ସିବିଆଇର ଏହି ନୋଟିସ୍କୁ ଲୋକସଭା ନିର୍ବାଚନ ସହିତ ମଧ୍ୟ ଯୋଡ଼ାଯାଉଛି।
୨୦୧୨-୨୦୧୬ ମଧ୍ୟରେ ହମିରପୁରରେ ବେଆଇନ ଖଣି ଖନନ ସମ୍ପର୍କିତ ଜାନୁଆରୀ ୨୦୧୯ ରେ ଦାଖଲ ହୋଇଥିବା ସିବିଆଇ ଏଫଆଇଆର ସଂପର୍କରେ ସମାଜବାଦୀ ପାର୍ଟି ମୁଖ୍ୟଙ୍କୁ ଡକାଯାଇଛି।
ଜାନୁଆରୀ ୨୦୧୯ ରେ ତତ୍କାଳୀନ ଜିଲ୍ଲା ମାଜିଷ୍ଟ୍ରେଟ୍ ଏବଂ ଅନ୍ୟମାନଙ୍କ ସମେତ ଅନେକ ଅଧିକାରୀଙ୍କ ବିରୋଧରେ ଏକ ଏଫ୍ଆଇଆର୍ ପଞ୍ଜିକୃତ ହୋଇଥିଲା।
ଏଫଆଇଆରରେ ଅଭିଯୋଗ ହୋଇଛି ଯେ ସରକାରୀ କର୍ମଚାରୀମାନେ ହମିରପୁରରେ ଖଣିଜ ପଦାର୍ଥର ବେଆଇନ ଖଣି ଖନନ କରିବାକୁ ଅନୁମତି ଦେଇଛନ୍ତି।