SUNSTARTV
ଭୁବନେଶ୍ୱର(SUNSTARTV): CHSC ଯୁକ୍ତ ୨ ଭୌତିକ ବିଜ୍ଞାନ ପରୀକ୍ଷାରେ ହୋଇଥିଲା ତୃଟି । ଯାହାକୁ ଆଜି ସ୍ୱିକାର କରିଛନ୍ତି ବୋର୍ଡ କତ୍ତୃପକ୍ଷ । ଏନେଇ ପ୍ରେସମିଟ ମାଧ୍ୟମରେ ସୂଚନା ଦେଇଛନ୍ତି ପରୀକ୍ଷା ନିୟନ୍ତ୍ରକ ଅଶୋକ ନାୟକ । ଏଥିସହିତ ପିଲାଙ୍କୁ ଗ୍ରେସ ମାର୍କ ଦିଆଯିବ ବୋଲି ମଧ୍ୟ ସେ କହିଛନ୍ତି । କିନ୍ତୁ କେଉଁ ପିଲାଙ୍କୁ ଏହି ଗ୍ରେସ ମାର୍କ ମିଳିବ ଏବଂ କେଉଁ ଉପାୟରରେ ମିଳିବ ତାର ମଧ୍ୟ ସବିଶେଷ ତଥ୍ୟ ଦେଇଛନ୍ତି ପରୀକ୍ଷା ନୟନ୍ତ୍ରକ ଅଶୋକ ନାୟକ ।
ମିିଳିଥିବା ସୂଚନା ଅନୁଯାୟୀ, ଚଳିତ ବର୍ଷ ଫେବୃଆରୀ ୧୬ ତାରିଖରେ CHSC ବିଜ୍ଞାନ ଛାତ୍ରଛାତ୍ରୀଙ୍କ ପରିକ୍ଷା ଆରମ୍ଭ ହୋଇଛି । ଯାହାକି ମାର୍ଚ୍ଚ ମାସ ୨୦ ତାରିଖରେ ଶେଷ ହେବ । ଚଳିତ ବର୍ଷ ମୋଟ ୩ ଲକ୍ଷ ୮୪ ହଜାରରୁ ଅଧିକ ଛାତ୍ରଛାତ୍ରୀ ପରିକ୍ଷା ଦେଇଥିବା ବେଳେ ବିଜ୍ଞାନରେ ୯୧ ହଜାର ୩୮୯ ଜଣ ଛାତ୍ରଛାତ୍ରୀ ପରିକ୍ଷା ଦେଇଛନ୍ତି । ତେବେ ଫେବୃଆରୀ ୨୦ରେ ଭୌତିକ ବିଜ୍ଞାନର ପରୀକ୍ଷା ରହିଥିଲା । ଯାହାକୁ ନେଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଦେଖା ଦେଇଥିଲା ଅଶନ୍ତୋଷ । କାରଣ ଚଳିତ ବର୍ଷ ଫିଜିକ୍ସ ପରୀକ୍ଷାରେ ଆଉଟ୍ ଅଫ ସିଲାବସରୁ ପ୍ରଶ୍ନ ଆସିଥିବା ଛାଚ୍ରଛାତ୍ରୀ ଅଭିଯୋଗ କରିଥିଲେ । ଯାହାର ଆଜି ଉତ୍ତର ଦେଇଛନ୍ତି ପରୀକ୍ଷା ନିୟନ୍ତ୍ରକ ଅଶୋକ ନାୟକ । ସେ କହିଛନ୍ତି ଯେ,ଏହି ପ୍ରଶ୍ନ ଆଉଟ୍ ଅଫ୍ ସିଲାବସ୍ ନୁହେଁ, ଚଏସ୍ ଡେଫିସିଟ୍ ପଡ଼ିଛି । ରେଗୁଲାର ଏବଂ ଏକ୍ସ ରେଗୁଲାର ସିଲାବସକୁ ନେଇ ପ୍ରଶ୍ନ ପ୍ରସ୍ତୁତ କରାଯାଇଥିଲା । ତେବେ କେବଳ ରେଗୁଲାର ପିଲାମାନଙ୍କ ପ୍ରଶ୍ନରେ ହିଁ ଏଭଳି ଚଏସ ଡେଫିସିଟ୍ ରହିଛି ।
ସେ ଆହୁରି ମଧ୍ୟ କହିଛନ୍ତି ଏହି ଚଏସ ଡେଫିସିଟ ମୋଟ ୧୯ ନମ୍ବରର ରହିଥିଲା । ତେବେ ଏହି ପ୍ରଶ୍ନଗୁଡ଼ିକୁ ଆଟେମ୍ପଟ କରିଥିବା ପିଲାମାନଙ୍କୁ ଗ୍ରେସ ମାର୍କ ମିଳିବ ବୋଲି ସେ ସ୍ପଷ୍ଟ କରିଛନ୍ତି । କିନ୍ତୁ ଆଟେମ୍ପଟ କରି ନଥିଲେ କୌଣସି ପିଲାଙ୍କୁ ଗ୍ରେସ ମାର୍କ ମିଳିବ ନାହିଁ । ଯେତିକି ଚଏସ ଡେଫିସିଟ ପ୍ରଶ୍ନ ଆଟେମ୍ପଟ ନେଇଥିବେ ତାହାର ପୂରା ମାର୍କ ପିଲାମାନଙ୍କୁ ପ୍ରଦାନ କରାଯିବ । ତେଣୁ ସମସ୍ତ ପିଲାଙ୍କୁ ସମାନ ଗ୍ରେସ ମାର୍କ ଦିଆଯିବ ନାହିଁ ବୋଲି ଶ୍ରୀ ନାୟକ କହିଛନ୍ତି । ଏହାବ୍ୟତୀତ ଭୁଲ କେଉଁଠି ରହିଛି, ଏହାକୁ ଯାଞ୍ଚ କରିବା ପରେ ପଦକ୍ଷେପ ନିଆଯିବ ବୋଲି ସ୍ପଷ୍ଟ ସୂଚନା ଦେଇଛନ୍ତି ସିଏଚଏସଇ ପରୀକ୍ଷା ନିୟନ୍ତ୍ରକ ଅଶୋକ ନାୟକ ।