SUNSTARTV
କଟକ:ଜିକିମିିକି ଆଲୁଅରେ ସଜାହୋଇଥିଲା କଟକ ଇନ୍ କଟକ ପାଭିଲିୟନ । ଚାରିଆଡେ ଥିଲା ଲୋକଙ୍କ ଗହଳି । କିଏ ତାଙ୍କ ଫିଠି ଥାପୁଡେଇ ତାଙ୍କୁ ସାନ୍ତ୍ୱନା ଦେଉଥିଲେ ତ ଆଉ କିଏ ତାଙ୍କ ହାତରେ ହାତ ରଖି ତାଙ୍କୁ ସାହାସ ଯୋଗାଉଥିଲେ । କିନ୍ତୁ ସବୁ ପରେ ମଧ୍ୟ ସେ ନିଜକୁ ଖୁବ ଏକୁଟିଆ ମନେକରିଥିଲେ ଆଉ ମନେ ମନେ ଖୋଜୁଥିଲେ ତାଙ୍କ ଅତି ପ୍ରୀୟ ମଣିଷକୁ । ଓଠରେ ସିନା ହସ ଥିଲା କିନ୍ତୁ ମନରେ ଥିଲା ଅସୁମାରୀ କୋହ । ସବୁକୁ ଛାତିରେ ଚାପି ସମ୍ପନ୍ନ କଲେ ଏକାଦଶ କର୍ମ । ହଁ ଆଜ୍ଞା ଆମେ କହୁଛୁ ଅଭିନେତା ତଥା କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତିଙ୍କ କଥା ।
ଆଜକୁ ଦଶ ଦିନ ତଳେ ସମସ୍ତଙ୍କୁ ଏକା କରି ଆର ପାରିକୁ ଚାଲିଯାଇଛନ୍ତି ଅନୁଭବଙ୍କ ବାପା ଅଭୟ ମହାନ୍ତି । ଯାହାଙ୍କର ଗତକାଲି ଥିଲା ଏକାଦଶ ଭୋଜି । ଏଥିରେ ଅଭିନେତା ଠାରୁ ଆରମ୍ଭ କରି ରାଜନେତା ପର୍ଯ୍ୟନ୍ତ ସମସ୍ତେ ଯୋଗ ଦେଇଥିଲେ । କିନ୍ତୁ କେହିବି ବୁଝାଇପାରୁନଥିଲେ ଅନୁଭବଙ୍କ ସେହି ଅବୁଝା ମନକୁ । କାହିକିଁ ନା ଅନୁଭବଙ୍କ ପାଇଁ ତାଙ୍କ ବାପା ଥିଲେ ସବୁକିଛି ଖୁବ ଭଲପାଉଥିଲେ ସେ ତାଙ୍କ ବାପାଙ୍କୁ । ସେଥିପାଇଁ ସେଦିନ ବାପାଙ୍କ ବିୟୋଗ ପରେ ଶ୍ମସାନରେ ଚିତ୍କାର କରି କହୁଥିଲେ ବାପା ଆଇ ଲଭ ୟୁ । ମୁଁ ତମକୁ ବହୁତ ଭଲପାଏ । ନିଅ ବାପା ତୁମେ ଖାଇଦିଅ । ଏହିପରି ଅନେକ କିଛି କଥା । ଯାହା ଦେଖି ଖୁବ ସହଜରେ ବାରି ହେଉଥଲା ପୁଅମାନେ କାନ୍ଦତିନି ସତ କିନ୍ତୁ ମନରେ ଥାଏ ଅନେକ ଯନ୍ତ୍ରଣା । ସେ ଦିନ ବାପାଙ୍କୁ କାନ୍ଧରେ ନେବା ସହ ମୁଖାଗ୍ନୀ ଦେଇଥିଲେ ବଡପୁଅ ଅନୁଭବ । ଏହାପରେ ପୁଅର ସମସ୍ତ କର୍ତ୍ତବ୍ୟ କିଥିଲେ ଆଉ ସବୁଦିନ ପାଇଁ ବାପାଙ୍କୁ ଦେଇଥିଲେ ବିଦାୟ ।
ଚାହୁଁ ଚାହୁଁ ଆଜକୁ ୧୧ ଦିନ ବିତିଗଲା କିନ୍ତୁ ଆଜି ବି ସତେ ଯେପରି ତାଙ୍କ ବାପାଙ୍କ ମୃତ୍ୟୁକୁ ଗ୍ରହଣ କରିପାରି ନାହାଁନ୍ତି ଅନୁଭବ । ସେଥିପାଇଁ ତ ଏତେ ଭିଡ ଭିତରେ ବି ଆଖି ଯେମିତି ବାପାଙ୍କୁ ଖୋଜୁଛି । କିନ୍ତୁ ଏହି ସବୁ ମଧ୍ୟରେ ଏକ ଦୃଶ୍ୟ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା । ଆଉ ତାହା ଥିଲା ଅନୁଭବ ଲଣ୍ଡା ହୋଇ ନଥିବା ଦୃଶ୍ୟ । ବାପାଙ୍କ ଏକାଦଶରେ ଅନୁଭବଙ୍କ ସାନ ଭାଇ ଲଣ୍ଡା ହୋଇଥିବା ବେଳେ ବଡପୁଅ ହୋଇ ମଧ୍ୟ ସେ ଲଣ୍ଡା ହୋଇ ନଥିଲେ । ଏପରି କି ସେ ତାଙ୍କ ନିଶ ଦାଢି ମଧ୍ୟ କାଟି ନଥିଲେ । ଯାହାକୁ ନେଇ ସମସ୍ତଙ୍କ ମୁହଁରେ ସେଇ ଗୋଟିଏ ପ୍ରଶ୍ନ । କାହାଁକି ଲଣ୍ଡା ହୋଇ ନାହାଁନ୍ତି ଅନୁଭବ । ଯିଏ ତାଙ୍କ ନିଜ ଜୀବନଠୁ ବାପାଙ୍କୁ ଅଧିକ ଭଲ ପାଆନ୍ତି ଏମିତି କଣ ଘଟିଗଲା ଯେଉଁଥିପାଇଁ ସେ ଲଣ୍ଡା ହେଲେ ନାହିଁ ।
ତେବେ ହିନ୍ଦୁ ଧର୍ମରେ ଦଶାହ କ୍ରିୟା ପରେ ଶୁଦ୍ଧି ବା ଲଣ୍ଡା ହେବାର ପରମ୍ପରା ରହିଥିବା ବେଳେ ସୁପର ଷ୍ଟାର ଅନୁଭବ ମହାନ୍ତି କିନ୍ତୁ ତାଙ୍କ ବାପାଙ୍କ ଦଶାହ କ୍ରିୟାରେ ଲଣ୍ଡା ହୋଇ ନାହାଁନ୍ତି । ଯାହାର ପ୍ରକୃତ କାରଣ ଏଯାବତ୍ ଜଣାପଡି ନାହିଁ । ତେବେ ସେ ଜଣେ ଅଭିନେତା ହୋଇଥିବାରୁ ଫିଲ୍ମ କରିବା ପୂର୍ବରୁ ସେମାନଙ୍କର ଏକ ଏଗ୍ରିମେଣ୍ଟ ହୋଇଥାଏ । ଯେ କୌଣସି ପରିସ୍ଥିତିରେ ମଧ୍ୟ ଅଭିନେତାମାନେ ସୁଟିଂକୁ ଆସିବାକୁ ବାଧ୍ୟ । ସେଥିପାଇଁ ବୋଧ ହୁଏ ଅନୁଭବ ନିଜ ଚୁଡି କିମ୍ବା ଦାଢି କାଟି ନାହାଁନ୍ତି । କାରଣ ସେତିକି ଚୁଟି ହେବା ପାଇଁ ଅନେକ ଦିନ ସମୟ ଲାଗିଥାଏ । ତେବେ ଆଗକୁ ତାଙ୍କର ନୂଆ ଚଳଚ୍ଚିତ୍ର କୁହୁଡି ଆସିବାକୁ ଥିବା ବେଳେ ଏଥିପାଇଁ ସେ ଦିନ ରାତି ଏକ କରି ଅଭିନୟ କରୁଥିଲେ । କିନ୍ତୁ ଏହାରି ମଧ୍ୟରେ ତାଙ୍କ ବାପାଙ୍କ ବିୟୋଗ ସତେ ଯେପରି ଅନୁଭଙ୍କୁ ସମ୍ପୂର୍ଣ୍ଣ ରୂପେ ଭାଙ୍ଗି ଦେଇଛି ।