ଭୁବନେଶ୍ୱର(SUNSTAR): ଆଗକୁ ନିର୍ବାଚନ ଥିବା ବେଳେ ବର୍ତ୍ତମାନ ଓଏଏସ ବା ଓଡିଆ ପ୍ରଶାସନିକ ସେବା ଅଧିକାରୀ ସ୍ତରରେ ଏକ ବଡ ଧରଣର ପରିବର୍ତ୍ତନ ହୋଇଛି । ଫଳରେ କିଛି ଅଧିକାରୀଙ୍କୁ ନୂତନ ସ୍ଥାନରେ ନିଯୁକ୍ତି ମିଳିଥିବା ବେଳେ କିଛି ଅଧିକାରୀଙ୍କୁ ଅନ୍ୟ ସ୍ଥାନକୁ ବଦଳି କରାଯାଇଛି । ତେବେ ମିଳିଥିବା ସୂଚନା ଅନୁସାରେ ମୋଟ ୩୫ ଜଣ ବିଡିଓ ଏବଂ ଡେପୁଟି କଲେକ୍ଟରଙ୍କୁ ନୂଆ ସ୍ଥାନକୁ ଟ୍ରାନ୍ସଫର କରାଯାଇଛି । ତେବେ ସରକାରଙ୍କ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗପକ୍ଷରୁ ଏନେଇ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି ।
ଏହି ୩୫ ଜଣ ଅଧିକାରୀଙ୍କ ମଧ୍ୟରୁ ୩୧ ଜଣ ବିଡିଓ ହୋଇଥିବା ବେଳେ ୪ ଜଣ ଡେପୁଟି କଲେକ୍ଟର ରହିଛନ୍ତି । ତେବେ ସେମାନେ ତୁରନ୍ତ ତାଙ୍କ ନୂଆ ଚାକିରୀରେ ଯୋଗ ଦେବାକୁ କୁହାଯାଇଛି । ବଲାଙ୍ଗିର ସଦର ବିଡିଓ ଶରତ କୁମାର ଶେଠୀଙ୍କୁ ହରଭଙ୍ଗା ବିଡିଓ, ବାରଙ୍ଗ ବିଡିଓ ବିଶ୍ୱରଞ୍ଜନ ବିଶ୍ୱାସଙ୍କୁ ମାହାଙ୍ଗା ବିଡିଓ, ମାହାଙ୍ଗା ବିଡିଓ ଅମୀୟ କୁମାର ପଣ୍ଡାଙ୍କୁ କୃଷ୍ଣପ୍ରସାଦ ବିଡିଓ, ନିଆଳି ବିଡିଓ ଉଲ୍ଲାସ କୁମାର ଶେଠୀଙ୍କୁ କଟକ ଡେପୁଟି କଲେକ୍ଟର, ନିଶ୍ଚିନ୍ତକୋଇଲି ବିଡିଓ ଧର୍ମ ରଞ୍ଜନ ପଣ୍ଡାଙ୍କୁ ବାରଙ୍ଗ ବିଡିଓ ଭାବେ ବଦଳି କରାଯାଇଛି ।