Sunstar Tv
RBI Scheme: ଦେଶର ଚାଷ ଉତ୍ପାଦିତ ଖାଦ୍ୟ ଦ୍ରବ୍ୟ ଦେଶ ତଥା ଦେଶ ବାହାରେ ମଧ୍ୟ ନିଜର ପରିଚୟ ସୃଷ୍ଟି କରି ପାରିଛି l ବେଳେବେଳେ ଆର୍ଥିକ ଅଭାବରେ ଚାଷ କରିବା ଏକ ପ୍ରକାର ଅସମ୍ଭବ ହୋଇପଡେ l ତେଣୁ ଦେଶରେ ଅନେକ ପ୍ରକାର ଋଣ ବ୍ୟବସ୍ଥା କରାଯାଇଛି l ଯାହା ମହିଳା ଏବଂ ପୁରୁଷ ଚାଷୀ ନିଜ ଚାଷ କାର୍ଯ୍ୟ ବ୍ୟବହାର କରିପାରୁଛନ୍ତି l
ବିଭିନ୍ନ ସମୟରେ ବେସରକାରୀ ଅନୁଷ୍ଠାନରୁ ଚାଷୀ ଋଣ ନେଇ ଅନେକ ସମସ୍ୟାରେ ପଡ଼େ l କିନ୍ତୁ ଏ ସମସ୍ତ ଅସୁବିଧା ଆଗାମୀ ଭବିଷ୍ୟତରେ ଦୂର ହେବାକୁ ଯାଉଛି l ଋଣ ପାଇଁ କୃଷକ ଏବଂ କ୍ଷୁଦ୍ର ବ୍ୟବସାୟୀମାନେ ଭୋଗୁଥିବା ସମସ୍ୟା ଦୂର ହେବାକୁ ଯାଉଛି । କାରଣ , ରିଜର୍ଭ ବ୍ୟାଙ୍କ ଏଥିପାଇଁ ଆଣିବାକୁ ଯାଉଛି ଏକ ନୂଆ ଯୋଜନା। କୃଷକ ଏବଂ ଏମଏସଏମଇ ( MSME) କୁ ଋଣ ପାଇଁ ୟୁପିଆଇ ପରି ପ୍ଲାଟଫର୍ମ ଆଣିବାକୁ ଆରବିଆଇ ଏବେ ଚିନ୍ତା କରୁଛି ।
ଏହି ନିଷ୍ପତ୍ତି ଅନୁଯାୟୀ ପ୍ରସ୍ତାବିତ କ୍ରେଡିଟ୍ ବିତରଣ ପ୍ଲାଟଫର୍ମ ୟୁପିଆଇ ଡିଜିଟାଲ୍ ପେମେଣ୍ଟ ପାଇଁ କାର୍ଯ୍ୟ କରୁଥିବା ପରି ସମାନ କାର୍ଯ୍ୟ କରିବ । ଏହା କୃଷକ ଏବଂ ଏମଏସଏମଇଙ୍କ ପାଇଁ ଋଣ ପ୍ରକ୍ରିୟାକୁ ଅଧିକ ରୁ ଅଧିକ ସରଳ କରିବ ବୋଲି କୁହାଯାଉଛି । ଆରବିଆଇ କହିବା ଅନୁସାରେ ଡିଜିଟାଲ୍ ଇଣ୍ଟରଫେସ୍ ମାଧ୍ୟମରେ ଜଣେ ଗ୍ରାହକଙ୍କ ପାଇଁ ଋଣ ବର୍ତ୍ତମାନ ଏକ ସାଧାରଣ କାର୍ଯ୍ୟ ପାଲଟିଛି । କିନ୍ତୁ କୃଷକ ଏବଂ କ୍ଷୁଦ୍ର ବ୍ୟବସାୟୀଙ୍କୁ ଋଣ ପାଇବା ପାଇଁ ଅନେକ ବ୍ୟାଙ୍କଗୁଡିକ ବୁଲିବାକୁ ପଡ଼େ l ପରେ ହଇରାଣ ହେବା ସହିତ ହତାଶ ହେବାକୁ ପଡ଼ିଥାଏ ।
ତେବେ ପ୍ରଧାନମନ୍ତ୍ରୀ କିସାନ ସମ୍ମାନ ନିଧି ଯୋଜନା ହିତାଧିକାରୀ ଚାଷୀଙ୍କ ପାଇଁ ଏକ ଖୁସି ଖବର ଅଛି । ଆଉ କିଛି ସମୟ ପରେ ଆସିବାକୁ ଯାଉଛି ଟଙ୍କା । କେନ୍ଦ୍ର ସରକାରଙ୍କ ପକ୍ଷରୁ ଚାଷୀଙ୍କ ଆକାଉଣ୍ଟକୁ ଯିବ ସହାୟତା ରାଶି ।
ଚାଷୀଙ୍କ ଆକାଉଣ୍ଟକୁ ପୂର୍ବରୁ ପିଏମ୍ କିସାନ ସମ୍ମାନ ନିଧି ଯୋଜନାର ୧୫ଟି କିସ୍ତି ଟଙ୍କା ଆସିସାରିଛି । ତେବେ ୧୬ତମ କିସ୍ତିକୁ ନେଇ ବଡ ଖବର ସାମ୍ନାକୁ ଆସିଛି ।
ରିପୋର୍ଟ ଅନୁଯାୟୀ, ୧୬ ତମ କିସ୍ତି ଟଙ୍କା ଆଜି ଚାଷୀଙ୍କ ଆକାଉଣ୍ଟକୁ ଯିବ । ସରକାର ଆନୁଷ୍ଠାନିକ ଭାବେ ଏହାର ତାରିଖ ଘୋଷଣା କରିଛନ୍ତି। ପ୍ରତ୍ୟେକ ଥର ପରି ପିଏମ ମୋଦି ମଧ୍ୟ ଏଥର କୃଷକଙ୍କ ଆକାଉଣ୍ଟକୁ ଟଙ୍କା ଟ୍ରାନ୍ସଫର କରିବେ।