ଭୁବନେଶ୍ୱର(SUNSTRATV): ବହୁ ପ୍ରତିକ୍ଷିତ ଓଡ଼ିଆ ଚଳଚ୍ଚିତ୍ର ତ୍ରିକନ୍ୟା ର ଟ୍ରେଲର ରିଲିଜ ହୋଇଛି lଯାହାକୁ ନେଇ ଦର୍ଶକଙ୍କ ମଧ୍ୟରେ ଦେଖିବାକୁ ଉତ୍ସାହ ଦେଖିବାକୁ ମିଳିଛି l ଗ୍ୟାଙ୍ଗସ ଅଫ ପୁରୀ ଏବଂ ବାସ୍ତବଧର୍ମୀ ଚଳଚ୍ଚିତ୍ର ପ୍ରତୀକ୍ଷା ବେଶ ଦର୍ଶକୀୟ ଆଦୃତି ସାଉଁଟିବା ପରେ ଅମୀୟ ପଟ୍ଟନାୟକ ପ୍ରଡକସନ୍ସ ଓ ଟେକ୍ନୋ ଆର୍ଟ୍ସ ବ୍ୟାନର ରେ ନିର୍ଦ୍ଦେଶକ ଅନୁପମ ପଟ୍ଟନାୟକ ନିର୍ମାଣ କରିଛନ୍ତି ଆଉ ଏକ ନୂଆ ଭିନ୍ନ ଧରଣର ଓଡ଼ିଆ ଚଳଚ୍ଚିତ୍ର “ତ୍ରିକନ୍ୟା” l ଏହା ତିନିଜଣ ମହିଳାଙ୍କ ତନିଟି କହାଣୀ କୁ ନେଇ ଚଳଚ୍ଚିତ୍ରଟି ନିର୍ମିତ ହୋଇଛି । ବିଶ୍ୱ ମହିଳା ଦିବସ ଉପଲକ୍ଷେ ଅର୍ଥାତ ମାର୍ଚ୍ଚ୮ ରେ ତ୍ରିକନ୍ୟା ମୁକ୍ତିଲାଭ କରିବ। ତ୍ରିକନ୍ୟା ର ଟ୍ରେଲର ରିଲିଜ୍ ହୋଇ ବେଶ୍ ଲୋକାଦୃତ ହୋଇସାରିଛି।
ନିର୍ଦ୍ଦେଶକ ଅନୁପମ ପଟ୍ଟନାୟକ ଗୋଟିଏ ପରେ ଗୋଟିଏ ଭିନ୍ନ ଭିନ୍ନ କାହାଣୀ କୁ ନେଇ ଓଡ଼ିଆ ଦର୍ଶକଙ୍କ ରୁଚିକୁ ଆଖିରେ ରଖି ସିନେମା ନିର୍ମାଣ କରିଚାଲିଛନ୍ତି l ତ୍ରିକନ୍ୟାର କାହାଣୀ କିନ୍ତୁ ସମ୍ପୂର୍ଣ୍ଣ ନିଆରା l ଭିନ୍ନ ଭିନ୍ନ ପରିସ୍ଥିତି ଆଉ ପରିବେଶରୁ ଆସିଥିବା ତିନି ଜଣ ମହିଳା କିପରି ବିଭିନ୍ନ ପ୍ରକାରର କଠିନ ସମସ୍ୟାର ସମାଧାନ କରୁଛନ୍ତି ତାହାକୁ ନେଇ ତ୍ରିକନ୍ୟା ଚଳଚ୍ଚିତ୍ର ର କାହାଣୀ ଗତିଶୀଳ l ଅଭିନୟ ରେ ବର୍ଷା ପଟ୍ଟନାୟକ, ମନୋଜ ମିଶ୍ର, ସୁକାନ୍ତ ରଥ, ପାର୍ଥ ସାରଥୀ, ଅମନ, ଶ୍ରଦ୍ଧା ପାଣିଗ୍ରାହୀ, ନିଶାନ୍ତ ମାଜିଥିଆ, ନିଭି ସିଜନ ମହାପାତ୍ର, ଶକ୍ତି ବରାଳ ଓ ତୃପ୍ତି ସିହ୍ନା ପ୍ରମୁଖ ଅଛନ୍ତି l
ଶ୍ରେଷ୍ଠ ଚଳଚ୍ଚିତ୍ର ପାଇଁ ଜାତୀୟ ପୁରସ୍କାର ପାଇଥିବା ଅନୁପମ ପଟ୍ଟନାୟକଙ୍କର ପୂର୍ବ ଚଳଚ୍ଚିତ୍ର ପ୍ରତୀକ୍ଷା ଜରିଆରେ ସାମାଜିକ ପ୍ରସଙ୍ଗ ସମ୍ବନ୍ଧୀୟ ସିନେମା ପ୍ରତି ସେ ନିଜର ପ୍ରତିବଦ୍ଧତା କୁ ପ୍ରମାଣିତ କରିଛନ୍ତି l ବିଷୟବସ୍ତୁ ଗୁଣବତ୍ତା ଓ ଅନ୍ତର୍ଭୁକ୍ତି କୁ ଗୁରୁତ୍ୱ ଦେଇ ଅନୁପମ ଥିଏଟର ପ୍ରତି ଦର୍ଶକ ଙ୍କ ଆଗ୍ରହ ବଢେଇବା ପାଇଁ ସବୁବେଳେ ଚେଷ୍ଟା କରିଥାନ୍ତି l ତେବେ ଆସନ୍ତା ବିଶ୍ୱ ମହିଳା ଦିବସ ମାର୍ଚ୍ଚ ୮ ତାରିଖରେ ମୁକ୍ତିଲାଭ କରିବାକୁ ଯାଉଥିବା ତ୍ରିକନ୍ୟା ନିଶ୍ଚିତ ଭାବେ ଦର୍ଶାକାଦୃତ ହେବ ଏଥିରେ ସନ୍ଦେହ ନାହିଁ ବୋଲି ପ୍ରଚାର ଓ ପ୍ରସାର ଦାୟିତ୍ୱରେ ଥିବା ମିଡ଼ିଆ ପ୍ଲାନର କ୍ରି୍ଏଟିଭ ହେଡ଼ ପ୍ରଣୟ ଜେଠୀ ମତ ପ୍ରକାଶ କରିଛନ୍ତି l